ETV Bharat / state

Odisha Assembly Mansoon Session: ବିଧାନସଭାରେ ଓଡ଼ିଶା ପୌର ବିଧି ବିଧେୟକ ପାରିତ

author img

By ETV Bharat Odisha Team

Published : Sep 27, 2023, 6:41 AM IST

ବିଧାନସଭାରେ ଓଡ଼ିଶା ପୌର ବିଧି(ସଂଶୋଧନ) ବିଲ୍ ପାରିତ । ଦୁର୍ବଳ-ଅସୁରକ୍ଷିତ ବର୍ଗର ସଶକ୍ତିକରଣ ପାଇଁ ପଦକ୍ଷେପ । ଅଧିକ ପଢ଼ନ୍ତୁ

ବିଧାନସଭାରେ ଓଡ଼ିଶା ପୌର ବିଧି ବିଧେୟକ ପାରିତ
ବିଧାନସଭାରେ ଓଡ଼ିଶା ପୌର ବିଧି ବିଧେୟକ ପାରିତ

ଭୁବନେଶ୍ବର: 5T ନୀତି ମୁତାବକ ରାଜ୍ୟରେ ଏକ ବଳିଷ୍ଠ ସହଭାଗିତା ଭିତ୍ତିକ ସହରୀ ପ୍ରଶାସନିକ ବ୍ୟବସ୍ଥା ପ୍ରଣୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ଉଦ୍ୟମ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ସହରର ଦୁର୍ବଳ ଏବଂ ଅସୁରକ୍ଷିତ ବର୍ଗର ଜନସାଧାରଣଙ୍କ ସଶକ୍ତିକରଣ ପାଇଁ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସେହି ଆଧାରରେ ଓଡ଼ିଶା ପୌର ବିଧି (ସଂଶୋଧନ) ବିଧେୟକ ବିଧାନସଭାରେ ପାରିତ ହୋଇଛି । ଅବହେଳିତ ଏବଂ ବଞ୍ଚିତ ସ୍ଥାନରେ ବସବାସ କରୁଥିବା ଜନସାଧାରଣଙ୍କୁ ମୌଳିକ ସହରୀ ସେବା ଏବଂ ଆବଶ୍ୟକୀୟ ଭିତ୍ତିଭୂମି ସୁନିଶ୍ଚିତ କରିବା ପାଇଁ ପୌରାଞ୍ଚଳରେ ଖର୍ଚ୍ଚ ହେଉଥିବା ପାଣ୍ଠିରୁ ୨୫% ବସ୍ତିମାନଙ୍କରେ ଆବଣ୍ଟନ କରିବା ପାଇଁ ପୌର ଅଧିନିୟମମାନଙ୍କରେ ବ୍ୟବସ୍ଥା କରାଯାଇଛି ।

ଏତଦ ବ୍ୟତୀତ ବସ୍ତିବାସିନ୍ଦା ମାନଙ୍କର ଜୀବନଧାରଣର ମାନ ଉନ୍ନତ କରିବା ଏବଂ ବସ୍ତିଗୁଡ଼ିକର ସାମଗ୍ରିକ ଉନ୍ନତ ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମିଶନ ଶକ୍ତି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ଅର୍ଥନୈତିକ ତଥା ସାମାଜିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସହରୀ କାର୍ଯ୍ୟକଳାପରେ ସହଭାଗିତା ଏବଂ ବିଭିନ୍ନ ସେବାକୁ ପ୍ରଭାବଶାଳୀ ଢଙ୍ଗରେ ପ୍ରଦାନ କରିବା ଲକ୍ଷ୍ୟ ରଖି ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଅହରହ ଉଦ୍ୟମ କରାଯାଉଛି । ଗୋଷ୍ଠୀଙ୍କୁ ସହରୀ ସେବା ଯୋଗାଇବା ଏବଂ ସହରୀ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଉଦ୍ୟମ କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ: Assembly News: ବିଧାନସଭାରେ ପାରିତ ହେଲା ଓଡ଼ିଶା ଆପାର୍ଟମେଣ୍ଟ ବିଲ-୨୦୨୩

ଏଭଳି ପ୍ରଗତିଶୀଳ ପଦକ୍ଷେପଗୁଡ଼ିକର ଫଳାଫଳକୁ ଅଧିକ ଭରସାଯୋଗ୍ୟ ଏବଂ ଚିରସ୍ଥାୟୀ କରିବା ପାଇଁ ଜନସାଧାରଣ ଏବଂ ପୌର ପରିଷଦ ମଧ୍ୟରେ ଏକ ନିର୍ଭରଯୋଗ୍ୟ ସେତୁ ଭାବରେ ପ୍ରସ୍ଥାପିତ କରିବା ଅପରିହାର୍ଯ୍ୟ ହୋଇପଡିଛି । ଏତଦ ଦ୍ୱାରା ସହର ପରିଚାଳନା ବ୍ୟବସ୍ଥା ଅଧିକ ସହଭାଗୀଭିତ୍ତିକ ଏବଂ ଜନସାଧାରଣଙ୍କ ଆବଶ୍ୟକତା ପ୍ରତି ସଚେତନ ହେବା ସଙ୍ଗେସଙ୍ଗେ ଏ ସଂକ୍ରାନ୍ତୀୟ ସାମ୍ବିଧାନିକ ଲକ୍ଷ୍ୟ ଉପଯୁକ୍ତ ଭାବେ ହାସଲ ହୋଇପାରିବ । ସମ୍ବିଧାନର ଧାରା 243S ମୁତାବକ ୩ ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ପୌରାଞ୍ଚଳମାନଙ୍କରେ ୱାର୍ଡ୍‌ କମିଟି ଗଠନ କରିବାର ବ୍ୟବସ୍ଥା ଅଛି । ତେବେ ଏହି କମିଟିଗୁଡ଼ିକର ଗଠନ ପଦ୍ଧତି ଏବଂ ରୂପରେଖ ନିର୍ଣ୍ଣୟ କରିବାର କ୍ଷମତା ବିଧାନସଭାକୁ ପ୍ରଦାନ କରାଯାଇଛି ।

ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ୱାର୍ଡ କମିଟିଗୁଡ଼ିକୁ ଅଧିକ ଗଣତାନ୍ତ୍ରିକ, ବାସ୍ତବବାଦୀ ଓ ପ୍ରଗତିଶୀଳ କରିବା ପାଇଁ ସେଗୁଡ଼ିକର ଗଠନକୁ ସଂଶୋଧନ କରାଯାଇଛି । ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ପୌରସଂସ୍ଥାଙ୍କ ଯୋଜନା ଏବଂ କାର୍ଯ୍ୟକ୍ରମମାନଙ୍କରେ ସର୍ବସାଧାରଣଙ୍କର ଆଶା ଓ ଆକାଂକ୍ଷାର ସମୁଚିତ ପ୍ରତିଫଳନ ହୋଇପାରିବ । ଏହାଛଡ଼ା ସଂଶୋଧିତ ବ୍ୟବସ୍ଥା ପୌର କର୍ମଚାରୀଙ୍କୁ ଲୋକଙ୍କ ନିକଟରେ ଅଧିକ ଉତ୍ତରଦାୟୀ କରିବ । ପୌର ଆୟବ୍ୟୟ ଅଟକଳ ତଥା ଯୋଜନା ପ୍ରସ୍ତୁତିରେ ଜନସାଧାରଙ୍କ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିବେ । ଏଥି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସେମାନେ ସହାୟକ ହୋଇପାରିବେ ।

ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ର ଷଷ୍ଠ ଅଧ୍ୟାୟରେ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ବିପର୍ଯ୍ୟୟ ପରିଚାଳନା ଲାଗି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୌର ଅଧିନିୟମର ଧାରାଗୁଡିକୁ ବିପର୍ଯ୍ୟୟ ପରିଚାଳନା ଅଧିନିୟମର ଧାରଗୁଡ଼ିକ ସହିତ ସଂହତି ରକ୍ଷା କରିବା ନିମନ୍ତେ ସଂଶୋଧିତ ବିଧେୟକରେ ପ୍ରାବଧାନ କରାଯାଇଛି । ପୌର ଅଧିନିୟମ ସଂଶୋଧନ ବିଧେୟକ ୨୦୦୩ ପୌର ସମ୍ବଳ ଆବଣ୍ଟନ କ୍ଷେତ୍ରରେ ସମାନତା ଆଣିବା କ୍ଷେତ୍ରରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ । ପୌର ଶାସନର ଏକ ନିଆରା ମଡେଲ ଭାବେ ପ୍ରବର୍ତ୍ତନ ହେବ । ଯାହା ସହରୀ ପ୍ରଶାସନକୁ ସନ୍ତୁଳିତ କରିବ । କେବଳ ସମୟ ସାମୟିକ ଆବଶ୍ୟକତାକୁ ମେଣ୍ଟେଇବ ନାହିଁ ବରଂ ଆଗାମୀ ଦିନରେ ଆବଶ୍ୟକତାକୁ ପୂରଣ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.