ETV Bharat / state

ଡିସେମ୍ବରରେ ପୁରିବ ପଦ୍ମପୁର କଣ୍ଟ; ରାଜ୍ୟରେ ଆଉ ୨୫ ନୂଆ ଜିଲ୍ଲା ଦାବି

author img

By ETV Bharat Odisha Team

Published : Sep 29, 2023, 7:01 AM IST

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ଡେଡଲାଇନ ପୁରିବାକୁ ବସିଥିବା ବେଳେ ରାଜ୍ୟରେ ଆଉ ୨୫ ନୂଆ ଜିଲ୍ଲା ଦାବି ଆସିଛି । ବିଧାନସଭାରେ ଉତ୍ତର ରଖିଲେ ରାଜସ୍ବ ମନ୍ତ୍ରୀ । ଅଧିକ ପଢନ୍ତୁ

ରାଜ୍ୟରେ ଆଉ ୨୫ ନୂଆ ଜିଲ୍ଲା ଦାବି
ରାଜ୍ୟରେ ଆଉ ୨୫ ନୂଆ ଜିଲ୍ଲା ଦାବି

ଭୁବନେଶ୍ବର: ଡିସେମ୍ବରରେ ମାସରେ ପୁରିବ ପଦ୍ମପୁର କଣ୍ଟ । ସରିବ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ଡେଡଲାଇନ । ଏପଟେ ଏହାରି ଭିତରେ ଆଉ ୨୫ ନୂଆ ଜିଲ୍ଲା ଦାବି ହୋଇଛି । ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ପ୍ରଚଳିତ ନୀତି ନିୟମ ଆଧାରରେ ଉପଯୁକ୍ତ ସମୟରେ ନୂଆ ଜିଲ୍ଲା ଗଠନ ପାଇଁ ଆସିଥିବା ଦାବି ଉପରେ ସରକାର ପଦକ୍ଷେପ ଗ୍ରହଣ କରିବେ । ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହା କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ରାଜ୍ୟରେ ନୂଆ ଜିଲ୍ଲା ଗଠନ ପାଇଁ ବିଭିନ୍ନ ଭାଗରୁ ଏକାଧିକ ଦାବିପତ୍ର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ମିଳିଛି । ଚଳିତ ୨୦୨୩-୨୪ ବର୍ଷରେ ରାଜ୍ୟରେ ନୂଆ ରାଜସ୍ୱ ଜିଲ୍ଲା ଘୋଷଣା ପାଇଁ ବିଭିନ୍ନ ଦାବିପତ୍ର ସରକାରଙ୍କ ହସ୍ତଗତ ହୋଇଛି । ପଦ୍ମପୁର ସମେତ ମୋଟ ୨୬ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ମିଳିଛି । ସେଥିରେ ସର୍ବାଧିକ ୪ଟି ଗଞ୍ଜାମ ଜିଲ୍ଲାରୁ ଆସିଛି । ମୟୂରଭଞ୍ଜ ଓ ଅନୁଗୁଳ ଜିଲ୍ଲାରୁ ୩ଟି ଲେଖାଏଁ ଦାବି ଆସିଛି । ସେହିପରି ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ବାଲେଶ୍ୱର ଓ କଟକରେ ୨ଟି ଲେଖାଏଁ ନୂଆ ଜିଲ୍ଲା ଗଠନ ପାଇଁ ଦାବି ହୋଇଛି ।

ଏହାମଧ୍ୟ ପଢନ୍ତୁ: ଗ୍ରିଭାନ୍ସର ଅର୍ଥ ନୁହେଁ ଶାସକ ଦଳକୁ ନିର୍ବାଚିତ କରିବାକୁ କହିବା: ନରସିଂହ

ନୂଆ ଜିଲ୍ଲା ଗଠନ ଦାବିଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର, କଟକ ଜିଲ୍ଲାରୁ ଆଠଗଡ଼ ଓ ଚଣ୍ଡିଖୋଲ, ବରଗଡ଼ ଜିଲ୍ଲାର ପଦ୍ମପୁର, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଓ ରାଉରକେଲା, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଜୁନାଗଡ଼, ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଓ କଣ୍ଟାବାଞ୍ଜି, ମୟୂରଭଞ୍ଜ ଜିଲ୍ଲାର ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର ଓ ଖିଚିଂ, ଗଞ୍ଜାମ ଜିଲ୍ଲାର ଘୁମୁସର, ଋଷିକୁଲ୍ୟା ବା ଆସିକା, ବ୍ରହ୍ମପୁର ଓ ଭଞ୍ଜନଗର, ଅନୁଗୁଳ ଜିଲ୍ଲାର ତାଳଚେର, ପାଲଲହଡ଼ା, ଆଠମଲ୍ଲିକ, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ବାଲେଶ୍ବର ଜିଲ୍ଲାର ନୀଳଗିରି ଓ ସୋରୋ ଏବଂ ରାୟଗଡ଼ା ଜିଲ୍ଲାର ଗୁଣୁପୁରକୁ ଜିଲ୍ଲାର ମାନ୍ୟତା ଦେବା ପାଇଁ ଦାବିପତ୍ର ବିଭାଗକୁ ମିଳିଛି ।

ଓଡ଼ିଶା ରାଜସ୍ବ ପ୍ରଶାସନ ଆକ୍ଟ ୧୯୬୩ ଓ ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ତଥା ପ୍ରଚଳିତ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂଆ ଜିଲ୍ଲା ଗଠନ କରିବା ପାଇଁ ଆସିଥିବା ଦାବି ଉପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ କହିଛନ୍ତି । ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାରୁ କେବଳ ଧର୍ମଗଡ଼ରୁ ଜିଲ୍ଲା ଗଠନ ଦାବିପତ୍ର ମିଳିଛି । ସେହିପରି ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ରୁ ଜିଲ୍ଲା ଗଠନ ଦାବିପତ୍ର ମିଳିଥିବା ଦର୍ଶାଇଛନ୍ତି । ରାଉରକେଲାକୁ ନୂଆ ଜିଲ୍ଲା ଗଠନ ଦାବି ସପକ୍ଷ ଓ ବିରୋଧରେ ମିଳିଛି ବୋଲି ସେ କହିଛନ୍ତି । ଉପନିର୍ବାଚନ ବେଳେ ପଦ୍ମପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଯାହାର ଡେଡଲାଇନକୁ ଆଉ ମାତ୍ର ୩ ମାସ ବାକି ଅଛି । ଏହାରି ଭିତରେ ରାଜ୍ୟରେ ଆଉ ୨୫ଟି ସ୍ଥାନରେ ନୂଆ ଜିଲ୍ଲା ଗଠନ ପାଇଁ ଦାବି ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.