ETV Bharat / state

UG PG Admission: ୟୁଜି ଓ ପିଜି ଦ୍ବିତୀୟଥର ଆଡମିଶନ ପାଇଁ ବିଜ୍ଞପ୍ତି

author img

By ETV Bharat Odisha Team

Published : Sep 11, 2023, 8:15 PM IST

ଏଥିପାଇଁ ସେପ୍ଟେମ୍ବର ୧୩ ରୁ ୨୨ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ। ୨୮ ତାରିଖରେ ପ୍ରକାଶ ପାଇବ ପିଜି ଆଡମିଶନ ମେରିଟ ଲିଷ୍ଟ। ଅନଲାଇନ ମାଧ୍ୟମରେ ନାମଲେଖା ଅର୍ଥରାଶି ପ୍ରଦାନ କରିହେବ । ଏହା ପରେ ସିଲେକ୍ସନ ଲିଷ୍ଟ ସହ ନାମଲେଖା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ହେବ। ଅଧିକ ପଢନ୍ତୁ

UG PG Admission: ୟୁଜି ଓ ପିଜି ଦ୍ବିତୀୟଥର ଆଡମିଶନ ପାଇଁ ବିଜ୍ଞପ୍ତ ପ୍ରକାଶ

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟରେ UG ଆଡମିଶନ ହୋଇଥିଲେ ବି ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଆଡମିଶନ ଲାଗି ଆବେଦନ କରିହେବ। ଛାତ୍ର ଛାତ୍ରୀଙ୍କ ଠାରୁ ଅଭିଯୋଗ ପାଇବା ପରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ସଂଶୋଧିତ ବିଜ୍ଞପ୍ତି । ୪ ସେପ୍ଟମ୍ବରରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା। ତେବେ ଆସନ୍ତା ୧୬ ତାରିଖ ଯାଏଁ ଚାଲିବ ଆବେଦନ ପ୍ରକ୍ରିୟା।

ଏଥିପାଇଁ ସେପ୍ଟେମ୍ବର ୧୩ ରୁ ୨୨ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ। ୨୮ ତାରିଖରେ ପ୍ରକାଶ ପାଇବ ପିଜି ଆଡମିଶନ ମେରିଟ ଲିଷ୍ଟ। ଅନଲାଇନ ମାଧ୍ୟମରେ ନାମଲେଖା ଅର୍ଥରାଶି ପ୍ରଦାନ କରିହେବ । ଏହା ପରେ ସିଲେକ୍ସନ ଲିଷ୍ଟ ସହ ନାମଲେଖା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ହେବ। ସେହିପରି ପିଜି ନାମଲେଖା ପାଇଁ ଆସନ୍ତା ୧୩ ତାରିଖ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ଆବେଦନ ପ୍ରକ୍ରିୟା । ୨୮ ତାରିଖରୁ ୩୦ ତାରିଖ ମଧ୍ୟରେ ନାମଲେଖା ପାଇଁ ଅନଲାଇନ ମାଧ୍ୟମରେ ଆଡ଼ମିଶନ ଫି ଦାଖଲ କରାଯିବ। ପ୍ରଥମ ରାଉଣ୍ଡ ନାମଲେଖା ପାଇଁ ୩ ଅକ୍ଟୋବର ଠାରୁ ୫ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ୧୩ ଅକ୍ଟୋବରରେ ବଳକା ସିଟର ତଥ୍ୟ ସାମସ ୱେବସାଇଟ ରେ ଦାଖଲ କରାଯିବ।

ଏହାବି ପଢନ୍ତୁ- ରାଜ୍ୟରେ ଖାଲି ପଡୁଛି ୟୁଜି ଓ ପିଜି ସିଟ୍‌, ଆଗକୁ JEE ଢାଞ୍ଚାରେ ହେବ ନାମଲେଖା ପ୍ରକ୍ରିୟା !

ସୂଚନା ଅନୁଯାୟୀ ସରକାରୀ ତଥ୍ୟ ଆଧାରରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୟୁଜିରେ ୧୦୪୭ ଟି କଲେଜରେ ନାମଲେଖା ପକ୍ରିୟା ଆରମ୍ଭ ହେବାକୁ ରହିଥିବା ବେଳେ ମୋଟ ସିଟ ରହିଛି ୨ ଲକ୍ଷ୍ୟ ୭୧ ହଜାର ୯୧ ଟି ସିଟ ରହିଥିବା ବେଳେ ୧ ଲକ୍ଷ୍ୟ ୫୮ ହଜାର ୬୫୭ ସିଟ ପୂରଣ ହୋଇଛି। ବାକି ୧ ଲକ୍ଷ୍ୟ ୧୨ ହଜାର ୪୩୪ ଟି ସିଟ ଏବେବି ଖାଲି ପଡ଼ିଛି। ତେବେ ସେହିପରି ଭାବରେ ପିଜି ରେ ୧୧୦ ଟି କଲେଜ ରହିଥିବା ବେଳେ ୨୭ ହଜାର ୮୧୬ ଟି ସିଟ ରହିଛି। ଯାହା ସୂଚନା ମିଳିଛି ପିଜି ରେ ମଧ୍ୟ ଅନେକ କଲେଜରେ ସିଟ ଖାଲି ପଡ଼ିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.