ETV Bharat / state

ଜମ୍ମୁ କାଶ୍ମୀରରେ ଓଡ଼ିଆ ପୁଅ ଦେବି ପ୍ରସାଦଙ୍କ ଦେହାନ୍ତ, କାନ୍ଦୁଛି ଜନ୍ମମାଟି

author img

By

Published : Jul 2, 2023, 9:42 AM IST

Updated : Jul 2, 2023, 3:49 PM IST

ଜମ୍ମୁ କାଶ୍ମୀରରେ ଓଡ଼ିଆ ପୁଅଙ୍କ ଦେହାନ୍ତ ହୋଇଛି । ପାଟକୁରା ଅଞ୍ଚଳର ଦେବୀ ପ୍ରସାଦ ପ୍ରସନ୍ନ ସୁତାର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ବିଆରଓରେ ସିଭିଲ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ । ଅଧିକ ପଢନ୍ତୁ

odia army personal martyred
ଓଡ଼ିଆ ପୁଅ ଦେବୀ ପ୍ରସାଦ ପ୍ରସନ୍ନ
ଜମ୍ମୁ କାଶ୍ମୀରରେ ଓଡ଼ିଆ ପୁଅ ଦେବି ପ୍ରସାଦଙ୍କ ଦେହାନ୍ତ

ଭୁବନେଶ୍ବର: ଜମ୍ମୁ କାଶ୍ମୀରରେ ଓଡ଼ିଆ ପୁଅଙ୍କ ଦେହାନ୍ତ । ପାଟକୁରା ଅଞ୍ଚଳର ଦେବୀ ପ୍ରସାଦ ପ୍ରସନ୍ନ ସୁତାରଙ୍କର ଜମ୍ମୁ କାଶ୍ମୀରରେ ବିୟୋଗ ହୋଇଛି । ଭୁବନେଶ୍ୱରରେ ଦେବୀ ପ୍ରସାଦ ପ୍ରସନ୍ନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ପହଁଚିବା ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ମାଟିର ପୁଅକୁ ହରାଇ କାନ୍ଦୁଛି କେନ୍ଦ୍ରାପଡା ପାଟକୁରା ପଞ୍ଚାୟତ ।

ଶନିବାର ବିଳମ୍ବିତ ରାତିରେ ଓଡିଆ ପୁଅ ଦେବୀ ପ୍ରସାଦ ପ୍ରସନ୍ନଙ୍କ ପାର୍ଥିବ ଶରୀର ବିମାନବନ୍ଦରରେ ପହଞ୍ଚିଥିଲା । ଏହା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦବୋବାଳିରେ ଫାଟିପଡିଥିଲା ପୁରା ପରିବେଶ । କେମିତି ବଞ୍ଚିବି କହି ବୁକୁ ପଠାଇ କାନ୍ଦୁଥିଲେ ଦେବୀ ପ୍ରସନ୍ନ ପ୍ରସାଦଙ୍କ ପତ୍ନୀ । ନିସ୍ତବ୍ଦ ହୋଇ ଅବାକ ହୋଇ ଚାହିଁ ରହିଥିଲା କୁନିପୁଅ । ବଡ ଭାଇ ଭାଇକୁ ହରାଇ ଗୁମୁରି ଗୁମୁରି କାନ୍ଦୁଛି ପାଟକୁରା ଅଞ୍ଚଳ । ବିମାନବନ୍ଦର ପରିବେଶ ପୁରା ଶୋକାକୁଳ ହୋଇଥିବା ବେଳେ ସମସ୍ତେ ତାଙ୍କ ସ୍ମୃତିକୁ ମନେ ପକାଇଥିଲେ । ଦେବୀ ପ୍ରସନ୍ନଙ୍କ ଦେହାନ୍ତ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ପାଟକୁରା ବିଧାୟକ । ପରିବାର, ଜ୍ଞାତିଜନ, ଅଞ୍ଚଳର ଲୋକପ୍ରତିନିଧି ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସମସ୍ତେ ମିଶି ଏକ ଶୋକାକୁଳ ପରିସ୍ଥିତିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ଗାଁ ଅଭିମୁଖେ ବାହାରିଥିଲା ଶହୀଦଙ୍କ ପାର୍ଥିବ ଶରୀର ।

ସୂଚନାମୁତାବିକ ଲେହ-ଲଦାଖରେ ପ୍ରତିରକ୍ଷା ମନ୍ତ୍ରାଳୟର ସିଭିଲ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ ଦେବୀ । କର୍ମକ୍ଷେତ୍ରରେ ନିଜର କାର୍ଯ୍ୟ ସମ୍ପାଦନ ସମୟରେ ତାଙ୍କର ବିୟୋଗ ହୋଇଥିଲା । ବିମାନବନ୍ଦରରେ ତାଙ୍କୁ ପାର୍ଥିବ ଶରୀର ପହଞ୍ଚିବା ପରେ ଜନ୍ମମାଟି ଅଭିମୁଖେ ଗରଦପୁର ବ୍ଲକ ପାଟକୁରା ପଞ୍ଚାୟତ ଜବଦଳପୁରକୁ ପଠାଇ ଦିଆଯାଇଛି । ଆଜି ଦେବୀ ପ୍ରସନ୍ନଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ । ଭୁବନେଶ୍ୱର ବିମାନ ବନ୍ଦରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପାଟକୁରା ବିଧାୟକଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ଅନନ୍ୟା ତ୍ରିପାଠୀ, ଗରଦପୁର ବିଡ଼ିଓ ଧର୍ମ ରଞ୍ଜନ ପଣ୍ଡା, ଓଡିଶା ମୋ ପରିବାର ସଂଯୋଜକ ରଶ୍ମି ରଞ୍ଜନ ପ୍ରଧାନ, ପାଟକୁରା ସମିତି ସଭ୍ୟ ରାକେଶ ମହାପାତ୍ର ପ୍ରମୁଖ ଦେବି ପ୍ରସନ୍ନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେବି ପ୍ରସାଦଙ୍କ ବଡ ଭାଇ ଉମେଶ ସୁତାର ଓ ତାଙ୍କ ପତ୍ନୀ ଓ 3 ବର୍ଷର ପୁଅ ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...ଆତଙ୍କୀ ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ଶହୀଦ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଏହା ବି ପଢନ୍ତୁ...Dantewada Naxalite Attack: ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ବାଘେଲ

ପ୍ରକାଶଥାଉ କି, ଗତ ଏପ୍ରିଲ 20 ତାରିଖରେ ଜମ୍ମୁ କାଶ୍ମୀର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଗ୍ରେନେଡ ମାଡରେ ଜଣେ ଓଡିଆ ଯବାନ ଶହୀଦ ହୋଇଥିଲେ । ପୁରୀ ଜିଲ୍ଲା ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର ଦେବାଶିଷ ବିଶ୍ବାଳ ଦେଶପାଇଁ ଜୀବନ ଦେଇଥିଲେ । ସେହି ଆତଙ୍କୀ ଆକ୍ରମଣରେ ଦେବାଶିଷଙ୍କ ସମେତ 5 ବୀର ପୁଅଙ୍କୁ ହରାଇଥିଲା ଦେଶ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 2, 2023, 3:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.