ETV Bharat / state

ଶିକ୍ଷକ ଆନ୍ଦୋଳନ ଦୁଇ ଫାଳ ! ଗୋଟିଏ ପଟେ ସ୍ଥଗିତ ନିଷ୍ପତ୍ତି, ଅନ୍ୟପଟେ ଆନ୍ଦୋଳନ ଜାରି - ଏକତରଫା କହି ତାତିଲେ ବିପକ୍ଷ ଗୋଷ୍ଠୀ

ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଏବେ ଭିନ୍ନ ମୋଡ଼ ନେଇଛି। ଗୋଟିଏ ପଟେ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତି ନିଆଯାଇଥିବାବେଳେ ଅନ୍ୟପଟେ ଆନ୍ଦୋଳନ ଜାରି ନିଷ୍ପତ୍ତି ହୋଇଛି। ଅଧିକ ପଢନ୍ତୁ

ଶିକ୍ଷକଙ୍କ ଆନ୍ଦୋଳନରେ ଭିନ୍ନ ମୋଡ଼
ଶିକ୍ଷକଙ୍କ ଆନ୍ଦୋଳନରେ ଭିନ୍ନ ମୋଡ଼
author img

By ETV Bharat Odisha Team

Published : Sep 18, 2023, 6:53 PM IST

Updated : Sep 18, 2023, 9:42 PM IST

ଶିକ୍ଷକଙ୍କ ଆନ୍ଦୋଳନରେ ଭିନ୍ନ ମୋଡ଼

ଭୁବନେଶ୍ବର: ଶିକ୍ଷକ ଆନ୍ଦୋଳନ ଦୁଇ ଫାଳ। ଗୋଟିଏ ପଟେ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତି ନିଆଯାଇଥିବାବେଳେ ଅନ୍ୟପଟେ ଆନ୍ଦୋଳନ ଜାରି ନିଷ୍ପତ୍ତି ହୋଇଛି। ତେବେ କିଛି ଶିକ୍ଷକ ସଂଘ ସ୍ଥଗିତକୁ ସମର୍ଥନ ଦେଉଥିବାବେଳେ ଆଉ କିଛି ଶିକ୍ଷକ ସଂଘ ଏହାକୁ ବିରୋଧ କରୁଛନ୍ତି। ଯାହାକୁ ନେଇ ଏବେ ଦ୍ଵନ୍ଦ ସୃଷ୍ଟି ଉପୁଜିଛି । ଆସନ୍ତାକାଲିଠାରୁ କିଛି ଶିକ୍ଷକ ସଂଘ ସ୍କୁଲ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ଆଉ କିଛି ଶିକ୍ଷକ ସଙ୍ଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି।

ଗୋଟିଏ ପଟେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍ ଶିକ୍ଷକ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ନେଇ ସ୍ପଷ୍ଟ କରିଥିବାବେଳେ ଅନ୍ୟପଟେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆନ୍ଦୋଳନ ଜାରି ରହିବା ନେଇ ସ୍ପଷ୍ଟ କରିଛି। ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ କହିଛି , "ଏହି ଆନ୍ଦୋଳନ ସ୍ଥଗିତ ନିଷ୍ପତି ଏକପାଖିଆ। ଏଥିରେ କେବଳ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ଏକତରଫା ନିଷ୍ପତି ନେଇ ଆନ୍ଦୋଳନ ସ୍ଥଗିତ ଘୋଷଣା କରିଛି। ହେଲେ ସମସ୍ତ ଶିକ୍ଷକ ଏହି ନିଷ୍ପତ୍ତିରେ ସନ୍ତୁଷ୍ଟ। ଆଜିଠାରୁ ନିଜସ୍ଵ ବ୍ୟାନର ଅଧୀନରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆନ୍ଦୋଳନ ଜାରି ରଖିବ।"

ସରକାରଙ୍କ ସହ ସକାରାତ୍ମକ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ। ଆସନ୍ତାକାଲିଠାରୁ କାର୍ଯ୍ୟରେ ଯୋଗଦେବେ କିଛି ଶିକ୍ଷକ ଶିକ୍ଷୟତ୍ରୀ। ଡିସେମ୍ବର ସୁଦ୍ଧା ସରକାର ଦାବି ପୂରଣ କରିବା ନେଇ ଦିଆଯାଇଛି ପ୍ରତିଶୃତି। ଡିସେମ୍ବର ସୁଦ୍ଧା ଦାବି ପୂରଣ ନହେଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ନିଖିଳ ଉତ୍କଳ ଶିକ୍ଷକ ସଂଘl ଏନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନର ମହାସଚିବ ଚାରୁଲତା ମହାପାତ୍ର କହିଛନ୍ତି , "ସରକାରଙ୍କ ସହ ଆମର ସକାରାତ୍ମକ ଆଲୋଚନା ହୋଇଛିl ସରକାର ଆମକୁ ପ୍ରତିଶୃତି ଦେଇଛନ୍ତି l ଡିସେମ୍ବର ସୁଦ୍ଧା ସମସ୍ତ ଦାବି ପୂରଣ ହେବ। ତେଣୁ ସରକାର ପ୍ରତିଶୃତି ଦେବା ପରେ ଆସନ୍ତାକାଲିଠାରୁ ଆମେ କାର୍ଯ୍ୟରେ ଯୋଗ ଦେବା ସହ ପାଠ ପଢାଇବୁ। ତେବେ ଡିସେମ୍ବର ସୁଦ୍ଧା ଦାବି ପୂରଣ ନହେଲେ ପୁଣି ଥରେ କାର୍ଯ୍ୟବନ୍ଦ ଆନ୍ଦୋଳନ ତୀବ୍ରତର ହେବ ।"

ସୂଚନା ଅନୁଯାୟୀ, 10 ଦିନ ଦିନ ହେବ ରାଜ୍ୟରେ ଥିବା 300ରୁ ଅଧିକ ବିଇଓ କାର୍ଯ୍ୟାଳୟ ଆଗରେ ଧାରଣାରେ ରହିଥିଲେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ। ରାଜ୍ୟର ୧ ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମୂହିକ ଛୁଟିରେ ରହିଥିଲେ। ଠିକା ବ୍ୟବସ୍ଥା ଉଚ୍ଛେଦ କରିବା, କେନ୍ଦ୍ରୀୟ ହାରରେ ବେତନ ଓ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଭଳି 3 ଦଫା ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ।

ଏହା ବି ପଢନ୍ତୁ.... ରାଜରାସ୍ତାରେ ପ୍ରାଥମିକ ଶିକ୍ଷକ, କବିତା ମାଧ୍ୟମରେ ଦାବି ପୂରଣ ଲାଗି ନିବେଦନ କଲେ ବ୍ୟଙ୍ଗକବି

ଯାହାଦ୍ଵାରା କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ରାଜ୍ୟର ପ୍ରାୟ ୫୬ ହଜାର ସ୍କୁଲରେ ପାଠ ପଢା ଠପ ହୋଇଛି। ଯାହାକୁ ନେଇ ରାଜ୍ୟରେ ପିଲାଙ୍କର ପାଠ ପଢା ସହ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇପଡ଼ିଥିଲା। ଆଜି ଅପରାହ୍ନରେ ସଚିବାଳୟଠାରେ ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟିର ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା । ତେବେ "ଯଥାଯୋଗ୍ୟ ଓ ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି" ବୋଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ତେବେ ଏହାପରେ ଶିକ୍ଷକ ସଂଘ ଷ୍ଟିୟରିଂ କମିଟି ବୈଠକରେ ଆନ୍ଦୋଳନ ସ୍ଥଗିତ ନେଇ ଆଲୋଚନା ହୋଇଥିଲା। ଅନ୍ୟପଟେ କିଛି ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଏହି ଆନ୍ଦୋଳନ ସ୍ଥଗିତକୁ ନେଇ ବିରୋଧ କରିବା ସହ ନିଜସ୍ବ ବ୍ୟାନରରେ ଆନ୍ଦୋଳନ କରିବେ ବୋଲି କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 18, 2023, 9:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.