ETV Bharat / state

Odisha Assembly Winter Session: ଚାଲି ପାରୁନି ଗୃହ କାର୍ଯ୍ୟ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି - ବିଧାନସଭା ଶୀତ ଅଧିବେଶନ

୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ ବାଚସ୍ପତି । ବର୍ତ୍ତମାନ ପୁଣି ସମାନ ପ୍ରସଙ୍ଗକୁ ନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ଅଧିକ ପଢ଼ନ୍ତୁ

Odisha Assembly Winter Session Speaker convenes all party meeting amid ruckus by opposition
Odisha Assembly Winter Session: ଚାଲି ପାରୁନି ଗୃହ କାର୍ଯ୍ୟ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
author img

By

Published : Nov 29, 2022, 12:25 PM IST

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନରେ ଗୃହ ଆରମ୍ଭରୁ ହିଁ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଥିଲେ । ଫଳରେ ପ୍ରଶ୍ନକାଳ ଚାଲି ପାରିନଥିଲା । ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ସଦସ୍ୟ ନାରାବାଜି କରିଥିଲେ । ଏହାପରେ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ ବାଚସ୍ପତି । ବର୍ତ୍ତମାନ ପୁଣି ସମାନ ପ୍ରସଙ୍ଗକୁ ନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।

ଗତାକାଲି(ସୋମବାର) ମଧ୍ୟ ଶିକ୍ଷକ ଆନ୍ଦୋଳନକୁ ନେଇ ହଟ୍ଟଗୋଳ ହୋଇଥିଲା । ଗୃହର ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ବାଚସ୍ପତି ସର୍ବଦଳୀୟ ବୈଠକ କରିବା ପରେ ପୁଣି ସ୍ବାଭାବିକ ହୋଇଥିଲା ଗୃହ କାର୍ଯ୍ୟ । ଆଜି ପୁଣି ବିରୋଧୀ ସେହି ପ୍ରସଙ୍ଗକୁ ନେଇ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଏହାପରେ ଗୃହ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ବର୍ତ୍ତମାନ ପୁନଃ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.