ETV Bharat / state

ପ୍ରଦୀପ ପୁରୋହିତଙ୍କ ଘରୁ ମିଳିଲା ମୃତଦେହ, ଲକ୍ଷ୍ମୀସାଗର ଭଗବାନ ଟାଓ୍ବାରରେ ପୋଲିସ୍

author img

By

Published : Jun 6, 2023, 2:06 PM IST

Updated : Jun 6, 2023, 4:45 PM IST

ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଭୁବନେଶ୍ୱର ସ୍ଥିତ ଫ୍ଲାଟରେ ଡ୍ରାଇଭର ଧନଞ୍ଜୟ ପାଣ୍ଡେଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

padmapur former mla pradip purohit
padmapur former mla pradip purohithttp://10.10.50.80:6060/finalout3/odisha-nle/thumbnail/06-June-2023/18686751_thumbnail_16x9_jzrg.jpg
ପ୍ରଦୀପ ପୁରୋହିତଙ୍କ ଘରୁ ମିଳିଲା ମୃତଦେହ

ଭୁବନେଶ୍ବର: ପୂର୍ବତନ ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କ ଘରୁ ମିଳିଲା ମୃତଦେହ । ପ୍ରଦୀପଙ୍କ ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ଭଗବାନ ଟାଓ୍ବାର କ୍ବାଟର ୭୦୩ରେ ଏକ ମୃତଦେହ ଠାବ ହୋଇଛି । ମୃତକ ଜଣକ ହେଉଛନ୍ତି ପ୍ରଦୀପଙ୍କ ଡ୍ରାଇଭର ଧନଞ୍ଜୟ ପାଣ୍ଡେ । ପ୍ରଦୀପଙ୍କ କ୍ବାର୍ଟରୁ ଝୁଲନ୍ତା ଅବସ୍ଥାରେ ପୋଲିସ ମୃତଦେହ ଉଦ୍ଧାର କରିଛି । ଘଟଣା ସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।

ସୂଚନା ଅନୁସାରେ, ୪୮ ବର୍ଷୀୟ ଧନଞ୍ଜୟ ପାଣ୍ଡେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ହୀରାପୁର ଗ୍ରାମର ହେଇଥିବା ଜଣାପଡ଼ିିଛି । ସେ ଗତ ୯ ବର୍ଷ ହେବ ପ୍ରଦୀପ ପୁରୋହିତଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଆଜି ସକାଳେ କ୍ବାର୍ଟରରେ କେହି ନଥିବାବେଳେ ଧନଞ୍ଜୟଙ୍କ ମୃତଦେହ ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି । ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତେବେ କ୍ବାର୍ଟର ବାହାରେ ଧନଞ୍ଜୟ ଚଲାଉଥିବା ଗାଡ଼ି ରଖାଯାଇଛି । ତେଣୁ ତାଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଛି ସେନେଇ ଜଣାପଡ଼ିନାହିଁ ।

ଏନେଇ ପ୍ରଦୀପ ପୁରୋହିତ କହିଛନ୍ତି, ସେ ଦିଲ୍ଲୀ ଯାଇଥିଲେ । ଆଜି ସକାଳୁ ପହଞ୍ଚିବା ପୂର୍ବରୁ ଏୟାର‌ପୋର୍ଟ ନେବାକୁ ଆସିବା ପାଇଁ ଧନଞ୍ଜୟଙ୍କୁ ଫୋନ କରିଥିଲେ । ହେଲେ ବାରମ୍ବାର ୨୦ଥର ଫୋନ ପରେ ମଧ୍ୟ ସେ ଉଠାଇନଥିଲେ । ଭୁବନେଶ୍ୱରରେ ଆସି ପହଞ୍ଚି ଫ୍ଲାଟରେ ଦେଖିଲେ ବାହାରୁ ତାଲା ପଡିଛି । ଏହାପରେ ଆପାର୍ଟମେଣ୍ଟର ଅନ୍ୟମାନଙ୍କୁ କହିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଘରେ ଦେଖେ ତ, ଧନଞ୍ଜୟ ରହୁଥିବା ରୁମରେ ଝୁଲନ୍ତା ଅବସ୍ଥାରେ ରହିଛନ୍ତି । ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ ଖବର ଦିଆଯାଇଛି । ସେମାନେ ପହଞ୍ଚିବା ପରେ ତାଙ୍କ ମୃତଦେହ କଢ଼ାଯିବ ବୋଲି ସୂଚନା ମିଳିଛି ।

କୁହାଯାଉଛି ଯେ, ଧନଞ୍ଜୟ ଜଣେ ଭଲ ସ୍ବଭାବର ବ୍ୟକ୍ତି ଅଟନ୍ତି । ସେ ପ୍ରଦୀପଙ୍କ ପାଖରେ ରହି ଦୀର୍ଘ ୯ବର୍ଷ ହେବ କାର୍ଯ୍ୟ କରୁଛନ୍ତି । ଅନେକ ସମୟରେ ସେ ଜଣେ ସକ୍ରିୟ କର୍ମୀ ପରି ତାଙ୍କ ସହ ରାଜନୈତିକ ଭାବେ ଜଡ଼ିତ ରହୁଥିଲେ । ଧନଞ୍ଜୟ ବିବାହିତ ହୋଇଥିବା ବେଳେ ତାଙ୍କର ଏକ ଛୋଟ ଝିଅ ମଧ୍ୟ ରହିଛି । ତେବେ କେଉଁ କାରଣରୁ ସେ ଏପରି କଲେ ତାଙ୍କୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ପୋଷ୍ଟମର୍ଟମ ପରେ ହିଁ ସତ୍ୟତା ଜଣାପଡ଼ିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 6, 2023, 4:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.