ETV Bharat / state

ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, ପଟିଆ ମାଳ ଜଙ୍ଗଲରୁ ମୃତଦେହ ଉଦ୍ଧାର

author img

By

Published : Oct 25, 2022, 12:46 PM IST

ଟାଙ୍ଗୀ ବନବିଭାଗ ରେଞ୍ଜ ଅଧିନସ୍ଥ ପଟିଆମାଳ ଜଙ୍ଗଲ ଫରେଷ୍ଟ ବିଟ୍‌ ହାଉସ ନିକଟ ଜଙ୍ଗଲ ମଧ୍ୟରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ । ଅଧିକ ପଢନ୍ତୁ

ଜଙ୍ଗଲରୁ ଦନ୍ତାର ମୃତଦେହ ଉଦ୍ଧାର
ଜଙ୍ଗଲରୁ ଦନ୍ତାର ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧିନସ୍ଥ ପଟିଆ ମାଳ ଜଙ୍ଗଲ ଫରେଷ୍ଟ ବିଟ୍ ହାଉସ ନିକଟ ଜଙ୍ଗଲ ମଧ୍ୟରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏନେଇ ଟାଙ୍ଗି ବନବିଭାଗର ରେଞ୍ଜର ଦେବାଶିଷ ଭୋଇ ସୂଚନା ଦେଇଛନ୍ତି । ବନବିଭାଗ ଦନ୍ତା ହାତୀର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବନ ବିଭାଗର ସୂଚନା ଅନୁଯାୟୀ, ଟାଙ୍ଗି ବନବିଭାଗ ରେଞ୍ଜ ଇଲାକାର ପଟିଆ ମାଳ ଜଙ୍ଗଲରେ ଏବେ ୧୩ଟିକିଆ ଜଙ୍ଗଲୀ ହାତୀ ପଲ ରହିଛନ୍ତି । ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦନ୍ତାଟିର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ମୃତ ଦନ୍ତାହାତୀଟି କିଛି ଦିନ ଧରି ଅସୁସ୍ଥ ଥିବା ସୂଚନା ରହିଛି । ମାତ୍ର ହାତୀ ପଲଙ୍କ ମଧ୍ୟରେ ଏହି ହାତୀଟି ରହିଥିବା ଯୋଗୁଁ ତା'ର ଚିକିତ୍ସା ସମ୍ଭବ ହେଉନଥିଲା । ଅସୁସ୍ଥତା କାରଣରୁ ହାତୀର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.