ETV Bharat / state

681 ପ୍ରବାସୀ ଓଡିଆଙ୍କୁ ନେଇ ପହଞ୍ଚିଲା ଶ୍ରମିକ ଟ୍ରେନ

author img

By

Published : May 15, 2020, 8:26 PM IST

ପ୍ରବାସୀ ଓଡିଆଙ୍କୁ ନେଇ ତାମିଲନାଡୁରୁ ବହାରିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଆଜି ଖୋର୍ଦ୍ଧାରୋଡ ରେଳ ଷ୍ଟେସନରେ ଆସି ପହଞ୍ଚିଛି ।

odia migrants special train
681 ପ୍ରବାସୀ ଓଡିଆଙ୍କୁ ନେଇ ପହଞ୍ଚିଲା ଶ୍ରମିକ ଟ୍ରେନ

ଖୋର୍ଦ୍ଧା: 681 ପ୍ରବାସୀ ଓଡିଆଙ୍କୁ ନେଇ ତାମିଲନାଡୁରୁ ଆସିଥିବା ଏକ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଆଜି ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ପହଁଚିଛି । ଟ୍ରେନଟି ତାମିଲନାଡୁର କୋଏମ୍ବାଟୁରୁ ଆସିଥିବା ବେଳେ ଆଜି ଖୋର୍ଦ୍ଧା ରୋଡ ରେଳଷ୍ଟେସନରେ ପହଁଚିଥିଲା ।

ଏଥିରେ ରାୟଗଡ଼ା, କଳାହାଣ୍ଡି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ବଲାଙ୍ଗୀର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ନୟାଗଡ଼, ବୌଦ୍ଧ, ପୁରୀ, ଗଞ୍ଜାମ, ନୂଆପଡ଼ା, କଟକ , ସମ୍ବଲପୁର, ଗଜପତି, କନ୍ଧମାଳ, ଝାରସୁଗୁଡ଼ା, ଢେଙ୍କାନାଳ, ନବରଙ୍ଗପୁର ଜିଲ୍ଲାର 681 ଜଣ ପ୍ରବାସୀ ଓଡିଆ ଓହ୍ଲାଇଛନ୍ତି ।

ପ୍ରବାସୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର,ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସ୍ବାଗତ କରିଛନ୍ତି । ସେହିଭଳି ସେମାନଙ୍କ ସ୍କ୍ରିନିଂ ଓ ରେଜିଷ୍ଟ୍ରେସନ କରାଯିବା ପରେ ସେମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇ ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.