ଖୋର୍ଦ୍ଧା: ରାଜ୍ୟରେ କୋଭିଡ ସଂକ୍ରମଣ ମାମଲା ଭୟଙ୍କର ରୂପ ଧାରଣ କରିଥିବାବେଳେ ସଂକ୍ରମଣ ହାରରେ ରୋକ ଲଗାଇବା ପାଇଁ ଆସନ୍ତାକାଲିଠାରୁ 19 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗୁ ହେବାକୁ ଯାଉଛି ତାଲାବନ୍ଦ । ଏଥିରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ 6ଟା ରୁ ଦିନ 12ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ସରକାର ଘୋଷଣା କରିଥିବା ସତ୍ତ୍ବେ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଆଶଙ୍କା । ଫଳରେ ଲକଡାଉନର ଗୋଟିଏ ଦିନ ପୂର୍ବରୁ ଖୋର୍ଦ୍ଧା ସହରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି ।
ବଜାରରେ ଲୋକମାନେ ବିଶେଷ କରି ତେଜରାତି ,ଫଳ ଓ ପନିପରିବା ଦୋକାନରେ ଭିଡ଼ ଜମାଇ ଆବଶ୍ୟକତା ଠାରୁ ଅଧିକ ସାମଗ୍ରୀ କିଣି ନେଉଥିବା ଦେଖାଦେଇଛି । ସେହିଭଳି ଭୁବନେଶ୍ବର ଲୋକମାନେ ତାଲା ବନ୍ଦ ପାଇଁ ଗ୍ରାମାଞ୍ଚଳ ମୁଁହା ହେଉଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ବଜାରରେ ଅଯଥା ଭିଡ଼ ଜମାଇବାକୁ ବାରଣ କରିଥିବା ସତ୍ତ୍ବ ଲୋକମାନେ ଏହାକୁ ଫୁ କରି ଉଡାଇ ଦେଇଥିବା ଦେଖାଦେଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ