ETV Bharat / state

୨୦ରେ ଦିଲ୍ଲୀ ଯିବେ ୮ କଂଗ୍ରେସ ବିଧାୟକ, ଗୁରୁମନ୍ତ୍ର ଦେବେ ସୁପ୍ରିମୋ

author img

By ETV Bharat Odisha Team

Published : Dec 18, 2023, 5:28 PM IST

Odisha Congress MLAs to visit Delhi: ଆସନ୍ତା ୨୦ ତାରିଖରେ ଦିଲ୍ଲୀ ଯିବେ ୮ କଂଗ୍ରେସ ବିଧାୟକ । ଗୁରୁମନ୍ତ୍ର ଦେବେ କଂଗ୍ରେସ ସୁପ୍ରିମୋ । ଅଧିକ ପଢନ୍ତୁ

Odisha Congress MLAs to visit Delhi
Odisha Congress MLAs to visit Delhi
ଦିଲ୍ଲୀ ଯିବେ ୮ କଂଗ୍ରେସ ବିଧାୟକ

ଭୁବନେଶ୍ବର: ଦିଲ୍ଲୀରୁ ଆସିଲା ଡାକରା । ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ । ଗୁରୁମନ୍ତ୍ର ଦେବେ କଂଗ୍ରେସ ସୁପ୍ରିମୋ । ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ଷ୍ଟ୍ରାଟେଜି । ନିର୍ବାଚନ ପୂର୍ବରୁ ରଣନୀତି ନେଇ ହେବ ଆଲୋଚନା । ଏନେଇ ଆସନ୍ତା ଡିସେମ୍ବର ୨୦ ତାରିଖରେ ରାଜ୍ୟ କଂଗ୍ରେସ ବରିଷ୍ଠ ନେତା ଦିଲ୍ଲୀ ଯିବେ । ଦିଲ୍ଲୀରେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "୨୦୨୪ ନିର୍ବାଚନର ରଣକୌଶଳ ପ୍ରସ୍ତୁତ ପାଇଁ ଏହି ବୈଠକରେ ଆଲୋଚନା ହେବ । ସମସ୍ତ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀଙ୍କ ଲିଷ୍ଟ ଆମ ପାଖକୁ ଆସି ସାରିଛି । ଲୋକସଭା ପାଇଁ ମଧ୍ୟ ଏକରୁ ଅଧିକ ଲିଷ୍ଟ ଆସିଛି । ଲିଷ୍ଟ ଦିଲ୍ଲୀ ଯିବା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ । ତାରିଖ ଠିକ ହୋଇନାହିଁ, କିନ୍ତୁ ଜାନୁଆରୀ ଦ୍ବିତୀୟ ସପ୍ତାହରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ମୁଁ ଏବଂ ପ୍ରଭାରୀ ଚେଲ୍ଲା କୁମାର ଯାଇ ତାଙ୍କୁ ନିମନ୍ତ୍ରଣ କରିଛୁ । ଆଗକୁ ବିଜେଡିର ଭବିଷ୍ୟତ କଣ ହେବ ସମସ୍ତେ ଦେଖିବେ । ଓଡ଼ିଶାରେ କଂଗ୍ରେସ ସରକାର କରିବ ଏବଂ ୯ ରୁ ୯୦ ମିଶନ ସଫଳ ହେବ ।"

ଏହା ବି ପଢନ୍ତୁ- ଅର୍ଥ ସଂଗ୍ରହ କରିବ କଂଗ୍ରେସ, ଆଜିଠୁ ୧୦ ଦିନିଆ ଅଭିଯାନ

୩ଟି ରାଜ୍ୟରେ କଂଗ୍ରେସ ପରାଜୟ ପରେ ମଧ୍ୟ ପ୍ରଦେଶ ସମେତ ଅନେକ ରାଜ୍ୟରେ କଂଗ୍ରେସ ମୁଖିଆ ପରିବର୍ତ୍ତନ କରାଯାଇ ନୂଆ ଏବଂ ଅଭିଜ୍ଞ ନେତାମାନଙ୍କୁ ଦାୟିତ୍ବ ଦିଆଯାଇଛି । ଗତ ସପ୍ତାହରେ ଅନେକ ରାଜ୍ୟର ନେତାମାନଙ୍କୁ ଦିଲ୍ଲୀ ଡକାଯାଇ ବୈଠକରେ ସମସ୍ତ ବିଷୟରେ ଆଲୋଚନା ହୋଇସାରିଛି । ଗତ ସପ୍ତାହରେ ଗୁଜରାଟ କଂଗ୍ରେସର ନେତାମାନଙ୍କ ସହ AICC ବୈଠକ ଅନୁଷ୍ଠିତ ହୋଇଥିଲା । ସେହିପରି ଆସନ୍ତା ୨୦ ତାରିଖରେ AICCର ବୈଠକ ଅନୁଷ୍ଠିତ ହେବ । ବୈଠକରେ ସାମିଲ ହେବେ ଓଡ଼ିଶାର ତମାମ ବରିଷ୍ଠ ନେତୃବୃନ୍ଦ ।

ଏହା ବି ପଢନ୍ତୁ- ଦିଲ୍ଲୀ ଯିବେ ବିଜେପିର ୨୨ ବିଧାୟକ, ରାଜ୍ୟ ରାଜନୀତି ସଂପର୍କରେ କେନ୍ଦ୍ର ନେତୃତ୍ୱଙ୍କୁ ଜଣାଇବେ

ପିସିସି ସଭାପତିଙ୍କ ସମେତ ୮ ବିଧାୟକ, ସାଂସଦ, ପୂର୍ବତନ ପିସିସି ସଭାପତି ଯୋଗ ଦେବେ । ସୂଚନା ଥାଉ କି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ରଣନୀତି ପ୍ରସ୍ତୁତ କରିବା ସହ ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରୁଛନ୍ତି । ତେବେ ରାଜ୍ୟ କଂଗ୍ରେସ ମଧ୍ୟ ଗତ କିଛି ମାସ ଧରି ସଂଗଠନକୁ ସୁଦୃଢ କରିବା ଲାଗି ଉଦ୍ୟମ ଜାରି ରଖିଛି । ତେବେ ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ବିରୋଧରେ ହେବ ବଡ଼ ନିଷ୍ପତ୍ତି । ତେବେ ଆସନ୍ତାକାଲି ବିଜେପିର ୨୨ ଜଣ ବିଧାୟକ ଦିଲ୍ଲୀ ଯାଉଥିବା ବେଳେ ୨୦ ତାରିଖରେ ଦିଲ୍ଲୀ ଯିବେ ୮ କଂଗ୍ରେସ ବିଧାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.