ETV Bharat / state

Chandrayaan-3: ସଫ୍ଟଲ୍ୟାଣ୍ଡିଂ ପାଇଁ ପୂଜାର୍ଚ୍ଚନା, 'ଭାରତ ମାତା କି ଜୟ' ନାରାରେ କମ୍ପୁଛି ସାରା ରାଜ୍ୟ - ସ୍କୁଲ ପରିସରରେ ପୂଜାର୍ଚ୍ଚନା

ଆଜି ସନ୍ଧ୍ୟାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Chandrayaan-3 soft landing
Chandrayaan-3 soft landing
author img

By ETV Bharat Odisha Team

Published : Aug 23, 2023, 2:57 PM IST

Updated : Aug 23, 2023, 4:54 PM IST

Chandrayaan-3 soft landing

ଭୁବନେଶ୍ବର: ଆଜି ଚନ୍ଦ୍ରପୃଷ୍ଠ ଛୁଇଁବ ଚନ୍ଦ୍ରଯାନ-୩ । ଆଜି ସନ୍ଧ୍ୟାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିବ । ଏହି ଅବତରଣ କିଭଳି ସଫଳ ହେବ ସେନେଇ ସାରା ବିଶ୍ୱ ଚାହିଁ ରହିଥିବାବେଳେ ପ୍ରତିଟି ଭାରତୀୟଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଏହାସହ ଦେଶ ତଥା ରାଜ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

ତେବେ ଚନ୍ଦ୍ରଯାନ-୩ ର ସଫଳ ଅବତରଣ ପାଇଁ ଅନେକ ସ୍ଥାନରେ ହୋମ ଯଜ୍ଞ ଓ ପୂଜାର୍ଚ୍ଚନା ଚାଲିଥିବା ଦେଖିବାକୁ ମିଳିଛି । ଏନେଇ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳୁଛି ଉତ୍ସାହ ଓ ଉଦ୍ଦିପନାର ମାହୋଲ । ମନ୍ଦିରଠୁ ଆରମ୍ଭ କରି ସ୍କୁଲ ସବୁଠି ହୋମ ଯଜ୍ଞ ସହ ଭଗବାନଙ୍କ ପୂଜା କରୁୁଛନ୍ତି ରାଜଧାନୀବାସୀ । ଭୁବନେଶ୍ୱରର ବିଶ୍ୱକର୍ମା ମନ୍ଦିରରେ ପୂଜା କରିଛନ୍ତି ମନ୍ଦିରର କର୍ମକର୍ତ୍ତା । ଚନ୍ଦ୍ରଯାନର ସଫଳ ଅବତରଣ ସହ ନୂଆ ତଥ୍ୟ କ'ମ ଆସୁଛି ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ ବେଶ ଆଗ୍ରହ ଥିବା ଦେଖିବାକୁ ମିଳିଛି।

ଅନ୍ୟଅଟେ ଭୁବନେଶ୍ୱର କିସ୍ ର ଛାତ୍ରଛାତ୍ରୀ ମାନେ ମଧ୍ୟ ଚନ୍ଦ୍ରଯାନର ସଫଳ ଅବତରଣ ପାଇଁ ଏକାଠି ହୋଇ ସ୍କୁଲ ପରିସରରେ ପୂଜାର୍ଚ୍ଚନା କରିଛନ୍ତି । ଭାରତ ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ ସହ ଭାରତ କିଭଳି ଇତିହାସ ରଚନା କରିବ ସେଥିପାଇଁ ଦେଶବାସୀ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି। ପିଲାମାନେ ହାତରେ ତ୍ରିରଙ୍ଗା ପତାକା ଧରି 'ଭାରତ ମାତା କି ଜୟ' ନାରା ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ...Chandrayaan-3 soft-landing: ଆଜି ଚନ୍ଦ୍ରଯାନ-3ର ଅବତରଣ, ସଫ୍ଟ ଲ୍ୟାଣ୍ଡିଂ ଉପରେ ବିଶ୍ବର ନଜର

ମହାକାଶ ବିଜ୍ଞାନରେ ଭାରତ ହାସଲ କରିବାକୁ ଯାଉଛି ଏକ ବଡ଼ ଉପଲବ୍ଧି । ଋଷ, ଆମେରିକା ଓ ଚୀନ ପରେ ଏବେ ସାରା ବିଶ୍ବର ନଜର ଭାରତ ଉପରେ ରହିଛି। କାରଣ ଆଜି ଚାନ୍ଦରେ ପାଦ ଥାପିବ ଚନ୍ଦ୍ରଯାନ। ଏହି ଐତିହାସିକ ମୁହୂର୍ତ୍ତଙ୍କୁ ଭାରତବାସୀ ଅପେକ୍ଷା କରି ରହିଛନ୍ତି। ଯାହାର ଝଲକ ଓଡ଼ିଶାରେ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନେ ପତାକା ଉଡ଼ାଇ 'ଭାରତ ମାତା କି ଜୟ' ନାରା ଦେଇଛନ୍ତି। ଅଦିନରେ ସ୍ବାଧୀନତା ଦିବସ ଓ ସାଦାରଣତନ୍ତ୍ର ଦିବସ ଭଳି ମାହୋଲ ସୃଷ୍ଟି ହୋଇଛି।

ଏହା ସହ ବିନା କୌଣସି ପର୍ବରେ ଆଜି ପର୍ବପର୍ବାଣୀ ପରି ବିଭିନ୍ନ ମନ୍ଦିରରେ ଜୋରଦାର ପୂଜାର୍ଚ୍ଚନା ମଧ୍ୟ ଚାଲିଛି। ତେବେ ଚନ୍ଦ୍ରଯାନ-3ର ଲ୍ୟାଣ୍ଡିଂ ପ୍ରକ୍ରିୟା 4ଟି ପର୍ଯ୍ଯାୟରେ କରାଯିବ। ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳନ ଆରମ୍ଭ କରିବ। ଏହା ପରେ ଅବତରଣ ପ୍ରକ୍ରିୟାର ସିଧାପ୍ରସାରଣ ହେବ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 23, 2023, 4:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.