ETV Bharat / state

27ରେ କଂଗ୍ରେସର 'ଖୋର୍ଦ୍ଧା ଚାଲ' ଡାକରା, ପରିବର୍ତ୍ତନ ସମାବେଶରେ କେନ୍ଦ୍ର ଓ ରାଜ୍ୟ ସରକାଙ୍କ ବିରୋଧରେ ଗର୍ଜିବ ଦଳ - କେନ୍ଦ୍ର ଓ ରାଜ୍ୟ ସରକାଙ୍କ ବିରୋଧରେ ଗର୍ଜିବ ଦଳ

ଆସନ୍ତା ୨୭ ତାରିଖରେ କଂଗ୍ରେସର ଖୋର୍ଦ୍ଧା ଚାଲ ଡାକରା। ପରିବର୍ତ୍ତନ ସମାବେଶରେ ଖୋର୍ଦ୍ଧା ଏବଂ ଜଟଣୀବାସୀଙ୍କ ବ୍ୟାପକ ସମସ୍ୟା ଏବଂ ସ୍ୱାର୍ଥକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ। ଅଧିକ ପଢନ୍ତୁ

parivartan samabesh by congress
କଂଗ୍ରେସର ପରିବର୍ତ୍ତନ ସମାବେଶ
author img

By ETV Bharat Odisha Team

Published : Oct 3, 2023, 10:35 PM IST

କଂଗ୍ରେସର ପରିବର୍ତ୍ତନ ସମାବେଶ

ଭୁବନେଶ୍ବର: ଖୋର୍ଦ୍ଧାରେ ଏକ ବିଶାଳ ସମାବେଶର ଆହ୍ବାନ ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଆସନ୍ତା ୨୭ ତାରିଖରେ କଂଗ୍ରେସର ଖୋର୍ଦ୍ଧା ଚାଲ ଡାକରା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିବ ଦଳ । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ତ୍ରୁଟି ବିଚ୍ୟୁତିକୁ ବ୍ୟାପକ ଭାବେ ପ୍ରଚାରପ୍ରସାର କରିବ କଂଗ୍ରେସ । ଜନତାଙ୍କ ଆସ୍ଥାଭାଜନ ହେବା ପାଇଁ ଦଳରୁ ପକ୍ଷରୁ ଚାଲିଛି ଜୋରଦାର ପ୍ରୟାସ । ପରିବର୍ତ୍ତନ ସମାବେଶରେ ଖୋର୍ଦ୍ଧା ଏବଂ ଜଟଣୀବାସୀଙ୍କ ବ୍ୟାପକ ସମସ୍ୟା ଏବଂ ସ୍ୱାର୍ଥକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ ।

ପ୍ରାୟ 10 ହଜାରରୁ ଅଧିକ ଲୋକେ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପରିବର୍ତ୍ତନ ସମାବେଶରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡା. ଏ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି, କଂଗ୍ରେସ ବିଧାୟକ, ଏଆଇସିସିର କର୍ମକର୍ତ୍ତା, ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ସାଂସଦ, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, କଂଗ୍ରେସର ସମସ୍ତ ଛାମୁଆ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଯୋଗଦେବେ ।

ଏନେଇ କଂଗ୍ରେସ ବିଧାୟକ ସୁର ରାଉତାରୟ କହିଛନ୍ତି, "କଂଗ୍ରେସର ପରିବର୍ତ୍ତନ ସମାବେଶ ସାରା ରାଜ୍ୟ ପାଇଁ ଏକ ବଡ଼ ଆହ୍ୱାନ, ଏହାଦ୍ୱାରା ସମାଜରେ ବଡ଼ ପରିବର୍ତ୍ତନ ହେବ । କଂଗ୍ରେସ ଉପରେ ଲୋକେ ଭରଷା କରିବେ । ଖୋର୍ଦ୍ଧା ଜିଲ୍ଲାର ବେକାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ନାହିଁ । ସରକାରୀ ଯୋଜନାର ରୂପାୟନରେ ବ୍ୟାପକ ଦୁର୍ନୀତି ହେଉଛି । ସରକାରୀ ଶିକ୍ଷାନୁଷ୍ଠାନର ଦୁରାବସ୍ଥା କହିଲେ ନସରେ । ପ୍ରାଇଭେଟ୍‌ ଶିକ୍ଷାନୁଷ୍ଠାନକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । ଆଇନଶୃଙ୍ଖଳା ଅତ୍ୟନ୍ତ ବିପର୍ଯ୍ୟସ୍ତ । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରୁ କଂଗ୍ରେସ କର୍ମୀ, କୃଷକ, ବେକାରୀ ଯୁବକ ଯୁବତୀ, ଛାତ୍ର, ମହିଳା, ବ୍ୟବସାୟୀ, ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ଲୋକ ଏହି ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ଅକ୍ଟୋବର ୨୭ ତାରିଖ ଦିନ ଖୋର୍ଦ୍ଧା ଗୋଡ଼ିପୋଖରୀଠାରୁ ଏକ ବିଶାଳ ଶୋଭାଯାତ୍ରା ଗୀତା ଭବନ ପଡ଼ିଆ ପର୍ଯ୍ୟନ୍ତ ଯିବ ଏବଂ ସେଠାରେ ପରିବର୍ତ୍ତନ ସମାବେଶ ହେବ ।"

ଏହା ବି ପଢନ୍ତୁ...ବ୍ରହ୍ମପୁରରେ ଆରମ୍ଭ ହେଲା ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ସେ ଆହୁରି ମଧ୍ୟ କହିଛନ୍ତି, "ଖୋର୍ଦ୍ଧା ଜିଲ୍ଲାର ସାଧାରଣ ଜନତା ୨୩ ବର୍ଷର ନବୀନ ସରକାର ଓ ୯ ବର୍ଷର ମୋଦି ସରକାରର ଉଦାସୀନତାରେ ଅତିଷ୍ଠ ହୋଇପଡ଼ିଲେଣି । ଏଠି ବ୍ଲକ ବାରଣ୍ଡାକୁ ଅଣ ବିଜେଡି ଲୋକେ ଚଢ଼ି ପାରୁନାହାନ୍ତି । ବିନା ଲାଞ୍ଚରେ ସରକାରୀ ଅଫିସ୍‌ରେ କାମ ହୋଇପାରୁନାହିଁ । ଜଟଣୀର ବହୁ ପରିବାରଙ୍କର ପୈତୃକ ସମ୍ପତ୍ତି ସରକାରଙ୍କର ଭୁଲ୍‌ ନିଷ୍ପତ୍ତି ପାଇଁ ଜଗନ୍ନାଥ ଜମିରେ ପରିଣତ ହୋଇଯାଇଛି । ଏଠାକାର ମୂଳ ବାସିନ୍ଦା ମାନଙ୍କର ଜମିକୁ ସରକାର ସେମାନଙ୍କ ନାମରେ ଫେରାଇ ଦେବାକୁ ଏହି ସଭାରେ ଦାବି ରହିବ ।"

ରାଜ୍ୟର 4ଟି ଜୋନ୍‌ରେ କଂଗ୍ରେସ ପରିବର୍ତ୍ତନ ସମାବେଶ କରିବ । ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଖୋର୍ଦ୍ଧା, ବାଲେଶ୍ୱର, ସମ୍ବଲପୁର ଏବଂ ଗଞ୍ଜାମରେ ପରିବର୍ତ୍ତନ ସମାବେଶ ଆୟୋଜନ କରିବାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.