ETV Bharat / state

ଯଦି ନେତୃତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ତାହେଲେ AICC ବୁଝିବ: ପିସିସି ସଭାପତି - ପିସିସି ଶୃଙ୍ଖଳା କମିଟି

ବାରମ୍ବାର ଦଳ ବିରୋଧରେ ମନ୍ତବ୍ୟ ରଖି ଦଳୀୟ କନ୍ଦଳକୁ ପଦାରେ ପକାଉଛନ୍ତି କଂଗ୍ରେସ ନେତା । ଏନେଇ ପିସିସି ଶୃଙ୍ଖଳା କମିଟିର ଏକ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ତେବେ ଯଦି ନେତୃତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ତାହେଲେ ଏଆଇସିସି ଅଛି ସେ ବିଷୟରେ ନଜର ରଖିବା ପାଇଁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

କଂଗ୍ରେସ ଶୃଙ୍ଖଳା କମିଟି ବୈଠକ
କଂଗ୍ରେସ ଶୃଙ୍ଖଳା କମିଟି ବୈଠକ
author img

By

Published : May 17, 2023, 7:12 AM IST

କଂଗ୍ରେସ ଶୃଙ୍ଖଳା କମିଟି ବୈଠକ

ଭୁବନେଶ୍ବର: କଂଗ୍ରେସ ଦଳର ଗୋଷ୍ଠୀ ବିବାଦ ଧୀରେଧୀରେ ଉଗ୍ରରୂପ ନେଉଛି । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ଅନୁଶାସନକୁ ନମାନିବାରୁ, ଆରମ୍ଭ ହୋଇଥିଲା ବିବାଦ । ଯେଉଁ ବିବାଦରେ ମୋକିମଙ୍କୁ ଏକଘରିଆ କରି ରଖିଲା ଦଳ । କୌଣସି ସଭା ସମିତିରେ ମୋକିମଙ୍କୁ ଡକାଗଲା ନାହିଁ । ବଡ଼ ବଡ଼ ବୈଠକରୁ ମୋକିମଙ୍କୁ ଦୂରେଇ ରଖାଗଲା । ଉପନିର୍ବାଚନରେ ବିଧାୟକ ମାନଙ୍କୁ ପ୍ରଚାର ଦାୟିତ୍ବ ଦିଆଯାଉଥିବା ବେଳେ ମୋକିମଙ୍କୁ ଡକାଗଲା ନାହିଁ । ଏହାପରେ ଭୁବନେଶ୍ବରରେ ମୋକିମଙ୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ଯେଉଁଭଳି ଭାବରେ ଖୁଲମଖୁଲା ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଥିଲେ । ତେବେ ଦଳୀୟ ନେତାଙ୍କ ଏଭଳି ବୟାନ କାରଣରୁ ଝାରସୁଗୁଡ଼ା ଉପନିର୍ବାଚନ ହାରିଥିବା କହିଥିଲେ ଦଳୀୟ ପ୍ରାର୍ଥୀ ତରୁଣ ପାଣ୍ଡେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ଶୀର୍ଷ ନେତୃତ୍ବଙ୍କ ନିୟନ୍ତ୍ରଣରେ ଦଳ ଥାଆନ୍ତା, ହୁଏତ କଂଗ୍ରେସର ନେତାମାନେ ଏଭଳି ଦଳ ବିରୋଧୀ ମନ୍ତବ୍ୟ ଦେଇ ନଥାନ୍ତେ କି ବାରମ୍ବାର ଦଳ ବିରୋଧରେ ଯିବାକୁ ସାହସ କରିନଥାନ୍ତେ । ଯଦି ନେତୃତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ତାହେଲେ ଏଆଇସିସି ଅଛି ସେ ବିଷୟରେ ନଜର ରଖିବା ପାଇଁ ବୋଲି ପିସିସି ସଭାପତି କହିଛନ୍ତି । ସେପଟେ ଦଳୀୟ ବିଧାୟକମାନେ କହିଛନ୍ତି, ଯେଉଁମାନେ ଶୃଙ୍ଖଳାକୁ ମାନୁନାହାନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ନହେଲେ ଆଗକୁ ଦଳ ବିପର୍ଯ୍ୟୟ ଆଡ଼କୁ ଗତି କରିବ । ତେବେ ଆଜି କଂଗ୍ରେସ ଭବନରେ ପିସିସି ଶୃଙ୍ଖଳା କମିଟିର ବୈଠକ ବସିଥିଲା । ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲଙ୍କ ନେତୃତ୍ବରେ ଆଲୋଚନା ହୋଇଛି ବୋଲି କଂଗ୍ରେସ ଭିତିରି ମହଲରୁ ସୂଚନା ମିଳିଛି ।

ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, "ପ୍ରତ୍ୟେକ ଦଳର ଆଦର୍ଶ ଆଚରଣ ବିଧି ଅଛି । ଶୃଙ୍ଖଳା ଏକ ବଡ଼ ମୌଳିକ ଆବଶ୍ୟକତା । କଂଗ୍ରେସ ଭିତରେ ଶୃଙ୍ଖଳା ଯିଏ ମାନୁନାହାନ୍ତି, ତାଙ୍କ ଉପରେ ଦଳୀୟ ନୀତି ନିୟମରେ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି । ଯେଉଁମାନେ ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି, ସେମାନେ ଦଳ ପାଇଁ କଣ କରିଛନ୍ତି ତାହା ଭାବିବା ଦରକାର ।" ସେପଟେ ବିଧାୟକ ସୁର ରାଉତରାୟ କହିଛନ୍ତି, "ଦଳରେ ଶୃଙ୍ଖଳା ରହିବା ଦରକାର । ଯଦି ଦଳ ଭିତରେ ମତ ପାର୍ଥକ୍ୟ ରହିଛି, ତାହା ସମାଧାନ ହେବା ଦରକାର । ଯିଏ ନିଜ ସୁବିଧା ପାଇଁ ଦଳର କ୍ଷତି କରିବ, ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିହାତି ଦରକାର ।" ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, "ଯଦି ନେତୃତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ତାହେଲେ ଏଆଇସିସି ଅଛି ସେ ବିଷୟରେ ନଜର ରଖିବା ପାଇଁ । ଦଳର ଯେଉଁମାନେ କ୍ଷତି କରୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଅପେକ୍ଷା କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.