ETV Bharat / state

ପିସିସି ନିର୍ବାଚନ ପରିଚାଳନା କମିଟି ଘୋଷଣା କଲା ଏଆଇସିସି

author img

By ETV Bharat Odisha Team

Published : Jan 12, 2024, 10:54 PM IST

Odisha Congress: ଆଗାମୀ ସାଧାରଣ ନିର୍ବାଚନ ପରିଚାଳନା ପାଇଁ ଘୋଷଣା ହେଲା ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି । ପିସିିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ବହୁ ବରିଷ୍ଠ ଓ ଯୁବ ନେତାଙ୍କୁ ମିଳିଛି ସ୍ଥାନ । ଅଧିକ ପଢ଼ନ୍ତୁ

ପିସିସି ନିର୍ବାଚନ ପରିଚାଳନା କମିଟି ଘୋଷଣା କଲା ଏଆଇସିସି
ପିସିସି ନିର୍ବାଚନ ପରିଚାଳନା କମିଟି ଘୋଷଣା କଲା ଏଆଇସିସି

ଭୁବନେଶ୍ବର: ଆସନ୍ତା ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି ଏଆଇସିସି ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ ପରିଚାଳନା କମିଟି ଘୋଷଣା କରାଯାଇଛି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଉକ୍ତ କମିଟିକୁ ଅନୁମୋଦନ କରିଛନ୍ତି ବୋଲି ଏଆଇସିସିର ସାଧାରଣ ସମ୍ପାଦକ (ସଂଗଠନ) କେସି ବେଣୁଗୋପାଳ ଏକ ତାଲିକା ଘୋଷଣା କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ନିର୍ବାଚନ କମିଟିର ଅଧ୍ୟକ୍ଷ ରହିଥିବାବେଳେ ୧୮ ଜଣ ସଦସ୍ୟ ଭାବେ ଉକ୍ତ କମିଟିର ସ୍ଥାନ ପାଇଛନ୍ତି । ତେବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ହଠାତ ଚଳଚଞ୍ଚଳ ହୋଇପଡ଼ିଥିବା କଂଗ୍ରେସକୁ ନିର୍ବାଚନ ପୂର୍ବରୁ ଅଧିକ କ୍ରିୟାଶୀଳ କରିବା ଦିଗରେ ଓ ସଠିକ ପ୍ରାର୍ଥୀ ଚୟନ ଦିଗରେ ଏହି କମିଟି ସହାୟକ ହେବ ବୋଲି କୁହାଯାଉଛି ।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ସପ୍ତଗିରି ଉଲାକା, ଭକ୍ତଚରଣ ଦାସ, ସୁଶୀଳା ତିରିଆ, ଅନନ୍ତ ସେଠୀ, ଡଃ ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ସନ୍ତୋଷ ସିଂ ସାଲୁଜା, ଅମିତା ବିଶ୍ବାଳ, ଅଜୟନ୍ତୀ ପ୍ରଧାନ, ବିଶ୍ବରଞ୍ଜନ ମହାନ୍ତି, ମାନସ ଚୌଧୁରୀ, ସସ୍ମିତା ବେହେରା, ଶୁଭେନ୍ଦୁ ମହାନ୍ତି ପ୍ରମୁଖ ସଦସ୍ୟ ରହିଛନ୍ତି । ସେହିଭଳି ଅନ୍ୟାନ୍ୟ ସଦସ୍ୟ ଭାବରେ ଯୁବ, ଛାତ୍ର, ମହିଳା ଓ ସେବାଦଳର ରାଜ୍ୟ ସଭାପତିମାନେ ରହିଛନ୍ତି ବୋଲି ଆଜି ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ଏଆଇସିସି ।

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ ଫୋକସରେ ଯୁବବର୍ଗ, ଚର୍ଚ୍ଚାରେ ପରିବାରବାଦ ରାଜନୀତି

ଆଜି ଏଆଇସିସି ପକ୍ଷରୁ ଏହି 19 ଜଣିଆ ନିର୍ବାଚନୀ କମିଟି ଗଠନ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ଏହି ନିର୍ବାଚନୀ କମିଟିରେ ଦଳର ବରିଷ୍ଠ ନେତାମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ କଂଗ୍ରେସ ସଂଗଠନକୁ ମଜବୁତ କରିବାକୁ ଜୋରଦାର ଅଣ୍ଟା ଭିଡ଼ିଛି । ତେବେ ନିର୍ବାଚନ ପରିଚାଳନା କରିବା ଓଡ଼ିଶା କଂଗ୍ରେସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ସେଥିପାଇଁ ପ୍ରତି ଜିଲ୍ଲାରୁ ପ୍ରାର୍ଥୀମାନଙ୍କ ଏକ ତାଲିକା ପ୍ରସ୍ତୁତ କରି ପିସିସିକୁ ପ୍ରଦାନ କରାଯାଇଛି । ଜିତିବାର ସମ୍ଭାବନା, ସ୍ବଚ୍ଛ ଭାବମୂର୍ତ୍ତି, ସଧାରଣରେ ଗ୍ରହଣୀୟତାକୁ ଆଧାର କରି ଟିକେଟ ଦିଆଯିବ । ଯେଉଁ ସମ୍ଭାବ୍ୟ ତାଲିକା ଯାଇଛି, ସେହି ମଧ୍ୟରୁ ଏଆଇସିସି ମୋହର ବାଜିବା ପରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.