ETV Bharat / state

ଓଡିଶା PMAY ଅର୍ବାନ ପୁରସ୍କାରରେ ସମ୍ମାନିତ

author img

By

Published : Oct 20, 2022, 7:16 AM IST

ଓଡିଶା ମର୍ଯ୍ୟାଦାଜନକ ପିଏମଏୱାଇ ଅର୍ବାନ ପୁରସ୍କାରରେ ସମ୍ମାନିତ । ଶ୍ରେଷ୍ଠ ନୀତିଗତ ପଦକ୍ଷେପ ପାଇଁ ଓଡିଶାକୁ ମିଳିଛି ଏହି ସମ୍ମାନ । ଅଧିକ ପଢନ୍ତୁ

ଓଡିଶା ପିଏମଏୱାଇ ଅର୍ବାନ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ବର: ଭାରତ ସରକାରଙ୍କ ଆବାସ ଓ ସହରୀ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପିଏମ୍ଏୱାଇ-ଅର୍ବାନ୍ ପୁରସ୍କାର ୨୦୨୧(PMAY Awards 2021) ପ୍ରଦାନ କରାଯାଇଛି । ପିଏମ୍ଏୱାଇ-ଅର୍ବାନ୍ ପୁରସ୍କାର ଅନ୍ତର୍ଗତ ସ୍ବତନ୍ତ୍ର ବର୍ଗରେ ଶ୍ରେଷ୍ଠ ନୀତିଗତ ପଦକ୍ଷେପ ପାଇଁ ଓଡ଼ିଶାକୁ ପୁରସ୍କାର ମିଳିଛି । ରାଜକୋଟରେ ଆୟୋଜିତ ୩ ଦିନିଆ ଇଣ୍ଡିଆନ୍ ଅର୍ବାନ୍ ହାଉସିଙ୍ଗ କନକ୍ଲେଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଆବାସ ଓ ସହରୀ ବିକାଶ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ମର୍ଯ୍ୟାଦାଜନକ ପୁରସ୍କାରରେ ଓଡ଼ିଶାକୁ ସମ୍ମାନିତ କରିଛନ୍ତି ।ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ତଥା 'ଜାଗା ମିଶନ'ର ମିଶନ୍ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଏବଂ ଓଡ଼ିଶା ସହରାଞ୍ଚଳ ଗୃହ ନିର୍ମାଣ ମିଶନ - 'ଆବାସ୍'ର ମିଶନ୍ ନିର୍ଦ୍ଦେଶକ ଦେବାଶିଷ ସିଂହ ମିଳିତ ଭାବେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ସହରାଞ୍ଚଳର ଭୂମିହୀନ ଗରିବ ବ୍ୟକ୍ତି ବିଶେଷଙ୍କୁ ଓଡ଼ିଶା ସରକାର ‘ଜାଗା ମିଶନ' ଜରିଆରେ ସୁରକ୍ଷିତ ଭୂମିସ୍ଵତ୍ଵ ଅବଧିର ଅଧିକାର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି । ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଅର୍ବାନ୍ ଅନ୍ତର୍ଗତ ସହାୟତା ନିମନ୍ତେ ଅନ୍ତର୍ଭୁକ୍ତ କରିବା ଦିଗରେ ଓଡ଼ିଶା ନେଇଥିବା ଉଲ୍ଲେଖଯୋଗ୍ୟ ପଦକ୍ଷେପର ସ୍ଵୀକୃତି ସ୍ବରୂପ ଭାରତ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ମିଳିଛି ।

ବିଭିନ୍ନ କଲ୍ୟାଣକାରୀ ଯୋଜନାର ସମନ୍ବୟ ତଥା ଏକାଭିମୁଖୀକରଣ ଦିଗରେ ଓଡ଼ିଶାର ଅଭିନବ ପଦକ୍ଷେପ ସମୂହକୁ ଏହି କନକ୍ଲେଭରେ ପ୍ରଶଂସା କରାଯାଇଛି । ସାମ୍ପ୍ରତିକ ପରିପ୍ରେକ୍ଷୀରେ ଗୃହନିର୍ମାଣ ତଥା ଅନୌପଚାରିକ ବସତି ଭଳି ପ୍ରମୁଖ ସହରୀ ସମସ୍ୟା ନାଗରିକଙ୍କ ସୁରକ୍ଷା ଅସୁବିଧା ତଥା ସାମାଜିକ ଓ ଅର୍ଥନୈତିକ ଅସଂଗତି ବଢାଇବା ସହ ନଗର ଉନ୍ନୟନ ଯୋଜନାକୁ ବ୍ୟାହତ କରୁଛି । ତେଣୁ ଏପରି ଆହ୍ବାନର ଦୃଢ ମୁକାବିଲା ପାଇଁ ରାଜ୍ୟ ସରକାର ଯୁଗାନ୍ତକାରୀ ଓଡ଼ିଶା ବସ୍ତି ବାସିନ୍ଦାଙ୍କ ଜମି ଅଧିକାର ଅଧିନିୟମ 2017 ପ୍ରଣୟନ କରିଛନ୍ତି ।

ଜାଗା ମିଶନ ପକ୍ଷରୁ ସହରାଞ୍ଚଳ ଅଧିବାସୀଙ୍କୁ ଜମି ଅଧିକାର, ଶୌଚାଳୟ ସହିତ ଗୃହ ନିର୍ମାଣ ସହାୟତା, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସଂଯୋଗ, ବର୍ଜ୍ୟ ନିର୍ଗମନ ନାଳ, 'ପରିଚୟ' ଗୋଷ୍ଠୀ କେନ୍ଦ୍ର, ଖୋଲା ସ୍ଥାନ ତଥା ଶିଶୁ ମାନଙ୍କ ପାଇଁ ଉପଲବ୍ଧ କ୍ରୀଡ଼ା ଉପକରଣ ସହ ଖେଳିବା ସ୍ଥାନ ଆଦି ଦିଗରେ ରହିଥିବା ତାରତମ୍ୟ ଆକଳନ କରିବା ସମ୍ଭବପର ହୋଇ ପାରିଛି । ଓଡ଼ିଶା ସରକାର, 'ଜାଗା ମିଶନ୍' ସହ ଓଡ଼ିଶା କରି ହିତାଧିକାରୀମାନଙ୍କୁ ଜମି ଅଧିକାର ତଥା ସହରାଞ୍ଚଳ ଗୃହ ନିର୍ମାଣ ମିଶନ ମଧ୍ୟରେ ସମନ୍ବୟ ରକ୍ଷା ଗୃହ ନିର୍ମାଣ ସହାୟତା ଦେବାରେ ସଫଳତା ପାଇଛନ୍ତି ।

ଏହାମଧ୍ୟ ପଢନ୍ତୁ:2022 ସୁଦ୍ଧା କାର୍ଯ୍ୟକ୍ଷମ ହେବ 3 ନୂଆ ଡ୍ରାଇଭିଂ ତାଲିମ ଓ ଗବେଷଣା ଅନୁଷ୍ଠାନ

ଭୂମିସ୍ଵତ୍ଵ ଅବଧିର ଅଧିକାର ତଥା ଗୃହ ନିର୍ମାଣ ସହାୟତା ସହରାଞ୍ଚଳର ନାଗରିକଙ୍କ ନିମନ୍ତେ ପ୍ରମୁଖ ଆବଶ୍ୟକତା ହୋଇଥିବାରୁ ଓଡ଼ିଶା ସହରାଞ୍ଚଳ ଗୃହ ନିର୍ମାଣ ମିଶନ ଓ ଜାଗା ମିଶନ ପକ୍ଷରୁ ସୁସଂଯୋଜିତ ରୂପେ ମୌଳିକ ନାଗରିକ ସୁବିଧା ବ୍ୟବସ୍ଥା ଦ୍ବାରା ବସ୍ତି ଗୁଡ଼ିକୁ ବାସଯୋଗ୍ୟ ରହିବା ସ୍ଥାନରେ ରୂପାନ୍ତରିତ କରିବା ସୁନିଶ୍ଚିତ କରାଯାଇଛି । ବସ୍ତି ବାସିନ୍ଦାଙ୍କ ପାଇଁ ଜମି ଅଧିକାର ତଥା ଗୃହନିର୍ମାଣ ସହାୟତା ଯୋଗାଇ ସେମାନଙ୍କ ଜୀବନ ଧାରଣର ମାନରେ ବ୍ୟାପକ ଉନ୍ନତି ଆଣିବା ସହ ବ୍ୟକ୍ତି ଏବଂ ପରିବାର ସମୂହଙ୍କ ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧି ତ୍ବରାନ୍ବିତ କରାଯାଇପାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.