ETV Bharat / state

Assembly News: ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା, ୨୦୨୨ରେ ରାଜ୍ୟରେ ୬,୧୪୦ଟି ଆତ୍ମହତ୍ୟା ମାମଲା

author img

By ETV Bharat Odisha Team

Published : Sep 27, 2023, 7:55 AM IST

ରାଜ୍ୟରେ ଦିନକୁ ଦିନ ବଢୁଛି ଆତ୍ମହତ୍ୟା, ହତ୍ୟା, ଚୋରି ଓ ଦୁର୍ଘଟଣା । ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନର ଉତ୍ତର ଦେଇ ସୂଚନା ଦେଇଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢ଼ନ୍ତୁ

Assembly News
Assembly Mansoon Session

ଭୁବନେଶ୍ବର: ଓଡ଼ିଶାରେ ଆତ୍ମହତ୍ୟା, ହତ୍ୟା, ଚୋରି, ରାହାଜାନୀ ଓ ଦୁର୍ଘଟଣା ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି । ୫ ବର୍ଷ ଭିତରେ ଆତ୍ମହତ୍ୟା ମାମଲା ସଂଖ୍ୟା ଢେର ବଢ଼ିଛି । ସେହିପରି ରାଜ୍ୟରେ ଅନ୍ୟାନ୍ୟ ଅପରାଧ ମଧ୍ୟ ବଢୁଥିବା ଜଣାପଡିଛି । ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି ।

ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସୂଚନା ଅନୁସାରେ, "୨୦୧୮ ମସିହାରେ ଓଡ଼ିଶାରେ ୪,୪୪୭ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଛି । ୨୦୧୯ରେ ୪,୬୩୬ଟି, ୨୦୨୦ରେ ୫,୪୮୨ଟି, ୨୦୨୧ରେ ୫, ୬୪୯ଟି ମାମଲା ରୁଜୁ ହୋଇଛି । ତେବେ ୨୦୨୨ରେ ଓଡ଼ିଶାରେ ୬,୧୪୦ଟି ଆତ୍ମହତ୍ୟା ମାମଲା ଦାଖଲ ହୋଇଛି । ୨୦୧୮ରେ ରାଜ୍ୟରେ ୯୦୬୯ଟି ଚୋରି ମାମଲା ରୁଜୁ ହୋଇଛି । ୨୦୨୦ରେ ତାହା ୧୦,୪୧୨ ଓ ୨୦୨୧ରେ ୧୩,୦୨୪ ଥିଲା । ସେହିପରି ୨୦୨୨ରେ ଚୋରି ମାମଲା ସଂଖ୍ୟା ବୃଦ୍ଧି ପାଇ ୧୪,୮୯୩ରେ ପହଁଚିଛି ।"

ଏହା ବି ପଢନ୍ତୁ...Odisha Assembly Mansoon Session: ବିଧାନସଭାରେ ଓଡ଼ିଶା ପୌର ବିଧି ବିଧେୟକ ପାରିତ

ସେହିଭଳି ସଡ଼କ ଦୁର୍ଘଟଣା ରାଜ୍ୟରେ ବାର୍ଷିକ ୧୧ ହଜାରରୁ ଅଧିକ ରହୁଛି । ୨୦୧୮ ଓ ୨୦୧୯ ବର୍ଷରେ ଯଥାକ୍ରମେ ୧୧, ୨୬୨ ଓ ୧୧, ୦୬୪ଟି ଦୁର୍ଘଟଣା ମାମଲା ପଞ୍ଜୀକୃତ ହୋଇଛି । ୨୦୨୦ ଓ ୨୦୨୧ରେ ଏହା ଯଥାକ୍ରମେ ୯୮୧୭ ଓ ୧୦, ୯୮୩କୁ ହ୍ରାସ ପାଇଥିଲା । କାରଣ ସେ ସମୟରେ କୋଭିଡଜନିତ କଟକଣା ରହିଥିଲା । ତେବେ ପୁଣି ୨୦୨୨ରେ ରୁଜୁ ହୋଇଥିବା ମୋଟରଯାନ ଦୁର୍ଘଟଣା ମାମଲା ସଂଖ୍ୟା ବୃଦ୍ଧି ପାଇ ୧୧, ୬୬୩ରେ ପହଞ୍ଚିଛି ।

ଏହା ବି ପଢନ୍ତୁ...Assembly News: ବିଧାନସଭାରେ ପାରିତ ହେଲା ଓଡ଼ିଶା ଆପାର୍ଟମେଣ୍ଟ ବିଲ-୨୦୨୩

ଅନ୍ୟପକ୍ଷରେ ୨୦୧୮ରେ ୨୧୨୫ଟି ରାହାଜାନୀ ମାମଲା ପଞ୍ଜିକୃତ ହୋଇଛି । ଏହା ବୃଦ୍ଧି ପାଇ ୨୦୨୨ ବର୍ଷରେ ୨୯୯୮ରେ ପହଞ୍ଚିଛି । ରାଜ୍ୟରେ ଅପରାଧ ରିପୋର୍ଟିଂ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି । ମାମଲାର ମୁକ୍ତ ପଞ୍ଜୀକରଣ, ଶିକ୍ଷା ଓ ସଚେତନତା ତଥା ୫ଟି ଓ ମୋ ସରକାରର ସଠିକ ରୂପାୟନ ସହ ଅପରାଧିକ ମାମଲାରେ ପୋଲିସର ଶୂନ୍ୟ ସହିଷ୍ଣୁତା ତଥା ଜନସଂଖ୍ୟା ଓ ଶିଳ୍ପାୟନ ବୃଦ୍ଧି ଯୋଗୁଁ ମାମଲା ସଂଖ୍ୟା ବଢୁଛି । ବିଧାନସଭା ମୌସୁମୀ ଅଧିବେଶନ ତୃତୀୟ ଦିନରେ ଗୃହରେ ଓଡିଶା ଆପାର୍ଟମେଣ୍ଟ ବିଲ 2023 ଓ ରାଜ୍ୟ ପୌର ବିଧି ବିଧେୟକ ପାରିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.