ETV Bharat / state

ରାଜ୍ୟରେ ବସିଲା ଅଣ ବିଜେଡି-ବିଜେପି ଦଳ ବୈଠକ, ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ - ଅଣ ବିଜେଡି ବିଜେପି ଦଳ

ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇ କରିବେ ଓଡ଼ିଶା ପ୍ରଦେଶର ଇଣ୍ଡିଆ ମେଣ୍ଟ । ଆଜି ଭୁବନେଶ୍ବର କଂଗ୍ରେସ ଭବନରେ ବସିଲା ସର୍ବଦଳୀୟ ବୈଠକ । ଅଧିକ ପଢନ୍ତୁ

India Alliance meeting
India Alliance meeting
author img

By ETV Bharat Odisha Team

Published : Oct 15, 2023, 10:27 PM IST

ରାଜ୍ୟରେ ବସିଲା ଅଣ ବିଜେଡି-ବିଜେପି ଦଳ ବୈଠକ, ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ସରକାରଙ୍କ ବିରୋଧୀ ମେଳି ସେତିକି ସଶକ୍ତ ହେବାରେ ଲାଗିଛି । ଆଜି ଭୁବନେଶ୍ବର କଂଗ୍ରେସ ଭବନରେ କଂଗ୍ରେସ ନେତୃତ୍ବରେ ବସିଲା ସର୍ବଦଳୀୟ ବୈଠକ । ରାଜ୍ୟ ସରକାରଙ୍କୁ ଘେରିବାକୁ ଏକାଠି ହେଲେ ଅଣ ବିଜେଡି-ବିଜେପି ଦଳ । ବିଜେଡି ଓ ବିଜେପି ଛାଡି ୧୭ଟି ବିରୋଧୀ ଦଳଙ୍କ ଉପସ୍ଥିତିରେ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ । ୧୭ ଜଣିଆ କମିଟି ଗଠନ ହୋଇଛି । ଆଗାମୀ ଦିନରେ ଏହି କମିଟି ବିରୋଧୀ ରାଜନୈତିକ ଦଳର କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବ । ଦୁର୍ଗାପୂଜା ପରେ ଜନଆନ୍ଦୋଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।

ନଭେମ୍ବର ମାସରେ ୪ଟି ଜନ ଆକ୍ରୋଶ ସମାବେଶ ହେବ । ଯେଉଁ ଯେଉଁ ସ୍ଥାନରେ ଜନ ସମାବେଶ ହେବ ସେଠାରେ ବୈଠକ ବସି ସାରିଛି । ନଭେମ୍ବର ମାସର ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ା ଓ ରାଉରକେଲାରେ ଏବଂ ଡିସେମ୍ବର ମାସରେ ଦ୍ଵିତୀୟ ପର୍ଯ୍ୟାୟରେ ସମ୍ବଲପୁର ଓ ବାଲେଶ୍ଵର ଜିଲ୍ଲାରେ ଜନ ଆକ୍ରୋଶ ସମାବେଶ ଆୟୋଜନ କରାଯିବ । ବିରୋଧୀ ରାଜନୈତିକ ଦଳ ବିଜେପି ଓ ବିଜେଡି ବ୍ୟତୀତ ଅନ୍ୟ ଦଳ ଏଥିରେ ସାମିଲ ହେବେ । ବର୍ତ୍ତମାନ ପର୍ଯ୍ୟନ୍ତ ଟିକେଟ ବାଣ୍ଟିବାକୁ ନେଇ କୌଣସି ଆଲୋଚନା ହୋଇନାହିଁ । ଆକ୍ସନ ପ୍ଲାନ ରେଡ୍ଡି ଥିବା ବେଳେ ସାରା ଓଡ଼ିଶାରେ ଜନ ଆକ୍ରୋଶ ସମାବେଶରେ ଗର୍ଜିବେ ବିରୋଧୀ ।

ଏହା ବି ପଢନ୍ତୁ- ସୋମବାର ପୁରୀରେ କଂଗ୍ରେସର ବିଶାଳ ସମାବେଶ, ଉଠିବ ଶ୍ରୀମନ୍ଦିର ପ୍ରସଙ୍ଗ

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, " ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ବୈଠକ । କଂଗ୍ରେସ ବିଜେଡି ଏବଂ ବିଜେପି ସରକାରଙ୍କୁ ଘେରିବା ପାଇଁ ରୋଡ଼ମ୍ୟାପ ପ୍ରସ୍ତୁତ । ଆଜି ଏକ 17 ଜଣିଆ କୋଡିନେସନ କମିଟି ଗଠନ କରାଯାଇଛି । କମିଟିର ନିଷ୍ପତି କ୍ରମରେ ରାୟଗଡା, ସମ୍ବଲପୁର, ବାଲେଶ୍ବର ଓ ରାଉଲକେଲାରେ ନଭେମ୍ବର ମାସରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ବିଜେଡି ଏବଂ ବିଜେପି ସରକାର ବିରୋଧରେ ଏହି ଜନ ଜାଗରଣ ଆନ୍ଦୋଳନ କରି ଜନତାଙ୍କୁ ସଚେତନ କରାଯିବ।"

ସେପଟେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, "ଜନ ଆକ୍ରୋଶ ସମାବେଶରେ ଶାସକ ବିଜେଡି ବିଜେପି ଉପରେ ଗର୍ଜିବେ ବିରୋଧୀ । ୧୭ ଜଣିଆ ସଂଯୋଜନା କମିଟି ଗଠନ ହେଲା । ଆଗାମୀ ଦିନରେ ଏ ରାଜନୈତିକ ମେଣ୍ଟର ରାଜନୈତିକ ଅଭିଯାନ ଆରମ୍ଭ ହେବ । ରାଜ୍ୟବ୍ୟାପୀ ଲୋକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ ହେବ । 4ଟି ସ୍ଥାନରେ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହେବ । ନଭେମ୍ବରରେ ରାୟଗଡା ଏବଂ ରାଉରକେଲାରେ ୨ଟି ବିଶାଳ ଜନ ଆକ୍ରୋଶ ସମାବେଶ ହେବ । ଡିସେମ୍ବରରେ ୨ଟି ସ୍ଥାନରେ ହେବ। ସମ୍ବଲପୁର ଏବଂ ବାଲେଶ୍ବରରେ ଜନ ଆନ୍ଦୋଳନ ହେବ। ସାଧାରଣ ଲୋକଙ୍କ ପ୍ରସଙ୍ଗ ଏବଂ ମୁଖ୍ୟ ସମସ୍ୟାକୁ ନେଇ ଆମେ ସରକାର ବିରୋଧରେ ଲଢ଼ିବୁ। "

ଏହା ବି ପଢନ୍ତୁ- India Alliance: ଆସନ ଭାଗବଣ୍ଟାରେ ସମସ୍ୟା ନାହିଁ, ଗାନ୍ଧୀ ଜୟନ୍ତୀରୁ ସ୍ପେଶାଲ କ୍ୟାମ୍ପେନ: ନୀତିଶ କୁମାର

କଂଗ୍ରେସ ନେତୃତ୍ବରେ ଆଜି ବସିଥିବା ସର୍ବଦଳୀୟ ବୈଠକରେ ରାଜ୍ୟର ୧୭ଟି ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇଛନ୍ତି । ଆରଜେଡି, ସିପିଆଇଏମ, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସମତା କ୍ରାନ୍ତି ଦଳ, ଟିଏମସି, ସିପିଏମ, ଆପ୍‌, ଆରପିଆଇ ମେଣ୍ଟରେ ସାମିଲ ହୋଇଛନ୍ତି । ବିରୋଧୀ ମେଣ୍ଟ 'ଇଣ୍ଡିଆ' ଏବେ ରାଜ୍ୟରେ ଶକ୍ତିଶାଳୀ ହେବାକୁ ପ୍ରୟାସ ଆରମ୍ଭ କରିଛି । ବିରୋଧୀ ଶକ୍ତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବୁଲି ବୁଲି ଆନ୍ଦୋଳନ କରିବାକୁ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆଗକୁ ଏହା କେଉଁ ରୂପ ନେଉଛି ତାହା ସମୟ କହିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.