ETV Bharat / state

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, 4 ପକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିରୋଧୀଙ୍କ ପ୍ରତିକ୍ରିୟା - ପୁରୀ ଗଜପତି

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ରାଜ୍ୟ ସରକାର ଓ ପୁରୀ ଗଜପତି ହାଇକୋର୍ଟ ପକ୍ଷଭୁକ୍ତ କରିବା ପରେ ପ୍ରତିକ୍ରିୟା ରଖିଲେ ବିରୋଧୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 6, 2023, 10:24 PM IST

Updated : Jul 6, 2023, 10:42 PM IST

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, 4 ପକ୍ଷଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିରୋଧୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ବହୁଚର୍ଚ୍ଚିତ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାର ଓ ପୁରୀ ଗଜପତିଙ୍କୁ ପକ୍ଷଭୁକ୍ତ କରିଛନ୍ତି ହାଇକୋର୍ଟ । ମାମଲାର ଶୁଣାଣି କରି ଆସନ୍ତା 4 ସପ୍ତାହ ମଧ୍ୟରେ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରତ୍ନଭଣ୍ଡାର ସୁନା ଅଳଙ୍କାର ଅସୁରକ୍ଷିତ ନେଇ ସାଧାରଣରେ ଦ୍ଵନ୍ଦ୍ବ ଉପୁଜିଥିଲା । ଏହାକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ଘେରିଥିଲେ ବିରୋଧୀ । ଏପରିକି ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥଙ୍କୁ ସୁନା ଥାଳିଆ ବଦଳରେ ପିତଳ ଥାଳିଆରେ ଭୋଗ ଲଗାଇବା ପ୍ରସଙ୍ଗରେ ସେବାୟତ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ପ୍ରତିକ୍ରିୟା ରଖିଛି ବିଜେପି ଓ କଂଗ୍ରେସ ।

ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଉ ଓ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ସେହି ଦ୍ଵନ୍ଦ୍ବ ଦୂର କରନ୍ତୁ ବୋଲି ଉଭୟ ବିଜେପି ଓ କଂଗ୍ରେସ ଦାବି କରିଥିଲେ । ଏହି ପ୍ରସଙ୍ଗରେ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଏବଂ ବର୍ତ୍ତମାନର ରାଜ୍ୟ ସଭାପତି ମନମୋହନ ସାମଲ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏନେଇ ବିଜେପି ନେତା ସମୀର ମହାନ୍ତି କହିଛନ୍ତି, " ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉତ୍ତରରେ ସରକାର କେଉଁଭଳି ଚାଲିଛି ସାଧାରଣ ଲୋକ ଜାଣିପାରିବେ । ମୁଣ୍ଡ ବିହୀନ ସରକାର କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ଆଇନ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦେବେ ଦୁର୍ଭାଗ୍ୟଜନକ, ଆଉ କିଛି ନାହିଁ । ଏହି ଘଟଣା ବିଶ୍ବବ୍ୟାପି ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି ।"

ସେ ଆହୁରି କହିଛନ୍ତି, " ସମସ୍ତେ କହିବା ପରେ ବି କାହିଁକି ରତ୍ନ ଭଣ୍ଡାର ଖୋଲା ଯାଉ ନାହିଁ । 1978 ମସିହାରେ ଖୋଲା ଯାଇଥିଲା । ଆମେ ଯେତେବେଳେ ଲକରରେ କିଛି ରଖୁଛେ ତାକୁ କଣ ତଦାରଖ କରୁନେ । କାହିଁକି ଖୋଲିବେନି ରାଜ୍ୟ ସରକାର, ଏହା ମୋର ମୌଳିକ ପ୍ରଶ୍ନ ଏବଂ ଏହାକୁ ନେଇ ହାଇକୋର୍ଟ ଯାଇଛୁ । ସରକାର ଜଗନ୍ନାଥପ୍ରେମୀଙ୍କ ଆଗରେ ନିଜର ସ୍ବଚ୍ଛତା ପ୍ରମାଣିତ କରିପାରିବେ, ଏଠାରେ ସରକାର ଉତ୍ତରଦାୟିତ୍ବ କାହିଁକି ରଖୁନାହାନ୍ତି, ପଛଘୁଞ୍ଚା କାହିଁକି ଦେଉଛନ୍ତି ? କାହିଁକି ଖୋଲୁ ନାହାନ୍ତି ତାର ଉତ୍ତର କଣ ?"

ଏହା ବି ପଢନ୍ତୁ- Ratna Bhandar Issue: ପୁଣି ଉଠିଲା ଦାବି, ଦୁର୍ମୂଲ୍ୟ ଅଳଙ୍କାର ଭର୍ତ୍ତି ରତ୍ନ ଭଣ୍ଡାର ଖୋଲିବେ ତ ସରକାର ?

ଏହି ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଆସିବା ପରେ କଂଗ୍ରେସ ବିଧାୟକ ନରସିଂହ କହିଛନ୍ତି, "ମୁଁ ଚାପର ବଶବର୍ତ୍ତୀ ହୋଇ ଖୋଲି ପାରିନଥିଲି । ହେଲେ ମୁଖ୍ୟମନ୍ତ୍ରୀ ଯଦି ନିଷ୍ପତ୍ତି ନେଲେ, ଚାପ ପକାଇ ପାରିବେ ନାହିଁ । ରତ୍ନଭଣ୍ଡାର ଖୋଲିବା ଭାବାବେଗର କଥା । ରତ୍ନଭଣ୍ଡାର ଖୋଲିବା ନେଇ ଗଜପତି, ଶଙ୍କରାଚାର୍ଯ୍ୟ, ଜନସାଧାରଣ, ଭକ୍ତ ଏବଂ ରାଜନୈତିକ ଦଳମାନେ ଦାବି କରୁଛନ୍ତି । ତଥାପି ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି । କୋର୍ଟର ନିର୍ଦ୍ଦେଶ ପରେ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ ସରକାର । ଲୋକଙ୍କ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ରାଜ୍ୟ ସରକାର ପକ୍ଷ ରଖନ୍ତୁ, ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କ ଅଳଙ୍କାର ହିସାବ କରି ମରାମତି କରନ୍ତୁ ।"

ସେପଟେ ଏ ନେଇ ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ କହିଛନ୍ତି, "ଯାହାଙ୍କ ପାଇଁ ମହଣ ମହଣ ସୁନା ଖଞ୍ଜାଯାଇଛି, ଯିଏକି ହୀରାନିଳାର ନିଜେ ଆଧାର ସେ ଆଜି ପିତଳ ଥାଳିରେ ଖାଉଛନ୍ତି । ରତ୍ନ ଥାଇ ସୁନା ପରିବର୍ତ୍ତେ ପିତଳ ଥାଳିରେ ଭୋଗ ନିବେଦନ କରାଯାଉଛି । ରତ୍ନଭଣ୍ଡାର ନ ଖୋଲି ସରକାର ବଦନାମ ହେଉଛନ୍ତି । ଚାବି ହଜିବା ଘଟଣା ଏକ ଡ୍ରାମା କଲେ ସରକାର। କୋର୍ଟ ଚାହିଁଲେ ରତ୍ନଭଣ୍ଡାର ଖୋଲିବ। କୋର୍ଟ ପକ୍ଷରୁ ସରକାରଙ୍କୁ ନିର୍ଦ୍ଦେଶ ଆସିଛି ପକ୍ଷ ରଖିବାକୁ। ରତ୍ନଭଣ୍ଡାର ଖୋଲିବା ଆନନ୍ଦର କଥା । ବର୍ଷା ହେଲେ ରତ୍ନଭଣ୍ଡାର ରେ ଯେଉଁଭଳି ପାଣି ଜମି ଦୟନୀୟ ସ୍ଥିତି କହିବା ଦୁଖଦାୟକ।ନୂଆ ଷ୍ଟ୍ରଙ୍ଗ ରୁମ ନିର୍ମାଣ କରାଯାଉ ସେଠାରେ ରତ୍ନ ରଖାଯାଉ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 6, 2023, 10:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.