ETV Bharat / state

Odisha Budget: କ୍ରୀଡ଼ା ପାଇଁ ୧୨୧୭ କୋଟି, ସହରାଞ୍ଚଳରେ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ

author img

By

Published : Feb 24, 2023, 8:42 PM IST

ବିଧାନସଭାରେ ୨୦୨୩-୨୪ ପାଇଁ ସାଧାରଣ ବଜେଟ ଉପସ୍ଥାପନ ହୋଇଛି । କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ପାଇଁ ୧ ହଜାର ୨ ଶହ ୧୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅଧିକ ପଢ଼ନ୍ତୁ

Odisha Budget 2023
Odisha Budget 2023

ଭୁବନେଶ୍ବର: କିଛି ବର୍ଷ ମଧ୍ୟରେ କ୍ରୀଡ଼ା, ଓଡ଼ିଶା ପାଇଁ ଏକ ଅଭିନବ ଏବଂ ଅସାଧାରଣ ପରିଚିୟ ସୃଷ୍ଟି କରିଛି । ରାଜ୍ୟ ସାରା ଦେଶରେ କ୍ରୀଡ଼ାର ଏକ ପ୍ରମୁଖ ଲକ୍ଷସ୍ଥଳୀ ଭାବେ ଉଭା ହୋଇଛି । କ୍ରୀଡ଼ା ନୂତନ ଓଡ଼ିଶାର ଏକ ସ୍ତମ୍ଭ ଭାବେ ଦଣ୍ଡାୟମାନ ହୋଇଛି । ଏହି କ୍ରମରେ ଚଳିତ ବଜେଟରେ ରାଜ୍ୟ ସରକାର କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ପାଇଁ ୧ ହଜାର ୨ ଶହ ୧୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।

ଗତ ମାସରେ ଆୟୋଜିତ "FIH ପୁରୁଷ ହକି ବିଶ୍ବକପ ୨୦୨୩"ର ସଫଳ ଆୟୋଜନ ରାଜ୍ୟର କ୍ରୀଡ଼ା ଇତିହାସରେ ଏକ ନୂତନ ମାଇଲଖୁଣ୍ଟ ଭାବେ ସାବ୍ୟସ୍ତ ହୋଇଛି । ପ୍ରଥମ ଥର ପାଇଁ ହକି ବିଶ୍ବକପ ପ୍ରତିଯୋଗିତା କୌଣସି ଆୟୋଜକ ଦେଶରେ କ୍ରମାଗତ ଭାବେ ଦୁଇଥର ଆୟୋଜିତ ହୋଇପାରିଛି । ଏହି ସଂସ୍କରଣ ଭୁବନେଶ୍ବର ଏବଂ ରାଉରକେଲାରେ ଆୟୋଜିତ ହୋଇଥିଲା । କୋଭିଡ ଏବଂ ପ୍ରତିକୂଳ ପାଣିପାଗ ପ୍ରତିବନ୍ଧକ ସତ୍ବେ ରାଉରକେଲାରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ୧୫ ମାସ ମଧ୍ୟରେ ସମ୍ପର୍ଣ୍ଣ ହୋଇଥିଲା । ସେହିପରି ୨୨୫ ପ୍ରକୋଷ୍ଠ ବିଶିଷ୍ଟ ବିଶ୍ବକପ କ୍ରୀଡ଼ା ଗ୍ରାମ ୯ ମାସ ମଧ୍ୟରେ ନିର୍ମାଣ ହୋଇଥିଲା । ରାଜ୍ୟରେ ବିଶ୍ବର ଦୁଇ ଦୁଇଟି ବୃହତ ହକି ଷ୍ଟାଡିୟମ ନେଇ ରାଜ୍ୟକୁ ହକିର ପେଣ୍ଠସ୍ଥଳୀର ମାନ୍ୟତା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Odisha Budget 2023: ବିପର୍ଯ୍ୟୟ ପରିଚାଳନା ପାଇଁ ୩୭୦୦ କୋଟି

ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ, ପେଷାଦାର ତାଲିମ କାର୍ଯ୍ୟକ୍ରମ, ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗୀତାର ଆୟୋଜନ ଦ୍ବାରା କ୍ରୀଡ଼ାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରୟାସ ଜାରି ରଖିବା ନେଇ ପଦକ୍ଷେପମାନ ଗ୍ରହଣ କରାଯିବ । ରାଜ୍ୟର ସହରାଞ୍ଚଳରେ ୮୯ ଗୋଟି ବହୁମୁଖୀ ଇନଡୋର ଷ୍ଟାଡିୟମର ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଯାହାକି ଆଗାମୀ ମାସରେ କାର୍ଯ୍ୟକ୍ଷମ ହେବ । ୨୧ଟି ଆଷ୍ଟ୍ରୋଟର୍ଫ ଖେଳ ପଡ଼ିଆ ସମନ୍ବିତ ହକି ପ୍ରଶିକ୍ଷଣ କେନ୍ଦ୍ର, ସନ୍ତରଣ ତାଲିମ କେନ୍ଦ୍ର, ଭାର ଉତ୍ତୋଳନ ପ୍ରଶିକ୍ଷଣ କେନ୍ଦ୍ର, ଫୁଟବଲ ତାଲିମ କେନ୍ଦ୍ର ଏବଂ ଜିମନାଷ୍ଟିନ ତାଲିମ କେନ୍ଦ୍ର ଆଦି ନିର୍ମାଣ କରାଯାଉଛି । ସେହିପରି ରାଉରକେଲା, ପୁରୀ, ବ୍ରହ୍ମପୁର, ଜୟପୁର, ଝାରସୁଗୁଡ଼ା, ଯାଜପୁର, ଏବଂ କେନ୍ଦୁଝର ଆଦି ସ୍ଥାନ ମାନଙ୍କରେ ଆଞ୍ଚଳିକ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ ହୋଇଛି । କ୍ରୀ଼ଡ଼ା କ୍ଷେତ୍ରରେ ଉନ୍ନତି ନେଇ ୨୦୧୭-୧୮ ଆର୍ଥିକ ବର୍ଷର ୧୪୯ କୋଟି ବ୍ୟୟବରାଦକୁ ୨୦୨୩-୨୪ରେ ୧ ହଜାର ୨ ଶହ ୧୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ବଜେଟରେ ଏହା ୮ ଗୁଣ ବୃଦ୍ଧି ପାଇଛି ।

ବିଧାନସଭାରେ ୨୦୨୩-୨୪ ପାଇଁ ସାଧାରଣ ବଜେଟ ଉପସ୍ଥାପନ ହୋଇସାରିଛି । ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀ ଏହାକୁ ଉପସ୍ଥାପନ କରିଛନ୍ତି । ଚଳିତ ଥର ବଜେଟରେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । କୃଷି ବଜେଟ ଗତ ବର୍ଷ ଠାରୁ ୨୦ ପ୍ରତିଶତ ଅଧିକ ରହିଛି । ଚଳିତ ଥର କୃଷି ପାଇଁ ୨୪ ହଜାର ୮୨୯ କୋଟି ବ୍ୟୟବରାଦ ହୋଇଛି । ସେହିପରି ସ୍ବାସ୍ଥ୍ୟସେବା ପାଇଁ ୧୬, ୦୪୮ କୋଟି ବ୍ୟୟବରାଦ ହୋଇଥିବାବେଳେ ପାନୀୟ ଜଳ ପାଇଁ ୧୩ ହଜାର ୨୧୫ କୋଟି ବ୍ୟୟ ଅଟକଳ ହୋଇଛି । ସେହିପରି ରେଡ, ବ୍ରିଜ, ଏୟାରପୋର୍ଟ ଓ ରେଲୱେ ଲାଗି ୧୮୯ ହଜାର ୪୫୨ କୋଟି, ସହରୀ ବିକାଶ ଲାଗି ୭୯୧୪ କୋଟି, ମିଶନ ଶକ୍ତି ଲାଗି ୬୨୨୪ କୋଟି, ଶିଳ୍ପ ଓ ଏମଏସଏମଇ ପାଇଁ ୧୩୫୮ କୋଟି ବ୍ୟୟବରାଦ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.