ETV Bharat / state

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ, କାହିଁକି ଆସିଛ ବୋଲି ପ୍ରଶ୍ନ କଲେ ଲୋକେ - ନୟାପଲ୍ଲୀ ବେହେରା ସାହି

ନୟାପଲ୍ଲୀ ବେହେରା ସାହିରେ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କଲେ କର୍ପୋରେଟରଙ୍କ ସମେତ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ

author img

By

Published : Aug 7, 2023, 8:33 AM IST

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ । ନୟାପଲ୍ଲୀ ବେହେରା ସାହିରେ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କଲେ କର୍ପୋରେଟରଙ୍କ ସମେତ ସ୍ଥାନୀୟ ଲୋକେ । ଅଞ୍ଚଳ ବୁଲିବାକୁ ଆସିବା ସମୟରେ ଅପରାଜିତାଙ୍କ ବିରୋଧରେ ନାରାବାଜି କରିଥିଲେ ସ୍ଥାନୀୟ ଲୋକେ । ଯାହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା । ଏକ ଆପାର୍ଟମେଣ୍ଟରେ ସାଂସଦ ଯିବା ପରେ ଗେଟ୍ ସମ୍ମୁଖରେ ଲୋକେ ନାରାବାଜି ଦେଇଥିଲେ । ଏତେ ଦିନ ହେଲା ଭୁବନେଶ୍ବର ବିଶେଷ କରି ନୟାପଲ୍ଲୀ ପାଇଁ କଣ କରିଛ ବୋଲି ପ୍ରଶ୍ନ କରିଥିଲେ ସ୍ଥାନୀୟ ବାସିନ୍ଦା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅପରାଜିତାଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ସେଠାରୁ ବାହାର କରିଥିଲା ।

ସୂଚନା ଅନୁଯାୟୀ, ଭୁବନେଶ୍ବରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ କାମ ତଦାରଖ କରୁଛନ୍ତି ସାଂସଦ ଅପରାଜିତା । ଆଜି ତାଙ୍କର ଥିଲା ଦ୍ବିତୀୟ ଗସ୍ତ । ହେଲେ ସାଂସଦଙ୍କ ଗସ୍ତକୁ ବିରୋଧ କରି ନୟାପଲ୍ଲୀରେ ତାଙ୍କୁ ବିରୋଧ କରିବା ସହ କାହିଁକି ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ ସ୍ଥାନୀୟ ଲୋକେ । ଲୋକଙ୍କ ଦୁଃଖ ବୁଝୁନଥିବା ଅଭିଯୋଗ କରିଥିଲେ ସ୍ଥାନୀୟବାସୀ ।

ଏହା ବି ପଢନ୍ତୁ: Manipur: ବିରେନ ସିଂ ସରକାରରୁ ସମର୍ଥନ ପ୍ରତ୍ୟାହାର କଲା କୁକି ପିପୁଲ୍ସ ଆଲିଆନ୍ସ

ଲୋକଙ୍କ ଅଭିଯୋଗ ଅନୁଯୟୀ, ନୟାପଲ୍ଲୀ ବେହେରାକୁ ଇସ୍କନ ସମ୍ମୁଖ ଜାତୀୟ ରାଜପଥରୁ ଆସୁଥିବା ବର୍ଷା ପାଣି । ଅସରାଏ ବର୍ଷା ହେଲେ କୃତ୍ରିମ ବନ୍ୟା ସୃଷ୍ଟି ହେବା ସହ ଘରେ ଘରେ ପାଣି ପଶୁଛି । ଫଳରେ ଲୋକମାନଙ୍କ ଦୁର୍ଦ୍ଦଶା ବଢିଯାଉଛି । ନିର୍ବାଚନ ସମୟରେ ଏହି ସମସ୍ୟାର ସମାଧାନ କରିବାକୁ ଅପରାଜିତା ପ୍ରତିଶୃତି ଦେଇଥିଲେ । କିନ୍ତୁ ଜିତିବା ପରେ ଆଉ ଦେଖାନାହିଁ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ସାଂସଦଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଗଲେ ସାଂସଦଙ୍କ ଦେଖାମିଳୁ ନାହିଁ ବୋଲି ଲୋକେ ଅଭିଯୋଗ କରିଥିଲେ ।

ପୂର୍ବରୁ ମଧ୍ୟ ଅପରାଜିତା ନିଜ ସଂସଦୀୟ କ୍ଷେତ୍ରରେ ଅନେକ ଥର ବିରୋଧର ସମ୍ମୁଖୀନ ହୋଇଛନ୍ତି । କିଛି ଦିନ ତଳେ ସହିଦ ନଗର ମାର୍କେଟ ବୁଲୁଥିବା ବେଳେ ଲୋକମାନେ ଅପରାଜିତା ଗୋ ବ୍ୟାକ୍ ନାରା ଦେଇଥିଲେ । ଆଚାର୍ଯ୍ୟବିହାର ପାଣିଟାଙ୍କି ନିକଟରେ ମିଟିଂ କରୁଥିବା ବେଳେ ଲୋକମାନେ ଘେରିଯାଇ ପ୍ରଶ୍ନ କରିବା ସହ ଅଟକ ରଖିଥିଲେ । ଖୋର୍ଦ୍ଧା ଓଳସିଂ ଏବଂ ବୋଲଗଡ ବେଗୁନିଆରେ ମଧ୍ୟ ସାଂସଦଙ୍କୁ ଘୋର ବିରୋଧ ପ୍ରଦର୍ଶନ କରିଥିଲେ ନିଜ ଦଳର ଲୋକେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.