ETV Bharat / state

ଭାରତର ୩ ସହରରେ ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା

author img

By

Published : Dec 9, 2022, 9:32 PM IST

ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା ରିଲିଜ । ଭାରତର ୩ ସହରରେ ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା । ଓଡିଆ ସିନେମା ପ୍ରତୀକ୍ଷାକୁ ଓଡିଶାରେ ଭଲ ପାଇବା ମିଳିଥିବା ବେଳେ ଏବେ ଓଡିଶା ବାହାରେ ହୋଇଛି ରିଲିଜ। ଏଥିପାଇଁ ପୁନେ, ବେଙ୍ଗାଲୁରୁ ଓ ମୁମ୍ବାଇରେ ହୋଇଛି ଏହି ଚଳଚ୍ଚିତ୍ର ରିଲିଜ। ଅଧିକ ପଢନ୍ତୁ

ଭାରତର ୩ ସହରରେ ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା
ଭାରତର ୩ ସହରରେ ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା ରିଲିଜ । ଭାରତର ୩ ସହରରେ ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା । ଓଡିଆ ସିନେମା ପ୍ରତୀକ୍ଷାକୁ ଓଡିଶାରେ ଭଲ ପାଇବା ମିଳିଥିବା ବେଳେ ଏବେ ଓଡିଶା ବାହାରେ ହୋଇଛି ରିଲିଜ । ବାସ୍ତବିକ କାହାଣୀ ଉପରେ ଆଧାରିତ ଏହି ସିନେମା ସମସ୍ତ ବର୍ଗର ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ଓଡିଶା ବାହାରେ ଥିବା ସିନେମା ପ୍ରେମୀ ଏହାକୁ ଆଜିଠାରୁ ଫିଲ୍ମ ଫ୍ରାଇଡେ ଦେଖି ପାରିବେ । ଏଥିପାଇଁ ପୁନେ, ବେଙ୍ଗାଲୁରୁ ଓ ମୁମ୍ବାଇରେ ଏହି ଚଳଚ୍ଚିତ୍ର ରିଲିଜ ହୋଇଛି ।

ତେବେ ଏହି ଚଳଚ୍ଚିତ୍ରର ମୁଖ୍ୟ ନାୟକ ଦୀପନ୍ବିତ ଦାସ ମହାପାତ୍ର ନିଜର ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଆପଣ ମାନଙ୍କ ଭଲ ପାଇବା ପାଇଁ ଏବେ ଓଡିଶା ସମେତ ଭାରତର 3 ସହରରେ ହୋଇଛି ରିଲିଜ । ଯେଉଁ ମାନେ ପଚାରିଥିଲେ ଏହା କେବେ ଓଡିଶା ବାହାରେ ଥିବା ଓଡ଼ିଆ ସିନେପ୍ରେମୀ ଦେଖିବେ ତାହାର ଅନ୍ତ ଘଟିଛି । ତେଣୁ ଆପଣ ମାନେ ଏହି ସିନେମାକୁ ନିକଟସ୍ଥ ପ୍ରେକ୍ଷାଳୟରେ ଯାଇ ଦେଖିପାରିବେ ।

ତେବେ ଓଡ଼ିଶାରେ ଡିସେମ୍ବର ୨ ରେ ଚଳଚ୍ଚିତ୍ରଟି ରିଲିଜ ହୋଇଥିବା ବେଳେ ପ୍ରତିଟି ସୋ ହାଉସଫୁଲ ରହିଛି । କାରଣ ଦମନ ପରେ ପ୍ରତୀକ୍ଷା ଭଳି ସିନେମାର କାହାଣୀ ପୁଣି ଥରେ ଓଡିଆ ଦର୍ଶକଙ୍କୁ ହଲ ମୁହାଁ କରିଛି । ଆଉ ଓଡ଼ିଆ ସିନେମା ଶିଳ୍ପର ସ୍ବର୍ଣ୍ଣିମ ଇତିହାସକୁ ଆଉ ଥରେ ଦୋହରେଇଛି । ତେଣୁ ଭଲ କାହାଣୀ ସହ ନିଚ୍ଛକ ଅଭିନୟ ଦେଖି ପାରିଲେ ପୁଣି ଦର୍ଶକ ନିଜଭାଷାର ଚଳଚିତ୍ରକୁ ଭଲ ପାଇବା ଦେବେ ବୋଲି ହୃଦୟଙ୍ଗମ କରିଛନ୍ତି ପ୍ରଯୋଜକ । ଯାହା ପୁଣି ଥରେ ଓଡ଼ିଆ ସିନେମାକୁ ରୋଜଗାର ଦେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.