ETV Bharat / state

NDDB ସହ ପ୍ରାଣୀସମ୍ପଦ ବିଭାଗର ଚୁକ୍ତି, ଜୈବିକ ଟିକା ଉତ୍ପାଦନରେ ଆତ୍ମନିର୍ଭରଶୀଳ ଲକ୍ଷ୍ୟ

author img

By ETV Bharat Odisha Team

Published : Jan 8, 2024, 9:50 PM IST

Updated : Jan 8, 2024, 10:43 PM IST

Odisha govt and NDDB signs MoU: ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ସହ ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗର ଚୁକ୍ତି ସ୍ବାକ୍ଷରିତ । ଜୈବିକ ଟିକା ଉତ୍ପାଦନରେ ଆତ୍ମନିର୍ଭରଶୀଳ ଓ ରପ୍ତାନୀ । ଅଧିକ ପଢନ୍ତୁ

Odisha govt and NDDB signs MoU
Odisha govt and NDDB signs MoU

NDDB ସହ ପ୍ରାଣୀସମ୍ପଦ ବିଭାଗର ଚୁକ୍ତି, ଜୈବିକ ଟିକା ଉତ୍ପାଦନରେ ଆତ୍ମନିର୍ଭରଶୀଳ ଲକ୍ଷ୍ୟ

ଭୁବନେଶ୍ବର: ଆଗାମୀ ଦିନରେ ଜୈବିକ ଟିକା ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବ ଓଡ଼ିଶା । କେବଳ ନିଜ ପାଇଁ ନୁହେଁ ଅନ୍ୟ ରାଜ୍ୟମାନଙ୍କ ପାଇଁ ଟିକା ଉତ୍ପାଦନ କରିବ ଓଡିଶା । ଏଥିପାଇଁ ଆଜି ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଓ ରାଷ୍ଟ୍ରୀୟ ଦୁଗ୍ଧ ଉନ୍ନୟନ ବୋର୍ଡ ବା NDDB ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ବ୍ରହ୍ମପୁରରେ ଆନ୍ଥରାକ୍ସ ଓ ଇଏନଟିଭି ଟିକା ଉତ୍ପାଦନ ଲାଗି ଅତ୍ୟାଧୁନିକ ଜିଏମପି ଲାବୋରେଟୋରୀ ପ୍ରତିଷ୍ଠା ପାଇଁ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।

establishment of GMP laboratory
ଜୈବିକ ଟିକା ଉତ୍ପାଦନରେ ଆତ୍ମନିର୍ଭରଶୀଳ ଲକ୍ଷ୍ୟ

ମତ୍ସ୍ୟ ଓ ପ୍ରାଣି ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଉନ୍ନୟନ କମିଶନର ଅନୁ ଗର୍ଗ, ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଉପସ୍ଥିତରେ ଚୁକ୍ତିନାମା ସ୍ବାକ୍ଷର ହୋଇଛି । ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରମାଶିଷ ହାଜରା ଓ NDDBର ସିନିୟର ଜେନେରାଲ ମ୍ୟାନେଜର ସୁନୀଲ ସିହ୍ନାଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ୩୬ ମାସ ମଧ୍ୟରେ ୫୨.୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଛି ଏହି ଅତ୍ୟାଧୁନିକ ଲାବୋରେଟୋରି । ଏଥିରେ ବାର୍ଷିକ ୫୦ ଲକ୍ଷ ଆନ୍ଥରାକ୍ସ ଓ ୨ କୋଟି ଇଏନଟିଭି ବିଜାଣୁ ଟିକା ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଛି ।

ଏହା ବି ପଢନ୍ତୁ- ଉନ୍ନତ କୃଷି ପାଇଁ ଉନ୍ନତ ମାନର ବିହନ ଉତ୍ପାଦନ କରିବା ଆମର ପ୍ରୟାସ: କେନ୍ଦ୍ର କୃଷିମନ୍ତ୍ରୀ

ଏହି ଜିଏମପି କେନ୍ଦ୍ର ବା ଉତ୍ତମ ପ୍ରସ୍ତୁତିକରଣ ବ୍ୟବସ୍ଥା ଲାବୋରେଟୋରି ନିର୍ମାଣରେ NDDB ପରାମର୍ଶଦାତା, ପରିଚାଳନାଗତ ସେବା ପ୍ରଦାନକାରୀ ସଂସ୍ଥା ରୂପେ ସହଯୋଗ କରିବ । ଏହା ସହିତ ଏହି ଲାବୋରେଟୋରିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପର୍ଯ୍ୟନ୍ତ ସାହାଯ୍ୟ ପ୍ରଦାନ କରିବା ନିମନ୍ତେ ଚୁକ୍ତିନାମା ହୋଇଛି । ଏହି ଜିଏମପି ଲାବୋରେଟୋରି ପ୍ରତିଷ୍ଠା ମାଧ୍ୟମରେ ପୂର୍ବୋକ୍ତ ଟିକା ଦୁଇଟିର ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଭବିଷ୍ୟତରେ ପୂର୍ଣ୍ଣତଃ ଆତ୍ମନିର୍ଭରଶୀଳ ଓ ଦୀର୍ଘସ୍ଥାୟୀ ରାଜ୍ୟ ରୂପେ ଉଭା ହେବ ।

ମତ୍ସ୍ୟ ଓ ପ୍ରାଣି ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, " ଓଡ଼ିଶା ପରି କୃଷି ପ୍ରଧାନ ରାଜ୍ୟରେ ପ୍ରାଣି ସମ୍ପଦର ଭୂମିକା ଅତ୍ୟନ୍ତ ଗୁରୁତ୍ତ୍ବପୂର୍ଣ୍ଣ । ପ୍ରାଣୀ ପାଳକ ତଥା ରାଜ୍ୟ ଓ ଦେଶର ଆର୍ଥିକ ଅଗ୍ରଗତି ପ୍ରାଣୀମାନଙ୍କର ସ୍ବାସ୍ଥ୍ୟ ସୁରକ୍ଷା ଉପରେ ନିର୍ଭରଶୀଳ । ଆନ୍ଥରାକ୍ସ ଓ ଇଏନଟିଭି ବୀଜାଣୁ ପରି ପ୍ରାଣୀମାନଙ୍କୁ ହେଉଥିବା ଅତି ସଂକ୍ରାମକ ରୋଗ କେବଳ ପ୍ରାଣୀମାନଙ୍କର ସ୍ବାସ୍ଥ୍ୟ ଓ ଜୀବନହାନୀ କରିନଥାଏ । ବରଂ ପ୍ରାଣୀ ପାଳକମାନଙ୍କର ଆର୍ଥିକ ମାନଦଣ୍ଡକୁ ମଧ୍ୟ ଦୋହଲାଇ ଦେଇଥାଏ । ଏହି ଦୁଇଟି ରୋଗରେ ପ୍ରାଣୀ ପ୍ରାୟତଃ ମୃତ୍ୟୁମୁଖରେ ପଡିଥାଏ । ଆନ୍ଥରାକ୍ସ ଏକ ଜେନେଟିକ ରୋଗ । ଯାହା ପ୍ରାଣୀଙ୍କରୁ ମଣିଷଙ୍କୁ ବ୍ୟାପିଥାଏ । ତେଣୁ ଏହି ୨ଟି ପ୍ରାଣଘାତୀ ରୋଗର ପ୍ରତିଷେଧକ ଟିକାର ବ୍ୟବସ୍ଥା ବହୁତ ଗୁରୁତ୍ଵ ବହନ କରେ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ ଓଡ଼ିଶା ଜୈବିକ ଟିକା ଉତ୍ପାଦନ କେନ୍ଦ୍ରରେ ଏହି ଦୁଇଟି ରୋଗର ପ୍ରତିଷେଧକ ଟିକା ପାରମ୍ପରିକ ପଦ୍ଧତିରେ ଉତ୍ପାଦନ କରାଯାଉଛି । ଏଥିରେ ବାର୍ଷିକ ୨୨ ଲକ୍ଷ ଆନ୍ଥରାକ୍ସ ଟୀକା ଓ ୧୪ ଲକ୍ଷ ଇଏନଟିଭି ଟୀକା ପ୍ରସ୍ତୁତ ହେଉଛି ।"

ଏହା ବି ପଢନ୍ତୁ- ଜାନୁଆରୀ ୧୨ରୁ କୃଷି ଓଡ଼ିଶା-୨୦୨୪, ଥିମ 'କୃଷି ପ୍ରଗତିରେ ମହିଳା’

ସମ୍ପ୍ରତି ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ଅଧିକ ସଂଖ୍ୟକ ଓ ଅଧିକ ଉନ୍ନତମାନର ଟିକା ଉତ୍ପାଦନ ଲକ୍ଷ୍ୟ ନେଇ ଏକ ଜିଏମପି ପ୍ରତିଷ୍ଠାର ଆବଶ୍ୟକତା ରହିଛି । ଏହି କ୍ରମରେ ଓଡ଼ିଶା ସରକାରଙ୍କ 5T ଉପକ୍ରମରେ ବ୍ରହ୍ମପୁରରେ ଆନ୍ଥରାକ୍ସ ଓ ଇଏନଟିଭି ଟିକାର ଉତ୍ପାଦନ ଲାଗି ଏକ ଅତ୍ୟାଧୁନିକ ଜିଏମପି ଲାବୋରେଟୋରୀ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଓ NDDB ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଏହାଦ୍ଵାରା ପ୍ରାଣୀ ସମ୍ପଦର ଉତ୍ତମ ରୋଗ ପ୍ରତିଷେଧକ ବ୍ୟବସ୍ଥା ତଥା ପ୍ରାଣି ପାଳକଙ୍କର ଆର୍ଥିକ ମାନଦଣ୍ଡରେ ଉନ୍ନତି ହୋଇପାରିବ । ଆନ୍ଥରାକ୍ସ ଓ ଇଏନଟିଭି ବିଜାଣୁ ରୋଗର ନିରାକରଣ ଲାଗି ପ୍ରତିଷ୍ଠା ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ପ୍ରତିଷେଧକ ଟିକା ଉତ୍ପାଦନ ଲାବୋରେଟୋରି ଦେଶର ଏକ ଅନନ୍ୟ ଲାବୋରେଟୋରୀ ହେବାକୁ ଯାଉଛି । ଲାବୋରେଟୋରୀ ପ୍ରତିଷ୍ଠା ଦ୍ବାରା ରାଜ୍ୟର ଟିକାର ଚାହିଦା ମେଣ୍ଟାଇବା ସହ ବାହାର ରାଜ୍ୟକୁ ଟିକା ରପ୍ତାନୀ କରିପାରିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 8, 2024, 10:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.