ETV Bharat / state

Bus Strike In Odisha: ପାର୍ବଣରେ ବସ ଧର୍ମଘଟ ଡାକରା, ଯାତ୍ରୀଙ୍କ ଦୁଃଖ ବୁଝିବ କିଏ ? - ଘରୋଇ ବସ ବନ୍ଦ ଡାକରା

ଘରୋଇ ବସ ମାଲିକ ସଂଘ ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ବସ ଧର୍ମଘଟ ଡାକରା ଦେଇଛି । ଏହି ଧର୍ମଘଟ ସିଧା ପ୍ରଭାବ ପଡିବାକୁ ଯାଉଛି ଜନ ସାଧାରଣଙ୍କ ଉପରେ । ଯାତ୍ରୀଙ୍କ କହିବା କଥା ହେଲା ଏବେ ପାର୍ବଣ ସମୟ । 20 ତାରିଖରୁ ଷଷ୍ଠୀ ପୂଜା ଆରମ୍ଭ ହେଉଛି । ଛୁଟିରେ ଛାତ୍ରଛାତ୍ରୀ ଏବଂ ଲୋକେ ଘରକୁ ଫେରିବେ । କିନ୍ତୁ ଠିକ ଏହି ସମୟରେ ଘରୋଇ ବସ ମାଲିକ ସଂଘ ଧର୍ମଘଟ ଡାକରା ଦେବା ଅନେକକୁ ଆଶ୍ଚର୍ଯ୍ୟ କରିଛି । ଅଧିକ ପଢନ୍ତୁ

Bus Strike In Odisha
Bus Strike In Odisha
author img

By ETV Bharat Odisha Team

Published : Oct 19, 2023, 5:44 PM IST

Bus Strike In Odisha: ପାର୍ବଣରେ ବସ ଧର୍ମଘଟ ଡାକରା, ଯାତ୍ରୀଙ୍କ ଦୁଃଖ ବୁଝିବ କିଏ?

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନା ଓ ସହର ବାହାରେ ମୋ ବସ ଚଳାଚଳକୁ ବିରୋଧ କରି ଓଡିଶା ଘରୋଇ ବସ ମାଲିକ ସଂଘ ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ବସ ଧର୍ମଘଟ ଡାକରା ଦେଇଛି । ଏହି ଧର୍ମଘଟ ସିଧା ପ୍ରଭାବ ପଡିବାକୁ ଯାଉଛି ଜନ ସାଧାରଣଙ୍କ ଉପରେ । ଯାତ୍ରୀଙ୍କ କହିବା କଥା ହେଲା ଏବେ ପାର୍ବଣ ସମୟ । 20 ତାରିଖରୁ ଷଷ୍ଠୀ ପୂଜା ଆରମ୍ଭ ହେଉଛି । ଛୁଟିରେ ଛାତ୍ରଛାତ୍ରୀ ଏବଂ ଲୋକେ ଘରକୁ ଫେରିବେ । କିନ୍ତୁ ଠିକ ଏହି ସମୟରେ ଘରୋଇ ବସ ମାଲିକ ସଂଘ ଧର୍ମଘଟ ଡାକରା ଦେବା ଅନେକକୁ ଆଶ୍ଚର୍ଯ୍ୟ କରିଛି । ଘରୋଇ ବସ ମାଲିକ ସଂଘର ଦାବି ଯଥାର୍ଥ ଥାଇପାରେ । ରାଜ୍ୟ ସରକାରଙ୍କ ସହିତ ଦାବି ନେଇ ଆଲୋଚନା ହେଉ । କିନ୍ତୁ ସାଧାରଣ ଲୋକେ କାହିଁକି ଦୁର୍ଦ୍ଦଶା ଭୋଗିବେ? ପାର୍ବଣ ବେଳେ ବସ ଧର୍ମଘଟ ଡାକରାକୁ ନେଇ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଘରୋଇ ବସ ମାଲିକ ସଂଘ ମଧ୍ୟ ଯାତ୍ରୀଙ୍କ ସମସ୍ୟାକୁ ଭ୍ରୁକ୍ଷେପ ନକରି ନିଜ ଜିଦର ଅଟଳ ରହିଛି ।

ଅଧିକ ପଢନ୍ତୁ- ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ ଧର୍ମଘଟ, ଆନ୍ଦୋଳନକୁ ଓହ୍ଲାଇବ ଘରୋଇ ବସ ମାଲିକ ସଂଘ

ସେପଟେ ଭୁବନେଶ୍ବରରେ ବସ ମାଲିକ ସଂଘ କାର୍ଯ୍ୟାଳୟରେ ରାଜ୍ୟ ବସ ମାଲିକ ସଂଘର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ହୋଇଛି । ସରକାରଙ୍କ ସହ ଆଲୋଚନା ପୂର୍ବରୁ ରାଜ୍ୟ ଘରୋଇ ବସ ମାଲିକ ସଂଘ ସଦସ୍ୟମାନେ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ । ସରକାରଙ୍କ ସମ୍ମୁଖରେ କଣ କଣ ଦାବି ରଖିବେ । ରାଜ୍ୟ ସରକାର ଯଦି ଦାବି ନମାନନ୍ତି ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ନିଷ୍ପତ୍ତି ହୋଇଛି । ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ‘‘ରାଜ୍ୟ ସରକାର ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଧର୍ମଘଟ ନିଷ୍ପତ୍ତି ବଳବତ୍ତର ରହିବ’’ । ଅନ୍ୟପଟେ ବସ ଡ୍ରାଇଭର କହିଛନ୍ତି ରାଜ୍ୟ ସରକାର ଓ ଘରୋଇ ବସ ମାଲିକ ସଂଘ ମଧ୍ୟରେ ଚାଲିଥିବା ଆଲୋଚନାର ନିଷ୍କର୍ସ ବାହାରୁ । କାରଣ ଏହା ପେଟ ପାଟଣା କଥା । ବସ ନଗଡିଲେ ପଇସା କେଉଁଠୁ ଆସିବ?

ଅଧିକ ପଢନ୍ତୁ- ପୂରଣ ହେଲାନି ପ୍ରତିଶ୍ରୁତି, ରାଜ୍ୟବ୍ୟାପି ଧର୍ମଘଟ ଡାକରା ଦେଲା ଘରୋଇ ବସ୍‌ ମାଲିକ ସଂଘ

ଗତ 12 ତାରିଖରେ ମାଲକାନଗିରିରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଜନାକୁ ବିରୋଧ କରି ବସ ଚଳାଚଳ ଆରମ୍ଭ ହେବା ପୂର୍ବରୁ ଘରୋଇ ବସ ମାଲିକ ଅକ୍ଟୋବର 10 ତାରିଖରୁ ଧର୍ମଘଟ ଡାକରା ଦେଇଥିଲା । କିନ୍ତୁ 5ଟି ସଚିବଙ୍କ ସହିତ ଘରୋଇ ବସ ମାଲିକ ସଂଘର ଆଲୋଚନା ପରେ ଧର୍ମଘଟ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା । ହେଲେ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ ନକରିବାରୁ ଗତକାଲି ହଠାତ ପୁଣି ଥରେ ଘରୋଇ ବସ ମାଲିକ ସଂଘ 20 ତାରିଖରୁ ବସ ଧର୍ମଘଟ ଡାକରା ଦେଇଛି । ଏହାରି ମଧ୍ୟରେ ସରକାର ପୁଣି ଥରେ ଆଲୋଚନା ପାଇଁ ସଂଘକୁ ଡାକିଛନ୍ତି । ଏବେ ଅପେକ୍ଷା ରାଜ୍ୟ ସରକାରଙ୍କ ସଂଘର ଆଲୋଚନାରେ କଣ ନିଷ୍କର୍ଷ ବାହାରୁଛି । ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଂଘର ଦାବି ମାନିବେ ନା ଉଭଯ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.