ETV Bharat / state

ଆଜିଠୁ ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ, ଉତ୍ସାହିତ ଛାତ୍ରଛାତ୍ରୀ - ବାଜିଲା ଘଣ୍ଟି ଖୋଲିଲା ସ୍କୁଲ

ବାଜିଲା ଘଣ୍ଟି ଖୋଲିଲା ସ୍କୁଲ । ଆଜିଠୁ ପୁଣି ଖୋଲିଛି ପ୍ରଥମରୁ ସପ୍ତମ ଶ୍ରେଣୀ। ତୃତୀୟ ଲହର ପ୍ରଭାବ କମିବା ପରେ ଆଜିଠୁ ପୁଣି ଥରେ ଶିକ୍ଷାନୁଷ୍ଠାନରେ ପାଠପଢା ଆରମ୍ଭ ହେବ । ଅଧିକ ପଢନ୍ତୁ

ଆଜିଠୁ ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ, ଉତ୍ସାହିତ ଛାତ୍ରଛାତ୍ରୀ

author img

By

Published : Feb 28, 2022, 11:35 AM IST

ଖୋର୍ଦ୍ଧା: ରାଜ୍ୟରେ ଆଜିଠୁ ଖୋଲିଛି ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ । ଦୀର୍ଘ ଦୁଇ ବର୍ଷ ପରେ ପିଲା ଦେଖିବେ କ୍ଲାସରୁମ । ବହି ବସ୍ତାନୀ ଧରି ସ୍କୁଲରେ ପହଞ୍ଚିଛନ୍ତି ଛାତ୍ରଛାତ୍ରୀ । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସମସ୍ତ ସ୍କୁଲ ଖୋଲିଛି ।

ଆଜିଠୁ ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ, ଉତ୍ସାହିତ ଛାତ୍ରଛାତ୍ରୀ

କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍କୁଲକୁ ବେଲୁନରେ ସଜାଜିବା ସହ ଛାତ୍ରଛାତ୍ରୀଙ୍କୁ ଧୂପ ଚନ୍ଦନ ଦେଇ ବନ୍ଦାପନା କରି ସ୍ୱାଗତ କରାଯାଇଛି । ସେହିପରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ କରୋନା କଟକଣା ପାଳନ କରାଯାଇ ପିଲାଙ୍କୁ ସ୍ୱାଗତ କରାଯାଉଛି ।

ଏଥିପାଇଁ ଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ପିଲାମାନେ ସ୍କୁଲ ଆସିବା ପୂର୍ବରୁ ବିଦ୍ୟାଳୟ ଗୁଡିକୁ ସାନିଟାଇଜ କରାଯାଇଥିଲା । ଏହାସହ ବିଦ୍ୟାଳୟରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସାନଇଟାଇଜ କରିବା ସହ ଥର୍ମାଲ ସ୍କ୍ରିନିଂ କରାଯାଇଛି । ଅଫଲାଇନ ପାଠପଢା ଆରମ୍ଭ କରାଯାଇଥିବାରୁ ଛାତ୍ରଛାତ୍ରୀଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.