ETV Bharat / state

OSSC JE Civil Main Exam: ସେପ୍ଟେମ୍ବର ୩ରେ ଜେଇ ସିଭିଲ ପରୀକ୍ଷା

author img

By

Published : Aug 17, 2023, 9:01 PM IST

ପ୍ରାର୍ଥୀମାନେ ଅଗଷ୍ଟ ୨୮ ତାରିଖ ଠାରୁ ଆୟୋଗର ୱେବସାଇଟ www.ossc.gov.in ଲିଙ୍କରେ ସେମାନଙ୍କର ଆଡମିଶନ ଲେଟର ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଛି। ସେମାନଙ୍କ ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ଏହାକୁ ଡାଉନଲୋର୍ଡ କରିପାରିବେ। ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହେବ ଜେଇ ସିଭିଲ ପରୀକ୍ଷା । ଅପରାହ୍ନ ୨ ଟାରୁ ୫ ପର୍ଯ୍ୟନ୍ତ ହେବ ପରୀକ୍ଷା। ମୋଟ ୨୦୦ ମାର୍କର ହେବ ପରୀକ୍ଷା। ମୋଟ ୨୦୦ ମାର୍କର ହେବ ପରୀକ୍ଷା। OMR ମୋଡ ମାଧ୍ୟମରେ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା 2022 ର ଜେଇ (ସିଭିଲ୍) ପଦବୀ ପାଇଁ ଲିଖିତ ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଚିଠି ଅନୁଯାୟୀ (ଓଏମଆର) OMR ସିଟ ରେ ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ନକାରାତ୍ମକ ମାର୍କ 0.5 ମାର୍କ ରହିଛି। ପ୍ରାର୍ଥୀମାନେ ଅଗଷ୍ଟ ୨୮ ତାରିଖ ଠାରୁ ଆୟୋଗର ୱେବସାଇଟ www.ossc.gov.in ଲିଙ୍କରେ ସେମାନଙ୍କର ଆଡମିଶନ ଲେଟର ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଛି। ସେମାନଙ୍କ ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ଏହାକୁ ଡାଉନଲୋର୍ଡ କରିପାରିବେ। ଅନଲାଇନ ଆବେଦନ ଫର୍ମରେ ଜଣେ ଲେଖକଙ୍କ ସହାୟତା ନେବାକୁ ଚୟନ କରିଥିବା PWD ପ୍ରାର୍ଥୀମାନେ ଆଡମିଶନ ଲେଟର ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ ସହିତ ନିର୍ଦ୍ଦିଷ୍ଟ ଫର୍ମାଟରେ ଆବେଦନ କରିପାରିବେ।

ସେପ୍ଟେମ୍ବର ୩ ରେ ଜେଇ ସିଭିଲ ପରୀକ୍ଷା
ସେପ୍ଟେମ୍ବର ୩ ରେ ଜେଇ ସିଭିଲ ପରୀକ୍ଷା

ଏହାବି ପଢନ୍ତୁ- CBSE ସହ ଟକ୍କର ଦେବ CHSE, ୬ମାସ ପୁର୍ବରୁ ତାରିଖ ଘୋଷଣା କଲା CHSE

ଅଗଷ୍ଟ 31 ତାରିଖ ସୁଦ୍ଧା କେବଳ ଇ-ମେଲ ମାଧ୍ୟମରେ orissassc@gmail.com କୁ ପଠାଇ ପାରିବେ। ଯଦି କୌଣସି ପରିସ୍ଥିତିରେ ଆୟୋଗର ପୂର୍ବ ଅନୁମତି ନ ନେଇ PwD ପ୍ରାର୍ଥୀଙ୍କୁ ପରୀକ୍ଷାରେ ଲେଖକ ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ। ସେପଟେ ଯେଉଁ ପରୀକ୍ଷାର୍ଥୀ ପୂର୍ବରୁ ପ୍ରଶ୍ନ ପତ୍ର ଲିକ ମାମଲା ରେ ସମ୍ପୃକ୍ତ ଥିଲେ ସେମାନଙ୍କୁ ବ୍ୟାନ ପାଇଁ ଉଠିଲାଣି ଦାବି।

ସୂଚନା ଅନୁଯାୟୀ, ପ୍ରଶ୍ନ ପତ୍ର ଲିକ କୁ ନେଇ ଜେଇ ସିଭିଲ ମେନ ପରୀକ୍ଷା ରଦ୍ଦ କରିଥିଲା OSSC। ଏହି ପରୀକ୍ଷା କୁ ନେଇ କିଛି ଫ୍ରଡ ହୋଇଥିବା ଅଭିଯୋଗ ଆସିଥିଲା। ଯାହା ଫଳରେ ଏଭଳି ନିଷ୍ପତି ନିଆଯାଇଛି। ତେବେ ଅଭିଯୋଗକୁ କେନ୍ଦ୍ର କରି ଶହ ଶହ ଆଶାୟୀ ମାନେ OSSC କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏପରିକି ଏଥିରେ ସମ୍ପୂର୍କ୍ତ ଥିବା ଅନେକଙ୍କୁ ଗିରଫ କରାଯାଇଥିଲା ମଧ୍ୟ। ଏହା ସହ ପରୀକ୍ଷାକୁ କିଭଳି ଭାବରେ ପୁନଃ ଘୋଷଣା ହୋଇଥିବା ପରୀକ୍ଷାର ସ୍ବଚ୍ଛତାର ସହ ସମ୍ପାଦନ ହେବ ସେନେଇ ଦାବି ଉଠିଛି। ଆଗକୁ ଥିବା ପରୀକ୍ଷା ରେ ଯେଭଳି ସୁରୁଖୁରୁରେ କରାଯିବ ସେନେଇ ପଦକ୍ଷେପ ନେବାକୁ ଅନେକ ଦାବି ମଧ୍ୟ କରୁଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.