ଭୁବନେଶ୍ବର: ହୋଟେଲ ମେ ଫେୟାରରେ ଅନୁଷ୍ଠିତ ହୋଇଯାଇଛି ଏକ୍ସପୋର୍ଟ କନକ୍ଲେଭ । ଏଥିରେ ରାଜ୍ୟରୁ ବାହାରୁଥିବା ଆଲୁମିନିୟମ ଓ ଇସ୍ପାତର ଚାହିଦା ବିଶ୍ଵ ସ୍ତରରେ ବଢିବା ନେଇ ଆଲୋଚନା ହୋଇଯାଇଛି । ଓଡ଼ିଶାରେ ମୂଲ୍ୟଯୁକ୍ତ ସାମଗ୍ରୀ ମୁଖ୍ୟତଃ ଆଲୁମିନିୟମ ଓ ଇସ୍ପାତର ମୂଲ୍ୟଯୁକ୍ତ ରପ୍ତାନି ନେଇ ପର୍ଯ୍ୟାପ୍ତ ସୁଯୋଗ ରହିଛି । ତେଣୁ ଆଲୁମିନିୟମ ରପ୍ତାନିରେ ଦେଶରେ ଏକ ନମ୍ବର ସ୍ଥାନରେ ଅଛି ଓଡ଼ିଶା। ସେହିପରି ରାଜ୍ୟରେ ଅଟୋମୋବାଇଲ ରପ୍ତାନି ପାଇଁ ମଧ୍ୟ ସୁଯୋଗ ଅଛି । ତେଣୁ କିଭଳି ଭାବେ ରାଜ୍ୟର ଉତ୍ପାଦିତ ଦ୍ରବ୍ୟ ବା ସାମଗ୍ରୀ ଅନ୍ୟ ଦେଶରେ ତାର ମୂଲ୍ୟ ବୃଦ୍ଧି ସହ ବିକ୍ରି ହେବ ଆଉ ଆମ ଅର୍ଥନୀତିକୁ ସୁଦୃଢ କରିବ ସେନେଇ ଏହି ଏକ୍ସପୋର୍ଟ କନକ୍ଲେଭ ଆୟୋଜିତ ହୋଇଯାଇଛି।
ତେବେ ଏହି କନକ୍ଲେଭ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଛି । ଆଲୁମିନିୟମ ରପ୍ତାନିରେ ଦେଶରେ ଏକ ନମ୍ବର ସ୍ଥାନରେ ଓଡ଼ିଶା ରହିଥିବା ବେଳେ ବାର୍ଷିକ ପ୍ରାୟ ୭ ବିଲିୟନ ଡଲାରର ଆଲୁମିନିୟମ ରପ୍ତାନି ହେଉଛି । ଆଲୁମିନିୟମ ପଛକୁ ଓଡ଼ିଶାରୁ ସର୍ବାଧିକ ପରିମାଣର ଇସ୍ପାତ ଓ ଅନ୍ୟ ଧାତବ ରପ୍ତାନି ହେଉଛି । ସେହିପରି ବାର୍ଷିକ ପ୍ରାୟ ୫୦୦ ମିଲିୟନ ଡଲାର ରପ୍ତାନି ସହ ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ଦେଶରେ ଷଷ୍ଠ ସ୍ଥାନରେ ଅଛି ଓଡ଼ିଶା ।
ସୂଚନା ମୁତାବକ, ୨୦୨୧-୨୨ ଆର୍ଥିକ ବର୍ଷ ଓଡ଼ିଶାରୁ 1 ଲକ୍ଷ ୩୪ ହଜାର କୋଟି ଟଙ୍କାର ସାମଗ୍ରୀ ରପ୍ତାନି ହୋଇଥିବା ବେଳେ ଦେଶରୁ ୩୨ ଲକ୍ଷ କୋଟି ଓ ୨୦୨୨-୨୩ରେ ୩୬ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ରପ୍ତାନି ହୋଇଛି । ସେହିପରି ୨୦୨୨-୨୩ ର ଓଡ଼ିଶା ରପ୍ତାନି ତଥ୍ୟ ଆସନ୍ତା ଏପ୍ରିଲ ୧୩ରେ ପ୍ରକାଶ ପାଇବ ବୋଲି କହିଛନ୍ତି ଭାରତ ସରକାରଙ୍କ ବିଦେଶ ବ୍ୟାପାର ମହାନିର୍ଦେଶକ ସନ୍ତୋଷ ଷଢଙ୍ଗୀ । ଏହି ଅବସରରେ ଯୋଗ ଦେଇ କ୍ଷୁଦ୍ର ଲଘୁ ଓ ମଧ୍ୟମ ଉଦ୍ୟଗ ବିଭାଗର ମନ୍ତ୍ରୀ ଓଡ଼ିଶାର ଉତ୍ପାଦିତ ସାମଗ୍ରୀର ମୂଲ୍ୟ ବୃଦ୍ଧି ସହ ସେଥିରୁ ହେଉଥିବା ଅଭିବୃଦ୍ଧିକୁ ନେଇ ନିଜର ମତ ରଖିଛନ୍ତି ।
ଏନେଇ ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶକ ସନ୍ତୋଷ ଷଡ଼ଙ୍ଗୀ କହିଛନ୍ତି,"ଓଡ଼ିଶାର ଯୁବ ପିଢିଙ୍କ ପାଇଁ ଆକର୍ଷଣୀୟ ଭବିଷ୍ୟତ ସୃଷ୍ଟି କରି ସେମାନଙ୍କୁ ରୋଜଗାର ଯୋଗାଇବା ପାଇଁ ୨୦୧୬ ମସିହାଠାରୁ ଶିଳ୍ପାୟନ ନୀତି ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର । କ୍ଷୁଦ୍ର ଲଘୁ ଓ ମଧ୍ୟମ ଉଦ୍ୟଗ ବିଭାଗ ହେଉଛି ସେହି ରୋଜଗାର ସୃଷ୍ଟି କରିବାର ଏକ ଅଭିନ୍ନ ଓ ବଡ ଅଙ୍ଗ। କାରଣ ଏଥିରେ ଚାକିରି ସହ ବ୍ୟବସାୟ କରିବାର ସୁଯୋଗ ଥାଏ ଯାହାର ସୁଯୋଗ ସାଧରଣ ଲୋକଟିଏ ପାଇଥାଏ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକ(ଏମ୍ଏସ୍ଏମ୍ଇ) ଦେଶର ଅର୍ଥନୀତି, ନିଯୁକ୍ତି ଉତ୍ପାଦନ, ରପ୍ତାନି ଏବଂ ସାମଗ୍ରିକ ଅଭିବୃଦ୍ଧି ଏବଂ ବିକାଶରେ ଉଲ୍ଲେଖନୀୟ ଅବଦାନ ଦେଇଥାଏ । ତେଣୁ ଏମଏସଏମଇ ବିଭାଗ ପକ୍ଷରୁ ରାଜ୍ୟର ରପ୍ତାନି କିଭଳି ବୃଦ୍ଧି ହେବ ସେନେଇ ଏହି କନକ୍ଳେଭ କରାଯାଉଛି ।"
ସେହିପରି ୨୦୨୧-୨୨ ବର୍ଷରେ ରେକର୍ଡ ସଂଖ୍ୟକ ରପ୍ତାନି ହୋଇଥିବା ବେଳେ ପ୍ରଥମ ଥର ପାଇଁ ଲକ୍ଷ ୩୩ ହଜାରର କୋଟି ଟଙ୍କାରୁ ଉର୍ଦ୍ଧ୍ବ ରପ୍ତାନି ହୋଇଛି । ଯେଉଁଥିରେ ୮୯ ପ୍ରତିଶତ ମେଟାଲ (ଆଲୁମିନିୟମ, କଏଲ,ରିଫାଇନ ଅଏଲ ଉତ୍ପାଦ) ୪.୫୦ ବା ସାଢେ ଚାରି କୋଟିର ମେରାଇନ ବା ସାମୁଦ୍ରିକ ଉତ୍ପାଦ (ଚିଙ୍ଗୁଡ଼ି ମାଛ ) ୪.୫୦ କୋଟିର ଆଇଟି ସର୍ଭିସେସ, ହସ୍ତତନ୍ତ, ହସ୍ତ କଳା ମଧ୍ୟ ରହିଛି । ଯୁବପିଢିଙ୍କ ଆଗ୍ରହକୁ ନେଇ ନିଜର ଓ ରାଜ୍ୟ ଆର୍ଥିକ ସ୍ଥିତି ସୁଦୃଢ ହେଉଥିବାରୁ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପାଇଁ ଏଭଳି କନକ୍ଳେଭ କରାଯାଇଛି । ଯାହା ସେମାନଙ୍କୁ ଅର୍ଥନୀତିକ ଅଭିବୃଦ୍ଧି ସହ ସାମଗ୍ରୀର ମୂଲ୍ୟ ବୃଦ୍ଧିରେ ସହାୟକ ହେବ ଆଉ ଭଲ ଉତ୍ପାଦ ପାଇଁ ଖୋରାକ ଯୋଗାଇବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ଫେଡେରେସନ ଅଫ ଇଣ୍ଡିଆନ ଏକ୍ସପୋର୍ଟର ମହାନିର୍ଦେଶକ କହିଛନ୍ତି ଯେ, ଗତ ୫ ଵର୍ଷ ଭିତରେ ରପ୍ତାନୀରେ ଭଲ ପ୍ରଦର୍ଶନ କରିଛି ଓଡିଶା। ଏହାକୁ ନେଇ ଦେଶର ୮.୫ ପ୍ରତିଶତର ସହଭାଗିତା ହୋଇପାରିଛି। ଏହି ସବୁ ଦିଗକୁ ଧ୍ୟାନ ଦେଲେ ରପ୍ତାନୀରେ ଅଭିବୃଦ୍ଧି ଆହୁରି ବଢିବା ସହ ଓଡ଼ିଶାର ଭାଗିଦାରୀତା ଦେଶରେ ବଢିବ ।
ଇଟିଭି ଭାରତ, ଭୁବନେଶ୍ବର