ETV Bharat / state

ଗର୍ବ ଭାଙ୍ଗିବ, ପଶ୍ଚିମ ଓଡିଶାରେ ବିଜେଡିର ପ୍ରଭାବ ନାହିଁ କହିଲେ ପିସିସି ସଭାପତି - ବିଜେଡି ଫୋକସରେ ପଶ୍ଚିମ ଓଡିଶାକୁ ନେଇ ପିସିସି ସଭାପତି

ବିଜେଡି ଫୋକସରେ ପଶ୍ଚିମ ଓଡିଶା । ପଶ୍ଚିମ ଓଡିଶାର 5 ରୁ 5 ଲୋକସଭା ଆସନ ଦଖଲ କରିବାକୁ ଲକ୍ଷ୍ୟ ରଖିଛି ଶାସକ ଦଳ । ଜାଣନ୍ତୁ ଏହାକୁ ନେଇ କଣ କହିଲେ ପିସିସି ସଭାପତି ଶରତ ପଟ୍ଟନାୟକ ।

ପିସିସି ସଭାପତି ଶରତ ପଟ୍ଟନାୟକ
pcc president sarat pattnaik
author img

By

Published : May 25, 2023, 9:18 AM IST

Updated : May 25, 2023, 9:50 AM IST

ଭୁବନେଶ୍ବର: ବିଜେଡିର ଗର୍ବ ଭାଙ୍ଗିବ । ପଶ୍ଚିମ ଓଡିଶାରେ ବିଜେଡ଼ିର କୌଣସି ପ୍ରଭାବ ନାହିଁ । 2024 ପରିବର୍ତ୍ତନ ସୁନିଶ୍ଚିତ । ଓଡ଼ିଶାରେ କଂଗ୍ରେସ ସରକାର ଗଠନ ହେବ ଏଥିରେ ସନ୍ଦେହ ନାହିଁ । ବିଜେଡିର 23 ବର୍ଷ ଶାସନ ପରେ ଗର୍ବ ବଢି ଯାଇଛି । ଯେଉଁ ଦଳ ଯେତେ ଗର୍ବ କରିବ ତାହାର ପତ୍ତନ ସେତେ ଶୀଘ୍ର । ପଶ୍ଚିମବଙ୍ଗରେ ମଧ୍ୟ ଗୋଟିଏ ସରକାର ଏମିତି ଗର୍ବ କରି ବୁଡିଛି । ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଗଠନ, ସୁଶାନ୍ତ ସିଂ ଓ ଶାସକ ଦଳର ପଶ୍ଚିମ ଓଡିଶା ଫୋକସକୁ ନେଇ ପ୍ରତିକ୍ରିୟା ଉକ୍ତ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ବିଜେଡି ଫୋକସରେ ପଶ୍ଚିମ ଓଡିଶାକୁ ନେଇ ପିସିସି ସଭାପତି କହିଛନ୍ତି,"ଯାହା କରିଛି କଂଗ୍ରେସ କରିଛି । ଆମେ 35 କିଲୋ ଚାଉଳ ଦେଉଥିଲୁ ଏବେ ତାହା 5 କିଲୋରେ ପହଞ୍ଚିଲାଣି । କେହି ଯେପରି ଭୋକିଲା ନ ରୁହନ୍ତୁ କଂଗ୍ରେସ ସେ ନେଇ ଖାଦ୍ୟ ସୁରକ୍ଷା ଆଇନ ଆଣିଥିଲା । ଲୋକେ ସବୁ ଜାଣି ସାରିଲେଣି । କେବିକେ ଯୋଜନାକୁ ବିଜୁ ଯୋଜନା କରିଛନ୍ତି ଶାସକ ଦଳ ଯାହା କଲେ ବି ପଶ୍ଚିମ ଓଡିଶାବାସୀ ସେଥିରୁ ଉପକୃତ ହୋଇନାହାନ୍ତି । ପଶ୍ଚିମ ଓଡିଶାବାସୀ ଆଜି ବି ପଛୁଆ ହୋଇ ରହିଛନ୍ତି । ବିଜେଡି ପଶ୍ଚିମ ଓଡିଶାରେ କେବେ ବି ସଫଳ ହୋଇ ପାରିବନାହିଁ । ପଶ୍ଚିମ ଓଡିଶାବାସୀ କଂଗ୍ରେସକୁ ସମର୍ଥନ କରିବେ ବୋଲି ମୋର ବିଶ୍ବାସ । 2024 ପଶ୍ଚିମ ଓଡିଶାରେ କଂଗ୍ରେସ ଅଧିକ ଆସନ ପାଇବ । 9ରୁ 90 ନିଶ୍ଚିତ ।''

ପିସିସି ସଭାପତି ଆହୁରି କହିଛନ୍ତି, ପଶ୍ଚିମ ଓଡିଶାରେ ବିଜେଡି କେବେ ବି ଆସି ପାରିବ ନାହିଁ । ପଶ୍ଚିମ ଓଡିଶାବାସୀଙ୍କୁ ମିଳିଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ । ଆଜି ବି ସେଠାକାର ଆଦିବାସୀ ଅବହେଳିତ । 2024ରେ ସେ ଏହାର ଜବାବ ଦେବେ । ମୋର ବିଶ୍ବାସ ରହିଛି ପଶ୍ଚିମ ଓଡିଶାବାସୀ ଯେଉଁପରି ଅବହେଳିତ ରହିଛନ୍ତି ସେମାନେ କେବେବି ବିଜେଡିକୁ ଜିତାଇବେ ନାହିଁ ।''

ଏହା ବି ପଢନ୍ତୁ...BJD ଫୋକସରେ ପଶ୍ଚିମ ଓଡିଶା; 5 ଲୋକସଭା ଓ 31 ବିଧାନସଭା ଜିତିବ ଦଳ କହିଲେ ସୁଶାନ୍ତ

ଏହା ବି ପଢନ୍ତୁ...2019 ଫ୍ଲୋର ମ୍ୟାନେଜମେଣ୍ଟ ଭୁଲଥିଲା: ସୁଶାନ୍ତ ସିଂ

ପ୍ରକାଶଥାଉ କି, ନବୀନଙ୍କ ପଞ୍ଚମ ପାଳିର ଶେଷ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ପଶ୍ଚିମ ଓଡ଼ିଶାରେ ବିଜେଡି ଶିବିରରେ କନ୍ଦଳ ଦେଖିବାକୁ ମିଳିଥିଲା । ବିଶେଷକରି ପଶ୍ଚିମ ଓଡିଶାର ବିଜେଡ଼ିର ଦୃଢ଼ ସଂଗଠକ, ଆଗ ଧାଡ଼ିର ନେତା, ପୂର୍ବତନ ମନ୍ତ୍ରୀ, ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ ପଦ ନମିଳିବାରୁ ତାଙ୍କ ସମର୍ଥକମାନେ ଗଣମାଧ୍ୟମ ଆଗରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେହି ଅସନ୍ତୋଷକୁ ପ୍ରଶମିତ କରିବାକୁ ପ୍ରୟାସ କରିଛି ଦଳ । ସୁଶାନ୍ତ ସିଂହଙ୍କ ମାନଭଞ୍ଜନ ପାଇଁ ଉଦ୍ୟମ ଜାରି ରଖିଛି ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 25, 2023, 9:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.