ETV Bharat / state

ଶିକ୍ଷାମନ୍ତ୍ରୀଙ୍କ ଘର ଆଗରେ ଅନଶନ ପୂର୍ବରୁ ଉଠାଇ ନେଲା ପୋଲିସ - ଓଡିଶା ଅଭିଭାବକ ମହାସଙ୍ଘ

ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିବାକୁ ଯାଉଥିଲେ ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷଙ୍କୁ ଉଠାଇ ନେଇଛି ପୋଲିସ । ଅଧିକ ପଢନ୍ତୁ

odisha parents association
ଶିକ୍ଷାମନ୍ତ୍ରୀଙ୍କ ଘର ଆଗରେ ଅନଶନ ପୂର୍ବରୁ ଓଠାଇ ନେଲା ପୋଲିସ
author img

By

Published : Jan 12, 2023, 1:33 PM IST

ଶିକ୍ଷାମନ୍ତ୍ରୀଙ୍କ ଘର ଆଗରେ ଅନଶନ ପୂର୍ବରୁ ଓଠାଇ ନେଲା ପୋଲିସ

ଭୁବନେଶ୍ବର: ଶିକ୍ଷାର୍ଥୀଙ୍କ ପାଇଁ ମନ୍ତ୍ରୀ ଘର ଆଗରେ ଆମରଣ ଅନଶନ ପୂର୍ବରୁ ଓଠାଇ ନେଲା ପୋଲିସ । ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସରକାରୀ ବାସଭବନ ଆଗରେ ଧାରଣାରେ ବସିବାକୁ ଯାଉଥିବା ଓଡିଶା ଅଭିଭାବକ ମହାସଙ୍ଘର ଅନଶନକାରୀଙ୍କୁ ପୋଲିସ ଉଠାଇ ନେଇଛି ।

ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିବାକୁ ଯାଉଥିଲେ ଅଭିଭାବକ ମହାସଂଘ । ଏହା ପୂର୍ବରୁ ପୋଲିସ ଜୋର ଜବରଦସ୍ତ ତାଙ୍କୁ ଉଠାଇ ନେଇଛି । ଦାବି ଗୁଡ଼ିକ ହେଲା ସେପ୍ଟେମ୍ବର1996 ସରକାରୀ ନିର୍ଦ୍ଦେଶାନାମା ଅନୁଯାୟୀ ବେସରକାରୀ ସ୍କୁଲ ଗୁଡ଼ିକ ପ୍ରଦାନ କରୁଥିବା ସୁବିଧା ଅନୁସାରେ ସ୍କୁଲ ଫି ନିର୍ଧାରଣ କରାଯାଉ । କୋରୋନା ସମୟରେ ସ୍କୁଲ ଫି ଛାଡ ନିର୍ଦ୍ଦେଶର କାର୍ଯ୍ୟକାରୀ ସମ୍ପର୍କିତ ସମସ୍ତ ତଥ୍ୟ ସ୍କୁଲ ଅନୁଯାୟୀ ପ୍ରଦାନ କରାଯାଉ ।

ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶାନାମା ଅନୁଯାୟୀ ସ୍କୁଲ ବ୍ୟାଗ ଓଜନ ଆଇନକୁ କଡ଼ାକଡ଼ି ଲାଗୁ ଓ ଏନସିଆରଟି ବହି ସ୍କୁଲରେ ପାଠ ପଢାଯାଉ । ଶିକ୍ଷା ଅଧିକାର ଆଇନରେ 25% ମାଗଣା ସିଟରେ ନାମ ଲେଖା ପାଇଁ ଥିବା ପୋର୍ଟାଲକୁ ବର୍ଷସାରା ଖୋଲାଯାଉ । ଏହି ବ୍ୟବସ୍ଥାକୁ ନବମ ରୁ 12ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । ଏହି ବ୍ୟବସ୍ଥାରେ ଅଷ୍ଟମ ପର୍ଯ୍ୟନ୍ତ ଖାଲିଥିବା ସିଟ ପୂରଣ କରାଯାଉ । ଡ୍ରେସ୍ ବହି ଖାତା ଜୋତା ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉ । ନିୟମକୁ ମାନୁଥିବା ସ୍କୁଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ବିନା ସିକୃତିରେ ଚାଲୁଥିବା ସବୁ ସ୍କୁଲ ବନ୍ଦ ସହ ସେମାନଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ସରକାରୀ ନିର୍ଦ୍ଦେଶାନାମା ଅନୁଯାୟୀ ବେସରକାରୀ ସ୍କୁଲ ସବୁ ଆର୍ଥିକ କାରବାରକୁ ସରକାରଙ୍କ ଦ୍ଵାରା ଅଡିଟ କରାଯାଉ । ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅନୁଯାୟୀ ବେସରକାରୀ ସ୍କୁଲରେ ଏକାଦଶ ଶ୍ରେଣୀରେ ନାମ ଲେଖାକୁ କ୍ଲାସ ପ୍ରୋମୋସନ ଭାବରେ ଗ୍ରହଣ କରି ଆଡ଼ମିଶନ କରାଯାଉ ବୋଲି ଦାବି ରଖିଛି ଓଡ଼ିଶା ଅଭିଭାବକ ମହାସଂଘ । ଏହି ସମସ୍ତ ସାତ ଦଫା ଦାବି ନେଇ ଓଡ଼ିଶା ଅଭିଭାବକ ମହାସଂଘ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ ପୂର୍ବରୁ ପୋଲିସ ସମସ୍ତଙ୍କୁ ଉଠାଇ ନେଇଛି ।

ଏହା ବି ପଢନ୍ତୁ...ଓଡ଼ିଶାରେ ହେଉ ପ୍ରବାସୀ ଭାରତୀୟ ଦିବସ: ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା

ଏନେଇ ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, ସେପ୍ଟେମ୍ବର 20 ତାରିଖରେ ଲୋକସେବା ଭବନରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଶାସନ ସଚିବ ସମସ୍ତ ନିର୍ଦେଶକ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ହୋଇ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ କୌଣସି ଉତ୍ସାହ ଜନକ ପଦକ୍ଷେପ ନିଆଯାଇ ନାହିଁ। ଏପଟେ ସରକାର ଶିକ୍ଷା ଭୋଟ ରାଜନୀତି ନକରନ୍ତୁ । ଯେ ଆମକୁ ଶିକ୍ଷା ଦିଆ ଆମେ ଭୋଟ ଦେବୁ । ଓଡ଼ିଶାରେ ଲୋକମାନେ ମୁର୍ଖ ହୁଅନ୍ତୁ । ସରକାରଙ୍କୁ ଏଭଳି ଭୋଟ ଦେଇ ଚାଲନ୍ତୁ ବୋଲି କହିଛନ୍ତି ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.