ETV Bharat / state

ଦାନା ବାନ୍ଧୁଛି ଲଘୁଚାପ, ଆସନ୍ତା 3ରୁ ବଦଳିବ ପାଗ; 2ଦିନ ଭିଜିବ ରାଜ୍ୟ - ଆସନ୍ତା 3ରୁ ବଦଳିବ ପାଗ

ଆହୁରି ୪୮ଘଣ୍ଟା ରାଜ୍ୟରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ପରେ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଅଧିକ ପଢନ୍ତୁ

rain thunderstorm in odisha
ଆସନ୍ତା 3ରୁ ପାଗରେ ପରିବର୍ତ୍ତନ
author img

By ETV Bharat Odisha Team

Published : Sep 1, 2023, 6:45 PM IST

ଆସନ୍ତା 3ରୁ ପାଗରେ ପରିବର୍ତ୍ତନ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ମୌସୁମୀ ଦୁର୍ବଳ ସ୍ଥିତିରେ ରହିଥିବାବେଳେ ବଢୁଛି ତାତି ଓ ଗୁଳଗୁଳିର ପ୍ରଭାବ । ଆହୁରି ୪୮ଘଣ୍ଟା ରାଜ୍ୟରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କାରଣ ୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ ରୁ ୪ ଡ଼ିଗ୍ରୀ ଅଧିକ ରେକର୍ଡ ହୋଇଛି। ମୁଖ୍ୟତଃ ଦିନ ତମାମର ଆର୍ଦ୍ରତା ୬୦% କିମ୍ବା ଅଧିକ ରହୁଥିବାରୁ ଗୁଳଗୁଳି ଲାଗି ରହୁଥିବା ଜଣାପଡିଛି।

  • ୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ

    ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ୩ ଏବଂ ୪ ରେ ବିସ୍ତୃତି ବର୍ଷା pic.twitter.com/KmvpAh16rd

    — Meteorological Centre, Bhubaneswar (@mcbbsr) September 1, 2023 " class="align-text-top noRightClick twitterSection" data=" ">

ଗୁରୁବାର ଚାନ୍ଦବାଲି ଓ ଝାରସୁଗୁଡ଼ାରେ ଅଗଷ୍ଟ ମାସର ସର୍ବୋଚ୍ଚ ୩୭.୬ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଥିଲା । ମୌସୁମୀ ନିମ୍ନ ଚାପରେଖା ତା'ର ସାଧାରଣ ଅବସ୍ଥାନଠାରୁ ଯଥେଷ୍ଟ ଉତ୍ତରରେ ରହୁଥିବାରୁ କେବଳ ଓଡିଶା ନୁହେଁ, ସମଗ୍ର ଦେଶରେ ବର୍ଷାର ପରିମାଣ କମ ରହିବା ସହ ତାପମାତ୍ରା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧.୬ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ସ୍ୱାଭାବିକଠାରୁ ୮୦ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। କୋରାପୁଟ ଲମତାପୁଟରେ ସର୍ବାଧିକ ୪୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଗୋଟିଏ କିମ୍ବା 2ଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲିଠାରୁ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ସେପଟେ ୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ୫ ଦିନ ପାଇଁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ । ତେଣୁ ମୌସୁମୀ ପୁଣି ସକ୍ରିୟ ହେବା ସହ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ବିଭାଗ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୩ ଓ ୪ ତାରିଖରୁ ବିସ୍ତୃତି ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ଏହା ବି ପଢନ୍ତୁ...ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା, ଜିଲ୍ଲାକୁ ପ୍ରାକ ମରୁଡି ଘୋଷଣା କରିବାକୁ ଦାବି

ସେପଟେ ଜୁନ ପହିଲାଠାରୁ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ୭୮୪.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଉ ଏହାର ସ୍ବାଭାବିକ ପରିମାଣ ରହିଛି ୯୨୨.୩ମିଲିମିଟର l ଯାହା ରାଜ୍ୟରେ ସ୍ୱାଭାବିକ ବର୍ଷାର ୧୫ ପ୍ରତିଶତ କମ୍ ରହିଛି । ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା, ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବାବେଳେ ୧୮ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି l ତେବେ ସର୍ବାଧିକ ୪୨ ପ୍ରତିଶତ କମ୍ ବର୍ଷା ନବରଙ୍ଗପୁର ଜିଲ୍ଲାରେ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.