ETV Bharat / state

କମିବ ସହର ଆଉ ଗାଁ ଭିତରେ ଦୂରତା, ଖୁବଶୀଘ୍ର ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି

ସହରଗୁଡିକ ସହିତ ଲାଗିଥିବା ଗ୍ରାମାଞ୍ଚଳଗୁଡିକର ଅଭିବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି'କୁ ଅନୁମୋଦନ କରିଛନ୍ତି । ଅଧିକ ପଢ଼ନ୍ତୁ

କମିବ ସହର ଆଉ ଗାଁ ଭିତରେ ଦୂରତା
କମିବ ସହର ଆଉ ଗାଁ ଭିତରେ ଦୂରତା
author img

By

Published : Jul 11, 2023, 6:38 AM IST

ଭୁବନେଶ୍ବର: ସହରଗୁଡିକ ସହିତ ଲାଗିଥିବା ଗ୍ରାମାଞ୍ଚଳ ଗୁଡିକର ହେବ ଅଭିବୃଦ୍ଧି । ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଉପୁଜୁଥିବା ପାର୍ଥକ୍ୟ ଅତିକ୍ରମ କରି ସମସ୍ତ ନାଗରିକଙ୍କୁ ଅତ୍ୟାବଶକ ସହରୀ ଭିତ୍ତିଭୂମି ଏବଂ ସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଏବେ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି'କୁ ଅନୁମୋଦନ କରିଛନ୍ତି । ଏଭଳି ନୀତି ପ୍ରଣୟନ କରିବାରେ ଓଡିଶା ପ୍ରଥମ ଏବଂ ଏହାଦ୍ବାରା ଅଣଯୋଜନାବଦ୍ଧ ଓ ଅନୀୟମିତ ସହରୀକରଣ ଦ୍ଵାରା ସୃଷ୍ଟି ହେଉଥିବା ସମସ୍ୟାଗୁଡିକୁ ବିଭିନ୍ନ ପ୍ରଗତିଶୀଳ ଏବଂ ପ୍ରୟୋଗାତ୍ମକ ପଦକ୍ଷେପ ମାଧ୍ୟମରେ ସମାଧାନ କରାଯାଇପାରିବ ।

ବର୍ତ୍ତମାନର ଗ୍ରାମୀଣ ଅଞ୍ଚଳକୁ ସହରାଞ୍ଚଳ ଭାବରେ ବିଜ୍ଞାପିତ କରିବା ପ୍ରଚଳିତ ପ୍ରଣାଳୀ ରାଜନୈତିକ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ନାଗରିକଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥା ଉପରେ ପ୍ରଭାବ ପକାଉଥିବା ଅନୁଭବ କରାଯାଉଛି । କାରଣ ଏଭଳି ପରିବର୍ତ୍ତନକୁ ଗ୍ରହଣ କରି ଆଗେଇ ଯିବା ପାଇଁ ସେପରି କିଛି ବ୍ୟବସ୍ଥା ନାହିଁ । ପ୍ରଚଳିତ ପ୍ରଣାଳୀରେ ଲୋକମାନଙ୍କ ସହଭାଗିତା ଏବଂ ଅନ୍ତର୍ଭୂକ୍ତିକରଣକୁ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଇନାହିଁ । ଯାହା ପ୍ରତିରୋଧ ଏବଂ ବିରୋଧାବାସକୁ ପ୍ରଶୟ ଦେଉଛି । ବର୍ତ୍ତମାନ ଓଡିଶାର ଜନସଂଖ୍ୟାର ୧୯ ଶତକଡା ସହରାଞ୍ଚଳରେ ବାସ କରୁଥିବାବେଳେ ଏହା ୨୦୩୧ ସୁଦ୍ଧା ୨୧ ଶତକଡାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ଜନଗଣନାରେ ନାମିତ ସହରଗୁଡିକ ଅଥବା ସହର ପାର୍ଶ୍ଵବର୍ତ୍ତୀ ଅଞ୍ଚଳଗୁଡିକରେ ପ୍ରାୟ ୪୦ ଶତକଡା ଅଭିବୃଦ୍ଧି ହିଁ ସହରୀକରଣର ମୁଖ୍ୟ କାରଣ । ଏହି ସହରାଞ୍ଚଳ ପାର୍ଶ୍ଵବର୍ତ୍ତୀ ଅଞ୍ଚଳଗୁଡିକ ସମୟକ୍ରମେ ସହରାଞ୍ଚଳ ଭାବରେ ବିଜ୍ଞପ୍ତି ପାଉଥିଲେ ମଧ୍ୟ ସାମାଜିକ ଭିତ୍ତିଭୂମି ତଥା ନାଗରିକ ସୁବିଧା ତଥା ସେବାରେ ଅନେକ ପାର୍ଥକ୍ୟ ରହିଆସୁଅଛି । ଯୋଜନାବଦ୍ଧ ସହରୀକରଣକୁ ହାସଲ କରିବା ପାଇଁ ବିଶେଷଜ୍ଞ ଏବଂ ଏହି କାର୍ଯ୍ୟରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ସହ ପରାମର୍ଶ ପରେ ଏହା ଜଣାପଡିଛି ଯେ, ଏକ ବିଶେଷ ନୀତି ଏବଂ ଆବଶ୍ୟକୀୟ ଅନୁଷ୍ଠାନଗୁଡିକର ଅନୁପସ୍ଥିତି ଏହି ପରିସ୍ଥିତିର ମୁଖ୍ୟ କାରଣ ।

ଏହା ମଧ୍ୟ ପଢ଼ନ୍ତୁ...Cabinet decision: 9 ପ୍ରସ୍ତାବକୁ ଗ୍ରୀନ ସିଗନାଲ; ଆମ ଓଡ଼ିଶା, ନବୀନ ଓଡ଼ିଶା ପ୍ରସ୍ତାବକୁ ମୋହର

ଗ୍ରାମୀଣ- ସହରାଞ୍ଚଳ ରୂପାନ୍ତରଣ ନୀତିର ଲକ୍ଷ୍ୟ ହେଉଛି, ଆନୁଷ୍ଠାନିକ ଭାବରେ ଚିହ୍ନଟ ହୋଇଥିବା ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସହରାଞ୍ଚଳ ନାଗରିକଙ୍କ ଭଳି ସୁବିଧା, ସେବା ଏବଂ ଭିତ୍ତିଭୂମି ଯୋଗାଇଦେଇ ଏହି ଅଞ୍ଚଳଗୁଡିକୁ ସହରାଞ୍ଚଳ ଭାବରେ ବିଜ୍ଞାପିତ କରାଇବା । ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରୀ ତଥା ସେବା ପ୍ରଦାନ ପାଇଁ ସ୍ବତନ୍ତ୍ର ବଜେଟ୍ ବ୍ୟବସ୍ଥା, ନିର୍ବାଚିତ ପ୍ରତିନିଧି, ଅଧିକାରୀ ଏବଂ ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ଏହି ପରିବର୍ତ୍ତନ ପ୍ରକ୍ରିୟାର ଯୋଜନା, କାର୍ଯ୍ୟକାରୀ ଏବଂ ତଦାରଖରେ ସକ୍ରିୟ ଭାବରେ ଜଡିତ କରିବା ଏହି ନୀତିର ଅନ୍ୟତମ ଲକ୍ଷ୍ୟ । ଏହି ନୀତି ଅନୁଯାୟୀ, ଚିହ୍ନଟ ଗ୍ରାମାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧୀଙ୍କ କାର୍ଯ୍ୟକାଳ ସମାପ୍ତ ହେବାପରେ ହିଁ ସେଗୁଡିକୁ ସହରାଞ୍ଚଳ ଭାବରେ ଘୋଷଣା କରାଯିବ । ସେହି ମଧ୍ୟବର୍ତ୍ତୀ ସମୟରେ, ଚିହ୍ନିତ ଗ୍ରାମାଞ୍ଚଳରେ, ସଂଲଗ୍ନ ସହରାଞ୍ଚଳ ଭଳି ସମସ୍ତ ସହରୀ ସେବା ଯୋଗାଇବା ପାଇଁ ଭିତ୍ତିଭୂମି ଉନ୍ନତିକରଣ କରାଯିବ । ପରିବର୍ତ୍ତନ ଅବଧି ମଧ୍ୟରେ ୱାର୍ଡ ଚିହ୍ନଟକରଣ ଏବଂ ଅନ୍ୟାନ୍ୟ ପ୍ରଶାସନିକ ପଦକ୍ଷେପ ନିଆଯିବ । ଯାହାଦ୍ବାରା ଘୋଷିତ ତାରିଖଠାରୁ ଏହି କ୍ଷେତ୍ର ସମସ୍ତ ଆବଶ୍ୟକୀୟ ସହରାଞ୍ଚଳ ଭିତ୍ତିଭୂମି ଏବଂ ସେବା ସହିତ ଏକ ପୂର୍ଣ୍ଣ ସହରାଞ୍ଚଳ ଭାବରେ କାର୍ଯ୍ୟ ଆରମ୍ଭ କରିପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.