ETV Bharat / state

ଓଡ଼ିଶାରେ 10 ଜିଲ୍ଲା ବୁଲିବେ ରାହୁଲ, ପ୍ରସ୍ତାବ ଦେବାକୁ ଦିଲ୍ଲୀରେ ପିସିସି ସଭାପତି - Rahul Gandhi

Bharat Nyay Yatra in Odisha: ଭାରତ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ତେବେ ଏହି ଯାତ୍ରା 10ଟି ଜିଲ୍ଲାରେ ପରିକ୍ରମା କରିବା ପାଇଁ ପ୍ରସ୍ତାବ ଦେବେ ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ...

ଓଡ଼ିଶାରେ 10 ଜିଲ୍ଲା ବୁଲିବେ ରାହୁଲ
ଓଡ଼ିଶାରେ 10 ଜିଲ୍ଲା ବୁଲିବେ ରାହୁଲ
author img

By ETV Bharat Odisha Team

Published : Jan 3, 2024, 9:08 PM IST

ଓଡ଼ିଶାରେ 10 ଜିଲ୍ଲା ବୁଲିବେ ରାହୁଲ

ଭୁବନେଶ୍ବର: ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ ନାରା ଦେଇ ଭାରତ ବୁଲିବେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ଭାରତ ଯୋଡୋ ଯାତ୍ରାର ସଫଳତା ପରେ ପୁଣିଥରେ ଭାରତ ଭ୍ରମଣ କରିବେ କଂଗ୍ରେସର ଏହି ସର୍ବମାନ୍ୟ ନେତା । 14 ରାଜ୍ୟରେ ପ୍ରାୟ 6 ହଜାରରୁ ଅଧିକ କିଲୋମିଟର ପଦଯାତ୍ରା କରିବା ପାଇଁ ହୋଇଛି ଯୋଜନା । ଏହି ଯାତ୍ରାରେ ଓଡିଶା ମଧ୍ୟ ଆସିବେ ରାହୁଲ ଗାନ୍ଧୀ । ବରଗଡ଼ ଜିଲ୍ଲାରେ ରାହୁଲଙ୍କ ଯାତ୍ରା ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି । ତେବେ ଓଡ଼ିଶାରେ ପ୍ରାୟ ୧୦ଟି ଜିଲ୍ଲାରେ ସଭା ସମିତି କରି ରାହୁଲ ଗଣତନ୍ତ୍ରକୁ ସୁରକ୍ଷା ଦେବାକୁ ବାର୍ତ୍ତା ଦେବାକୁ ପ୍ରସ୍ତାବ ଦେବେ ପିସିସି ସଭାପତି ଶରତ ପଟ୍ଟନାୟକ ।

ଭାରତ ନ୍ୟାୟ ଯାତ୍ରା ସହ ରାଜ୍ୟରେ ଏକାଧିକ ସାଧାରଣ ସମାବେଶରେ ମଧ୍ୟ ରାହୁଲ ସାମିଲ ହେବାକୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆସନ୍ତା କାଲି ଦିଲ୍ଲୀରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ଜିଲ୍ଲା ଗୁଡିକରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା ପରିକ୍ରମା କରିବାକୁ ପ୍ରସ୍ତାବ ଦେବେ ବୋଲି ଶରତ କହିଛନ୍ତି । ସେ କହିଛନ୍ତି, "ଭାରତ ନ୍ୟାୟ ଯାତ୍ରା କରିବେ ଆମ ପ୍ରିୟ ନେତା ରାହୁଲ ଗାନ୍ଧୀ । 14ଟି ରାଜ୍ୟରେ ପ୍ରାୟ 6 ହଜାରରୁ ଊର୍ଦ୍ଧ୍ବ କିମି ବୁଲିବେ । ସମ୍ବିଧାନକୁ ସୁରକ୍ଷିତ ରଖିବା ରାହୁଲଙ୍କ ମୂଖ୍ୟ ବାର୍ତ୍ତା ରହିବ । ଅନେକ ରାଜ୍ୟରେ ମୋଦି ସରକାର ଏକଛତ୍ରବାଦ ନୀତି ଆପଣେଇଛନ୍ତି । ତେଣୁ ତାକୁ କାଉଣ୍ଟର କରିବା ପାଇଁ ରାହୁଲ ଗାନ୍ଧୀ ଭାରତ ନ୍ୟାୟ ଯାତ୍ରା କରିବେ । ରାହୁଲଙ୍କ ନ୍ୟାୟ ଯାତ୍ରା ପାଇଁ ପ୍ରଦେଶ କଂଗ୍ରେସର ପ୍ରସ୍ତାବିତ ଜିଲ୍ଲା ଗୁଡିକ ପ୍ଲାନ କରାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ଇସ୍ତାହାର କମିଟି ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯିବେ ପିସିସି ସଭାପତି

ଝାଡ଼ଖଣ୍ଡ ପଟୁ ରାହୁଲ ଗାନ୍ଧୀ ଓଡିଶା ପ୍ରବେଶ କରିବେ ଓ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କଟକ, ଭୁବନେଶ୍ବର, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର ଦେଇ ଛତିଶଗଡ଼ ଯିବେ ବୋଲି ପ୍ରସ୍ତାବ ଦେଇଛି ପ୍ରଦେଶ କଂଗ୍ରେସ । ଭାରତ ନ୍ୟାୟ ଯାତ୍ରା ଉପରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଯାଇଛନ୍ତି ପିସିସି ସଭାପତି । ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଯେଉଁ ରାଜ୍ୟ ଦେଇ ଯିବ, ସେହି ସବୁ ରାଜ୍ୟର ପିସିସି ସଭାପତିଙ୍କୁ ଦିଲ୍ଲୀ ଡକରା ହୋଇଛି । ଏପଟେ 9ରୁ 90 ମିଶନ ସଫଳ ପାଇଁ ପ୍ରଦେଶ କଂଗ୍ରେସ ଅଙ୍କ କସୁଛି । 2019 ନିର୍ବାଚନରେ 69ଟି ସିଟ୍‌ରେ ଅଳ୍ପ ମାର୍ଜିନରେ ହାରିଥିବାରୁ ସେହି ଆସନ ଉପରେ ବେଶୀ ଫୋକସ ରଖିଛନ୍ତି ପିସିସି ସଭାପତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.