ETV Bharat / state

କାଠଗଡାରେ ଆମ ଓଡିଶା-ନବୀନ ଓଡିଶା ଯୋଜନା, ଆରମ୍ଭ ହେଲା ଜୋରଦାର ରାଜନୀତି

author img

By ETV Bharat Odisha Team

Published : Sep 1, 2023, 6:52 PM IST

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ହାଇକୋର୍ଟଙ୍କର ଜୋରଦାର ଝଟକା । ଯୋଜନାରେ ପ୍ରତି ପଞ୍ଚାୟତକୁ 50 ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ରାଜ୍ୟ ସରକାର । ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମସଭା ଓ ଗ୍ରାମପଞ୍ଚାୟତ ଅନୁମୋଦନରେ ହିଁ ପ୍ରକଳ୍ପ ଚୟନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚିତ ଜନପ୍ରତିନିଧିଙ୍କୁ ପ୍ରକଳ୍ପ ଚୟନ ନିଷ୍ପତ୍ତିରେ ସାମିଲ କରିବାକୁ ହାଇକୋର୍ଟ ରାୟ ଦେଇଛନ୍ତି । ଅଧିକ ପଢନ୍ତୁ

କାଠଗଡାରେ ଆମ ଓଡିଶା-ନବୀନ ଓଡିଶା ଯୋଜନା, ଆରମ୍ଭ ଜୋରଦାର ରାଜନୀତି

ଭୁବନେଶ୍ବର: କାଠଗଡାରେ ଆମ ଓଡିଶା, ନବୀନ ଓଡିଶା ଯୋଜନା । ରାଜ୍ୟ ସରକାରଙ୍କ ନିର୍ବାଚନୀ ଗୋଟିକୁ ଲାଗିଛି ଅଦାଲତୀ ଝଟକା । ଓଡିଶା ସରକାରଙ୍କ ଆମ ଓଡିଶା ନବୀନ ଓଡିଶା ଯୋଜନା ଉପରେ ହାଇକୋର୍ଟ ଛାଟ । ବିନା ଗ୍ରାମସଭାରେ ଆର୍ଥିକ ମଞ୍ଜୁର ରାଜନୈତିକ ଉଦ୍ଦେଶ୍ୟ ବୋଲି ପ୍ରମାଣିତ ହୋଇଛି । ଯାହାକୁ ନେଇ ଏବେ ରାଜ୍ୟରେ ଆରମ୍ଭ ହୋଇଯାଇଛି ରାଜନୀତି । ଗ୍ରାମ ସଭା ଓ ପଲ୍ଲୀ ସଭା ଦ୍ଵାରା ଏହା ଅନୁମୋଦିତ ହୋଇନଥିବାରୁ ହାଇକୋର୍ଟରେ ସୁନିଶ୍ଚିତ ରଦ୍ଦ ହେବ ବୋଲି କଂଗ୍ରେସ ଓ ବିଜେପି କହିଛନ୍ତି । କୋର୍ଟରେ ମାମଲା ଥିବାରୁ କିଛି କହିବାକୁ ମନା କରିଛି ବିଜେଡି ।

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ହାଇକୋର୍ଟଙ୍କର ଜୋରଦାର ଝଟକା । ଯୋଜନାରେ ପ୍ରତି ପଞ୍ଚାୟତକୁ 50 ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ରାଜ୍ୟ ସରକାର । ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମସଭା ଓ ଗ୍ରାମପଞ୍ଚାୟତ ଅନୁମୋଦନରେ ହିଁ ପ୍ରକଳ୍ପ ଚୟନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚିତ ଜନପ୍ରତିନିଧିଙ୍କୁ ପ୍ରକଳ୍ପ ଚୟନ ନିଷ୍ପତ୍ତିରେ ସାମିଲ କରିବାକୁ ହାଇକୋର୍ଟ ରାୟ ଦେଇଛନ୍ତି । ବାଲେଶ୍ବର ଜିଲ୍ଲାର ବସ୍ତାର ୯ ଜଣ ସରପଞ୍ଚଙ୍କ ଦରଖାସ୍ତକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ହାଇକୋର୍ଟ । ନିର୍ବାଚିତ ପ୍ରତିନିଧିଙ୍କ ବଦଳରେ ସରକାରୀ ଅଧିକାରୀଙ୍କ ଜରିଆରେ ପ୍ରତି ପଞ୍ଚାୟତରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ଥିଲା । ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର 27 ତାରିଖରେ ହେବ ।

ଏହାବି ପଢନ୍ତୁ- ଆମ ଓଡ଼ିଶା ନବୀନ ଓଡିଶା ଏକ ନୂଆ ଓଡ଼ିଶାର ସୂତ୍ରପାତ କରିବ: ମୁଖ୍ୟମନ୍ତ୍ରୀ

କୋର୍ଟ ମାମଲାରେ ଯୋଜନା ଛନ୍ଦି ହୋଇପଡିଥିବାବେଳେ ଆରମ୍ଭ ହୋଇଯାଇଛି ଜୋରଦାର ରାଜନୀତି । କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, "ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ଯୋଜନା ରାଜ୍ୟ ସରକାର କରିଥାନ୍ତି । କେନ୍ଦ୍ର ସରକାର ବି କରନ୍ତି । କିନ୍ତୁ ଏଭଳି ଯୋଜନା ସମ୍ବିଧାନ ବିରୋଧୀ । ଯଥାର୍ଥରେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଏହି ଯୋଜନା ନାକଚ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।"

ସେହିପରି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି ଯେ, ଏହି ଯୋଜନା କାମକୁ ନୁହେଁ । ନିର୍ବାଚନକୁ ନେଇ ଯୋଜନା ରାଜନୀତି ଚାଲିଛି । 5ଟି ଗୋଟେ ସରକାର । ନବୀନ ସରକାର, ମୋ ସରକାର ଓ ବିଜେଡି ସରକାର ଉଠିଯାଇଛି । ଏବେ ଚାଲିଛି 5ଟି ସରକାର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, 5ଟି ଚାରିଆଡ଼େ ବୁଲି ମନ ଇଚ୍ଛା ଟଙ୍କା ବାଣ୍ଟିବାରେ ଲାଗିଛନ୍ତି । କୌଣସି ବିଧାୟକ, ମନ୍ତ୍ରୀ, ନେତା କାହାର ଭାଗ ନାହିଁ । ଆଗକୁ 5ଟି କୁ ନେଇ ସରକାର ହେବ । ମନ୍ତ୍ରୀ, ବିଧାୟକ ଆବଶ୍ୟକ ପଡିବେ ନାହିଁ । ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଜିଲାପାଳ ଓ ବିଡ଼ିଓଙ୍କୁ ଧରି ପ୍ରକଳ୍ପ ପ୍ରସ୍ତାବ ଦେଇଛନ୍ତି । ଏହା ଦ୍ୱାରା ତଳ ସ୍ତରରେ ବହୁତ ଅଶାନ୍ତି ସୃଷ୍ଟି ହୋଇଛି । ଗ୍ରାମ ସଭା ଓ ପଲ୍ଲୀ ସଭା ହୋଇ ଏହା ହୋଇନାହିଁ । ହାଇକୋର୍ଟରେ ସୁନିଶ୍ଚିତ ଏହା ରଦ୍ଦ ହେବ । ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳର ବରିଷ୍ଠ ବିଧାୟକ ବଦ୍ରୀ ନାରାୟଣ ପାତ୍ର । ବଦ୍ରୀ କହିଛନ୍ତି, "ଦେଖିବାରେ କିଛି ନାହିଁ । କୋର୍ଟରେ ମାମଲା ଅଛି । କୋର୍ଟ ନିଷ୍ପତ୍ତି ନେବ । କୋର୍ଟ ରାୟ ନଆସିବା ଯାଏଁ ଅପେକ୍ଷା କରିବାକୁ ପଡିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.