ETV Bharat / state

Weather Update: ସକ୍ରିୟ ଘୂର୍ଣ୍ଣିବଳୟ, ୪ ତାରିଖ ପରେ ବଢ଼ିବ ବର୍ଷାର ପରିମାଣ - ପାଣିପାଗ ଅପଡେଟ

ରାଜ୍ୟରେ ଦୁର୍ବଳ ସ୍ଥିତିରେ ରହିଛି ମୌସୁମୀ । ହେଲେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 4 ତାରିଖ ପରଠୁ ବଢିବ ବର୍ଷାର ପରିମାଣ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 3, 2023, 5:16 PM IST

Updated : Jul 3, 2023, 5:56 PM IST

Weather Update: ସକ୍ରିୟ ଘୂର୍ଣ୍ଣିବଳୟ, ୪ ତାରିଖ ପରେ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ସ୍ଥିତିରେ ରହିଛି ମୌସୁମୀ । ଆଷାଢ଼ ମାସରେ ମଧ୍ୟ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି । ହେଲେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 4 ତାରିଖରୁ ରାଜ୍ୟରେ ବଦଳିବ ପାଗ । ଆଗାମୀ ୨ ଦିନ ଭିତରେ ସାର ରାଜ୍ୟରେ ପ୍ରାୟ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ବର୍ତ୍ତମାନ ରାଜ୍ୟରେ ମୌସୁମୀ ନିମ୍ନ ଚାପ-ରେଖା ପଞ୍ଜାବର ଫିରୋଜପୁର ବାହାରି କର୍ଣ୍ଣଲ, ଶାହାଜାହାନପୁର, ସୁଲତାନପୁର, ଡାଲଟନଗଞ୍ଜ, ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ଦକ୍ଷିଣପଶ୍ଚିମ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହା ଗତକାଲି ତୁଳନାରେ ସାମାନ୍ୟ ଉତ୍ତର ଆଡ଼କୁ ମୁହାଁଇଛି । ତେଣୁ ମୌସୁମୀର କୌଣସି ପ୍ରଭାଵ ନାହିଁ ଅର୍ଥାତ ମୌସୁମୀ ଦୁର୍ବଳ ରହିଛି । ତେଣୁ ରାଜ୍ୟରେ ସେଭଳି କୌଣସି ନିର୍ଦ୍ଦିଷ୍ଟ ନିୟାମକ ନାହିଁ ବୋଲି ବର୍ଷାର ପରିମାଣ ଯଥେଷ୍ଟ କମ ରହିଛି । ହେଲେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ୪ ତାରିଖ ପରେ ବର୍ଷା ବଢ଼ିବ ।

ଏହା ବି ପଢନ୍ତୁ- Weather Update: ଆସୁଛି ଆଉ ଏକ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଆଗାମୀ ୨ ଦିନ ଭିତରେ ସାର ରାଜ୍ୟରେ ପ୍ରାୟ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ । ତେବେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତୋଟି ଜିଲ୍ଲା ପାଇଁ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୫ ତାରିଖ ପରଠୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ବର୍ଷାର ପରିମାଣ ବିଶେଷ ବୃଦ୍ଧି ହୋଇନାହିଁ । ସ୍ବାଭାବିକ ବର୍ଷା ତୁଳନାରେ ପାଖାପାଖି ୯୦% କମ ରହିଛି । ୧ ଜୁନରୁ ୩ ଜୁଲାଇ ମଧରେ ରାଜ୍ୟରେ ୧୬୮.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ଵାଭାବିକ ବର୍ଷା ତୁଳନାରେ ୨୯% କମ ରହିଛି ବୋଲି କହିଛି ପାଣିପାଗ ବିଭାଗ । ରାଜ୍ୟରେ ବର୍ଷା ନଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ମଧ୍ୟ ଚିନ୍ତାରେ ରହିଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ବିସ୍ତୃତି । 4 ତାରିଖରୁ ସମଗ୍ର ରାଜ୍ୟରେ ବର୍ଷାର ବିସ୍ତୃତି ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ଆଜି ଉତ୍ତର ଏବଂ ଉପକୂଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 3, 2023, 5:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.