ETV Bharat / state

ଅର୍ଚ୍ଚନା ନାଗ ଏକ କଳଙ୍କିତ ଅଧ୍ୟାୟ, ନବୀନଙ୍କୁ ଟାର୍ଗେଟ କଲେ ପିସିସି ସଭାପତି

author img

By

Published : Oct 30, 2022, 2:24 PM IST

ଅର୍ଚ୍ଚନା ନାଗ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ପିସିସି ସଭାପତି । ଅର୍ଚ୍ଚନା ନାଗ ଏକ କଳଙ୍କିତ ଅଧ୍ୟାୟ । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନୀରବତା ଭଙ୍ଗ କରନ୍ତୁ ବୋଲି କହିଲେ ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

ନବୀନଙ୍କୁ ଟାର୍ଗେଟ କଲେ ପିସିସି ସଭାପତି, କହିଲେ ମୁଖ୍ୟମନ୍ତ୍ରୀ ନୀରବତା ଭଙ୍ଗ କରନ୍ତୁ

ଭୁବନେଶ୍ବର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ପିସିସି ସଭାପତି ଶରତ ପଟ୍ଟନାୟକ(PCC president Sarat Pattanayak targets Naveen)। ସେ କହିଛନ୍ତି, ''ଅର୍ଚ୍ଚନା ନାଗ ଏକ କଳଙ୍କିତ ଅଧ୍ୟାୟ । ଏହି କଳଙ୍କିତ ଅଧ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ଦାୟୀ । ଅର୍ଚ୍ଚନା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଅଧିକ ସନ୍ଦେହ ସୃଷ୍ଟି କରୁଛି ।'' ବଡ ବଡ ନେତାଙ୍କ ସମ୍ପୃକ୍ତି ଥାଇ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ।

ଲେଡି ବ୍ଲାକମେଲର(lady blackmailer Archana Nag) ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ କରିଛନ୍ତି ଶରତ ପଟ୍ଟନାୟକ । ଆହୁରିମଧ୍ୟ, ପୋଲିସର କାର୍ଯ୍ୟକାରିତା ଉପରେ ସନ୍ଦେହ ପ୍ରକଟ କରିଛନ୍ତି । ସେ କହିଛନ୍ତି, ''ଓଡିଶା ପୋଲିସ ପୂର୍ବରୁ ଅନେକ ମାମଲାରେ ଦୃଢ ପଦକ୍ଷେପ ନେଇଛି । ମାତ୍ର ଅର୍ଚ୍ଚନା ନାଗ ଘଟଣାରେ ବଡ ବଡ ନେତାଙ୍କ ସମ୍ପୃକ୍ତି ସମ୍ପର୍କିତ ତଥ୍ୟ ଥାଇ ବି ପୋଲିସ ଚାପରେ ପଡି କାହା ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ।'' ତେଣୁ ଏହି ଘଟଣାରେ ଏସଆଇଟି ତଦନ୍ତ ଦାବି କରିଛନ୍ତି ପିସିସି ସଭାପତି । ଓଡିଶା ସାରା ଦେଶରେ ବଦନାମ ହେଉଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନିରବତା ଭଙ୍ଗ କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ED ଖୋଳତାଡ କଲେ ବଢିପାରେ ଅର୍ଚ୍ଚନାଙ୍କ ଅଡୁଆ, ଆର୍ଥିକ କାରବାରରେ ଫସିବେ ବଡବଡିଆ !

ବିଜୁ ଜନତା ଦଳ ମାଆକୁ ସମ୍ମାନ କଥା କହିହେଉଛନ୍ତି । ହେଲେ ବଲାଙ୍ଗୀର ଠାରୁ ଆରମ୍ଭ କରି କଳାହାଣ୍ଡି ଯାଏଁ ସବୁ ଜିଲ୍ଲାରେ ନାରୀ ନିର୍ଯାତନାର ଶିକାର ହେଉଛନ୍ତି ଏବଂ ରାଜ୍ୟ ସରକାର ଚୁପ୍ ବସିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ତେବେ ଏହାପୂର୍ବରୁ ମଧ୍ୟ କଂଗ୍ରେସ ଅର୍ଚ୍ଚନା ନାଗ ମାମଲାରେ ଏସଆଇଟି ଦାବି କରିଥିବାବେଳେ, ବଡ ବଡୁଆ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେପି ଅହରାତ୍ର ସତ୍ୟାଗ୍ରହ କରିଥିଲା ।

ଏହାମଧ୍ୟ ପଢନ୍ତୁ: ଯୁବକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣା, ମନ୍ତ୍ରୀଙ୍କ ପୁତୁରାକୁ କୋର୍ଟ ଚାଲାଣ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.