ETV Bharat / state

ରାଜ୍ୟ ସରକାରଙ୍କ ଭିତ୍ତିଭୂମିରେ ନିବେଶ ବଞ୍ଚାଇଛି 4000 ଜୀବନ: ବରିଷ୍ଠ ଅଧିକାରୀ - ସ୍ଵତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ

ଅତିରିକ୍ତ ଶାସନ ସଚିବ ତଥା ଏସଆରସି ସତ୍ୟବ୍ରତ ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶରେ ମୁଁ ସନ୍ଧ୍ୟା ୮.୩୦ ରେ ଭୁବନେଶ୍ବର ଛାଡିଥିଲି । ସନ୍ଧ୍ୟା ୭.୫୫ ରେ ଭୁବନେଶ୍ବର ଉପକଣ୍ଠରେ ଥିବାବେଳେ ଦୁର୍ଘଟଣା ବାବଦରେ ସୂଚନା ପାଇଥିଲି । ସ୍ପଟରେ ପହଞ୍ଚିବାକୁ ପ୍ରାୟ ୩ ଘଣ୍ଟା ଲାଗିଥିଲା। ଘଟଣାସ୍ଥଳରେ ରାତି ପ୍ରାୟ ୧୧.୩୦ ରେ ପହଞ୍ଚିଲି । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କ ଭିତ୍ତିଭୂମି ନିବେଶ ବଞ୍ଚେଇଛି ୪ ହଜାର ଜୀବନ: ବରିଷ୍ଠ ଅଧିକାରୀ

author img

By

Published : Jun 5, 2023, 10:57 PM IST

Updated : Jun 6, 2023, 4:18 PM IST

ଭୁବନେଶ୍ବର: ବିପର୍ଯ୍ୟୟ ପରିଚାଳନାରେ ରହିଛି ରାଜ୍ୟ ସରକାରଙ୍କର ଦୁଇ ଦଶନ୍ଧିର ଅଭିଜ୍ଞତା । ସେହି ଅଭିଜ୍ଞତା ରେଳ ଦୁର୍ଘଟଣା ଭଳି ବଡ ବିପର୍ଯ୍ୟୟ ବେଳେ କାମରେ ଆସିଛି । ରେଳ ଦୁର୍ଘଟଣାରେ ୨୭୫ ଲୋକଙ୍କର ଜୀବନ ଯାଇଛି ସତ । କିନ୍ତୁ ରାଜ୍ୟ ସରକାରଙ୍କର ଭିତ୍ତିଭୂମି ଉପରେ ନିବେଶ ୪ ହଜାର ଲୋକଙ୍କର ଜୀବନ ବଞ୍ଚେଇଛି । ଏହା କହିଛନ୍ତି ବାଲେଶ୍ଵର ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଓ ଅନ୍ୟାନ୍ୟ ପଦକ୍ଷେପର ନେତୃତ୍ବ ନେଉଥିବା ସ୍ଵତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଓ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ।

ଅତିରିକ୍ତ ଶାସନ ସଚିବ ତଥା ଏସଆରସି ସତ୍ୟବ୍ରତ ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶରେ ମୁଁ ସନ୍ଧ୍ୟା ୮.୩୦ ରେ ଭୁବନେଶ୍ବର ଛାଡିଥିଲି । ସନ୍ଧ୍ୟା ୭.୫୫ ରେ ଭୁବନେଶ୍ବର ଉପକଣ୍ଠରେ ଥିବାବେଳେ ଦୁର୍ଘଟଣା ବାବଦରେ ସୂଚନା ପାଇଥିଲି । ସ୍ପଟରେ ପହଞ୍ଚିବାକୁ ପ୍ରାୟ ୩ ଘଣ୍ଟା ଲାଗିଥିଲା। ଘଟଣାସ୍ଥଳରେ ରାତି ପ୍ରାୟ ୧୧.୩୦ ରେ ପହଞ୍ଚିଲି । ମୋ ପଛେ ପଛେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପହଞ୍ଚିଲେ । ଆମ ପୂର୍ବରୁ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପହଞ୍ଚିସାରିଥିଲେ । ଜିଲ୍ଲା ପ୍ରଶାସନ, ଜିଲ୍ଲାର ଓଡ୍ରାଫ, ଅଗ୍ନିଶମ ଓ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଦେବି । ରାତି ସାଢେ ୧୧ରୁ ୧୨ ଭିତରେ ଅଧିକାଂଶ ଆହତଙ୍କୁ ହସ୍ପିଟାଲକୁ ପଠାଯାଇସାରିଥିଲା । ପ୍ରାୟ ୧୨୦୦ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା । ଠିକ ସମୟରେ ପଦକ୍ଷେପ ଯୋଗୁଁ ବହୁ ମୂଲ୍ୟବାନ ଜୀବନ ବଞ୍ଚା ଯାଇପାରିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାତିତମାମ ଅପରେସନ ଚାଲିଥିଲା । ଏନଡିଆରଏଫ ବଗି ଭିତରେ ପଶି ମୃତଦେହ ବାହାର କଲେ । ସମ୍ମିଳିତ ଉଦ୍ୟମରେ ଅପରେସନ ସଫଳ ହୋଇଛି । ଭାରତ ସରକାରଙ୍କ ଆରପିଏଫ, ଓଡିଶା ସରକାରଙ୍କ ଜିଆରପି ମଧ୍ୟ ସାମିଲ ହୋଇଥିଲେ । ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ଅନ୍ଧାର ଭିତରେ ଉଦ୍ଧାର କାର୍ଯ୍ୟ । ପରବର୍ତ୍ତୀ ସମୟରେ ଏସଆରସିଙ୍କ ପକ୍ଷରୁ ପକ୍ଷରୁ ପାଠ ଯାଇଥିବା ଆସ୍କା ଲାଇଟ ବହୁ କାମରେ ଆସିଥିଲା । ତେଣୁ ଉଦ୍ଧାର କାର୍ଯ୍ୟକୁ ବଳ ମିଳିଥିଲା । ସ୍ଥାନୀୟ ଲୋକ କେବଳ ନିଜକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିନଥିଲେ ବରଂ ଉଦ୍ଧାରକାରୀ ଦଳଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇଥିଲେ । ଦୋକାନୀ ମାନେ ମାଗଣା ଖାଇବାକୁ ଓ ପିଇବାକୁ ଦେଇଥିଲେ । କାହାକୁ ହଇରାଣ କରିନାହାନ୍ତି । ଆହତଙ୍କୁ ନେବା ଲାଗି ରାସ୍ତା ଓ ଗଳି ରାସ୍ତା ସ୍ଥାନୀୟ ଲୋକ ପ୍ରସ୍ତୁତ କରିଥିଲେ । ଦୁର୍ଘଟଣାରୁ ପ୍ରଥମ ଦୁଇରୁ ତିନି ଘଣ୍ଟା ସୁବର୍ଣ୍ଣ ସମୟ । ପ୍ରତ୍ୟେକ ସେକେଣ୍ଡକୁ ଭଲ ଭାବେ ବ୍ୟବହାର ହୋଇଥିଲା ।

ସେହିପରି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି ଯେ, ମୃତାହତଙ୍କ ସଂଖ୍ୟା ଆହୁରି ଅଧିକ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା । ଯଦି ରାଜ୍ୟ ସରକାର ଠିକ ସମୟରେ ପଦକ୍ଷେପ ନନେଇଥାନ୍ତେ ଏହି ସଂଖ୍ୟା ଆହୁରି ଅଧିକ ହୋଇଥାନ୍ତା । ଜିଲ୍ଲା ପ୍ରଶାସନ, ଅଗ୍ନିଶମ, ଓଡ୍ରାଫ ଟିମ ଠିକ ସମୟରେ ନିୟୋଜିତ ହୋଇଥିଲେ । ଉନ୍ନତମାନର ଯନ୍ତ୍ରପାତିର ବ୍ୟବହାର ହୋଇଥିଲା । ସେଥିପାଇଁ ୧୨ ଶହରୁ ୧୫ ଶହ ଲୋକଙ୍କ ଜୀବନ ବଞ୍ଚିଗଲା । ଠିକ ସମୟରେ ଆହତ ମାନେ ହସ୍ପିଟାଲରେ ପହଁଚିନଥାନ୍ତେ, ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିଯାଇଥାନ୍ତା । ତା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ମେଡ଼ିକାଲ ବ୍ୟବସ୍ଥାକୁ ସଙ୍ଗେ ସଙ୍ଗେ ଆକ୍ଟିଭ କରାଯାଇଥିଲା । ସୋର, ଭଦ୍ରକ, ବାଲେଶ୍ଵର ଓ କଟକରେ ଆମେ ଆଡଭାନ୍ସ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପଲବ୍ଧ କଲୁ । ଦୁର୍ଘଟଣାର ୨ ଘଣ୍ଟା ମଧ୍ୟରେ ଡାକ୍ତର, ଆମ୍ବୁଲାନ୍ସ, ମେଡ଼ିକାଲ ଷ୍ଟାଫ, ପାରାମେଡିକସ, ମେଡ଼ିସିନ ବ୍ୟବସ୍ଥା କରିଥିଲୁ । ଦୁର୍ଘଟଣାରେ ଆହତ ବ୍ୟକ୍ତି ଆସିବା କ୍ଷଣି ଚିକିତ୍ସା ବ୍ୟବସ୍ଥା ହୋଇଛି । ୨୭୫ରୁ ଜୀବନ ଗଲା କିନ୍ତୁ ପ୍ରାୟ ୧୫୦୦ ଲୋକଙ୍କ ଜୀବନ ବଞ୍ଚେଇବାରେ ସକ୍ଷମ ହୋଇଛୁ । ଏହା ଆମ ଲାଗି ବଡ଼ ଶିକ୍ଷଣୀୟ କଥା । ରାଜ୍ୟ ସରକାରଙ୍କ ଓଏସଡ଼ମା ଓ ଅଗ୍ନିଶମର ଗତ ୨୦ ବର୍ଷର ଯେଉଁ ଅଭିଜ୍ଞତା ରହିଛି, ତାହାର ଫଳ ସିଧାସଳଖ ୧୫୦୦ ଲୋକଙ୍କର ଜୀବନ ରକ୍ଷା କରିବାରେ ବ୍ୟବହାର ଆସିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଘଟଣାରୁ ବହୁତ ବଡ଼ ଅଭିଜ୍ଞତା ପାଇଲୁ । ଆଗକୁ ଯଦି ଏଭଳି କିଛି ବଡ଼ ଘଟଣା ଘଟେ ସେତେବେଳେ ଆମକୁ ଏହି ଅଭିଜ୍ଞତା ଅନେକ ସହାୟକ ହେବ । ଆମ ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ । ଭଗବାନ ନକରନ୍ତୁ, ଭବିଷ୍ୟତରେ ଏପରି ଘଟଣା ନଘଟୁ । ଯଦି ଏପରି ଘଟଣା ଯେକୌଣସି ସମୟରେ ହୁଏ ତେବେ ଆମେ ମ୍ୟାକ୍ସିମମ ଲୋକଙ୍କ ଜୀବନ ରକ୍ଷା କରିବାରେ ସଫଳ ହେବୁ । ଦୁଇଟି ଟ୍ରେନରେ ପ୍ରାୟ ୫୦୦୦ ଲୋକ ଥିଲେ । ତାଙ୍କୁ ଅନ୍ଧାର ଭିତରେ ଆଉ କମ ସମୟରେ ଉଦ୍ଧାର କରିବା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ସେଥି ମଧ୍ୟରୁ ୨୭୫ ଲୋକଙ୍କ ଜୀବନ ଯିବା ଆମକୁ ବହୁତ ବ୍ୟଥିତ କରିଛି । ପାଖ ଆଖ ସବୁ ଜିଲ୍ଲାର ଭିତ୍ତିଭୂମିକୁ ବ୍ୟବହାର କରାଯାଇଛି । ରାଜ୍ୟ ସରକାରଙ୍କର ଦୁଇ ଦଶନ୍ଧିର ଅଭିଜ୍ଞତା ଏଭଳି ବଡ଼ ବିପର୍ଯ୍ୟୟ ବେଳେ କାମରେ ଆସିଲା । ରାଜ୍ୟ ସରକାରଙ୍କର ଭିର୍ତ୍ତିଭୂମୀ ଉପରେ ନିବେଶ ହିଁ ୪୦୦୦ ହଜାର ଲୋକଙ୍କର ଜୀବନ ବଞ୍ଚେଇଲା । ସ୍ଥାନୀୟ ଜନସାଧାରଣ କାମକୁ ଆମେ ଧନ୍ୟବାଦ ଦେଉଛୁ ଆଉ କୃତଜ୍ଞତା ଜଣାଉଛୁ । ସମ୍ମିଳିତ ଉଦ୍ୟମରେ ଏହି କାର୍ଯ୍ୟକୁ ସଫଳ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 6, 2023, 4:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.