ETV Bharat / state

ଆଜିଠୁ ଯୁକ୍ତ ଦୁଇ ନାମଲେଖା; ଘଣ୍ଟାଏରେ ହେବ ୧୫ ଜଣଙ୍କ ଆଡ଼ମିଶନ - ଯୁକ୍ତ ଦୁଇ ଆଡ଼ମିଶନ

ଆଜିଠୁ ଯୁକ୍ତ ଦୁଇ ନାମଲେଖା । ଏକ ଘଣ୍ଟାରେ ହେବ ୧୫ ଜଣଙ୍କର ଆଡ଼ମିଶନ । ଅଧିକ ପଢନ୍ତୁ

ଆଜିଠୁ ଯୁକ୍ତ ଦୁଇ ନାମଲେଖା
ଆଜିଠୁ ଯୁକ୍ତ ଦୁଇ ନାମଲେଖା
author img

By

Published : Jul 7, 2023, 6:58 AM IST

Updated : Jul 7, 2023, 2:34 PM IST

ଆଜିଠୁ ଯୁକ୍ତ ଦୁଇ ନାମଲେଖା

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ କଟ୍ ଅଫ ମାର୍କ ପ୍ରକାଶ ପରେ ଆଜିଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା । ଆସନ୍ତା ୧୩ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ । ଛାତ୍ରଛାତ୍ରୀ ଅଫ୍‌ଲାଇନରେ କଲେଜରେ ନାମ ଲେଖାଇବେ । ଗୋଟିଏ ଘଣ୍ଟାରେ ୧୫ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ । ଆଜି ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆଡମିଶନ ଚାଲିବ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଇଣ୍ଟିମେସନ ଲେଟର ପଠାଯାଇଛି । ନିଜର ଡ଼କ୍ୟୁମେଣ୍ଟ ନେଇ ଯେଉଁଯେଉଁ କଲେଜରେ ଆଡ଼ମିଶନ ପାଇଁ ଇଣ୍ଟିମେସନ ଆସିଥିବ ସେହିଠାରେ ଆଡ଼ମିଶନ କରିପାରିବେ ।

ଯୁକ୍ତ ଦୁଇ ନାମଲେଖା ପାଇଁ ବିଜେବି କଲେଜରେ ୩ଟି ଟିମ୍‌ ଗଠନ କରାଯାଇଛି । ଏଥିରେ ଶୃଙ୍ଖଳା କମିଟିରେ ୧୫ ଜଣ ଅଧ୍ୟାପକ ରହିଥିବା ବେଳେ ନାମଲେଖା ପାଇଁ ୩୨ ଜଣ ଅଧ୍ୟାପକ ରହିବେ । ଯେଭଳି ଭାବରେ ଛାତ୍ରଛାତ୍ରୀଙ୍କ କୌଣସି ଅସୁବିଧା ନ ହୁଏ ସେନେଇ ହେଲ୍ପ ଡେସ୍କ କରାଯାଇଛି ବୋଲି କହିଛନ୍ତି ବିଜେବି କଲେଜର ଅଧ୍ୟକ୍ଷ ରଞ୍ଜନ ବଳ । ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ ଦ୍ବିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ । ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ହେବ ଦ୍ବିତୀୟ ପର୍ଯ୍ୟାୟର ନାମଲେଖା । ଏଥର ସ୍ପଟ୍ ସିଲେକ୍ସନ ପାଇଁ ଛାତ୍ରଛାତ୍ରୀ ସମସ୍ତ କଲେଜରେ ଆବେଦନ କରିପାରିବେ ।

ଏହାମଧ୍ୟ ପଢନ୍ତୁ: ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ: କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା

ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ । ଚଳିତ ବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ । କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଜଣ ପିଲା ରହିଥିବା ବେଳେ ବାଣିଜ୍ୟରେ ୨୫ ହଜାର ୧୬୮ ଜଣ ଓ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ବାକି ୫୯ ହଜାର ୯୧୧ ଛାତ୍ରଛାତ୍ରୀ ଦ୍ବିତୀୟ ଓ ସ୍ପଟ୍‌ ଆଡମିଶନ ପାଇଁ ରହିଛନ୍ତି ।

ପ୍ରକାଶ ଥାଉକି, ଯୁକ୍ତ ଦୁଇରେ ନାମଲେଖା ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ବା କଟ୍‌ଅଫ୍ ମାର୍କ ପ୍ରକାଶ ପାଇଥିଲା । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ରେଭନ୍ସା କଲେଜ ଆଗରେ ରହିଛି । ବିଜ୍ଞାନରେ ୯୧.୬୭ ପ୍ରତିଶତ, ବାଣିଜ୍ୟରେ ୭୯.୨୦ ପ୍ରତିଶତ ଓ କଳାରେ ୮୦ ପ୍ରତିଶତ ସହ ରେଭେନ୍ସା ଆବେଦନକାରୀଙ୍କ ପ୍ରଥମ ପସନ୍ଦ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 7, 2023, 2:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.