ETV Bharat / state

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ପଞ୍ଚାୟତିରାଜ ମନ୍ତ୍ରୀ - ରାଜ୍ୟରେ ଗ୍ରୀଷ୍ମ ପ୍ରବାହ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଅଧିକ ପଢ଼ନ୍ତୁ

government ready to deal with heatwaves
ଗ୍ରୀଷ୍ମପ୍ରବାହ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି
author img

By

Published : Apr 13, 2023, 8:02 AM IST

Updated : Apr 13, 2023, 9:45 AM IST

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ତାପମାତ୍ରା ବୃଦ୍ଧି ହେବା ସହ ଅସହ୍ୟ ଗୁଳୁଗୁଳି ହେଉଛି । ଯାହାକୁ ନେଇ ଉପାନ୍ତ, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି । ଅବେଳରେ ବିଦ୍ୟୁତ କାଟ ଓ ଜଳ ସମସ୍ୟା ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି । ସରକାରଙ୍କ ପକ୍ଷରୁ ବଭିନ୍ନ ସୁବିଧା କରାଯାଉଥିଲେ ବି ଗ୍ରାଉଣ୍ଡରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ତେବେ ଗ୍ରୀକ୍ଷ୍ମ ପ୍ରବାହ ପାଇଁ ସରକାର ଆଗୁଆ ପ୍ରସ୍ତୁତ ଥିବା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ଖରା ମୁକାବିଲା ପାଇଁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ଉଭୟ ବିଭାଗ ଏଥିପାଇଁ ତତ୍ପର ରହିଥିବା କହିଛନ୍ତି ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ସେ ଆହୁରି ମଧ୍ୟ କହିଛନ୍ତି,"ପାନୀୟ ଜଳ ସମସ୍ୟାକୁ ସମାଧାନ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଆବଶ୍ୟକ ସ୍ଥଳେ ନଳକୂପ ବସାଇବାକୁ ବ୍ୟବସ୍ଥା କରାଯାଉଛି । କାର୍ଯ୍ୟକ‌ାରୀ ଯନ୍ତ୍ରୀଙ୍କ ସୁପାରିସ କ୍ରମେ ଜିଲ୍ଲାପାଳ ନୂତନ ନଳକୂପ ମଞ୍ଜୁର କରିପାରିବେ । ନଳକୂପ ଓ ପାନୀୟ ଜଳ ଉତ୍ସ ମରାମତି ପାଇଁ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର୍ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ୫୦ ହଜାରରୁ ଅଧିକ ହେଲେ ଜିଲ୍ଲାପାଳଙ୍କ ଅନୁମତି ନେଇ ଖର୍ଚ୍ଚ କରିପାରିବେ । ଜିଲ୍ଲା ସ୍ତରରେ ଅସୁବିଧା ନେଇ ଖବର ଆସିବା ପରେ ବ୍ୟବସ୍ଥା କରାଯାଇଛି । କୌଣସି ଅଭିଯୋଗ ଥିଲେ ଟୋଲ ଫି ନମ୍ବରରେ ଲୋକେ ସମସ୍ୟା ଜଣାଇ ପାରିବେ ।" ଉପାନ୍ତ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି ବୋଲି ସେ କହିଛନ୍ତି ।

ସେହିପରି ଏପ୍ରିଲ ୧୩ରୁ ୧୫ ତାରିଖ ଯାଏ ଅତିପ୍ରଖର ଗ୍ରୀଷ୍ମ ପ୍ରବାହ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି । ଦିନ ୧୧ଟାରୁ ୩ଟା ମଧ୍ୟରେ ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ହିଟଓ୍ବେଭ ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ତାତି ବଢ଼଼ିବା ପରେ ଏକ ୨୩ ସୂତ୍ରୀ ପଦକ୍ଷେପ ଜାରି କରିବା ସହ ସବୁ ଜିଲ୍ଲାରେ ଏହାକୁ ପାଳନ କରିବା ପାଇଁ ଏସଆରସି ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଖରା ସମୟରେ କଣ କରିବେ ଓ ନକରିବେ, ଏ ସମ୍ପର୍କରେ ବ୍ୟାପକ ସଚେତନ କରିବା ସହିତ ଏଥିରେ ସାମାଜିକ ସଂଗଠନଗୁଡ଼ିକୁ ଯୋଡ଼ିବା ପାଇଁ କୁହାଯାଇଛି ।

ସେହିପରି କୌଣସି ସ୍ଥାନରେ ଯେପରି ଜଳାଭାବ ନରୁହେ ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଜଳସଙ୍କଟ ଅଞ୍ଚଳ ଚିହ୍ନଟ କରି ଏହି ଅଞ୍ଚଳଗୁଡ଼ିକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ କୁହାଯାଇଛି । ଅଚଳ ଟ୍ୟୁବୱେଲ ମରାମତି ସାଙ୍ଗକୁ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍କେଟ ଅଞ୍ଚଳ, ବସଷ୍ଟାଣ୍ଡ ଓ ଗହଳୀସ୍ଥାନରେ ଏହି କେନ୍ଦ୍ର ଖୋଲିବାକୁ କୁୁହାଯାଇଛି ।

ସମସ୍ତ ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ କୁହାଯାଇଛି । ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ରଖି ଏହାକୁ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ କୁହାଯାଇଛି । ଶିକ୍ଷାନୁଷ୍ଠାନରେ ବାହ୍ୟ କାର୍ଯ୍ୟକ୍ରମ ଆୟୋଜନ ଉପରେ ଏସଆରସି ରୋକ ଲଗାଇଛନ୍ତି । ସେହିପରି ଅଂଶୁଘାତ ଆକ୍ରାନ୍ତଙ୍କ ପାଇଁ ଏହି ସମସ୍ତ ଚିକିତ୍ସାଳୟରେ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 13, 2023, 9:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.