ETV Bharat / state

ଶିଶୁ ଅଧିକାର ସୁରକ୍ଷା ପାଇଁ ହାତ ମିଳେଇବାକୁ ଆହ୍ବାନ ଦେଲା ଓସିପିସିଆର

author img

By ETV Bharat Odisha Team

Published : Nov 1, 2023, 8:53 PM IST

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନର ପିଲାମାନେ ଭବିଷ୍ୟତର ପ୍ରତିନିଧି ଓ ଆସନ୍ତାକାଲି ବିଭିନ୍ନ କ୍ଷେତ୍ରରେ ସେମାନେ ନେତୃତ୍ବ ନେବେ । ମୋ ସରକାର ପିଲାମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ ପୁଷ୍ଟିକର କାର୍ଯ୍ୟକ୍ରମରେ ପୁଞ୍ଜିବିନିଯୋଗ ପାଇଁ ପ୍ରତିବଦ୍ଧ ଅଟନ୍ତି । ପରିବାର ହରାଇଥିବା ପିଲାମାନଙ୍କ ପାଇଁ ଆମେ ରାଜ୍ୟର ବ୍ୟବସ୍ଥାକୁ ଦୃଢ କରିଛୁ । ଅଧିକ ପଢନ୍ତୁ

ଶିଶୁ ଅଧିକାର ସୁରକ୍ଷା ପାଇଁ ହାତ ମିଳେଇବାକୁ ଆହ୍ବାନ ଦେଲା ଓସିପିସିଆର
ଶିଶୁ ଅଧିକାର ସୁରକ୍ଷା ପାଇଁ ହାତ ମିଳେଇବାକୁ ଆହ୍ବାନ ଦେଲା ଓସିପିସିଆର
ଶିଶୁ ଅଧିକାର ସୁରକ୍ଷା ପାଇଁ ହାତ ମିଳେଇବାକୁ ଆହ୍ବାନ ଦେଲା ଓସିପିସିଆର

ଭୁବନେଶ୍ବର: ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଆଜି ତ୍ରୟୋଦଶ ପ୍ରତିଷ୍ଠା ଦିବସ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଯୋଗ ଦେଇଛନ୍ତି । କୌଣସି ଅଭାବୀ ଶିଶୁ ପଛରେ ପଡ଼ିବେ ନାହିଁ ବୋଲି ପ୍ରତିଷ୍ଠା ଦିବସରେ ଶପଥ ନିଆଯାଇଛି । ସେହିପରି ଶିଶୁ ଅଧିକାର ସୁରକ୍ଷା ପାଇଁ ହାତ ମିଳେଇବାକୁ ଆହ୍ବାନ ଦେଇଛି ଓସିପିସିଆର ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନର ପିଲାମାନେ ଭବିଷ୍ୟତର ପ୍ରତିନିଧି ଓ ଆସନ୍ତାକାଲି ବିଭିନ୍ନ କ୍ଷେତ୍ରରେ ସେମାନେ ନେତୃତ୍ବ ନେବେ । ମୋ ସରକାର ପିଲାମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ ପୁଷ୍ଟିକର କାର୍ଯ୍ୟକ୍ରମରେ ପୁଞ୍ଜିବିନିଯୋଗ ପାଇଁ ପ୍ରତିବଦ୍ଧ ଅଟନ୍ତି । ପରିବାର ହରାଇଥିବା ପିଲାମାନଙ୍କ ପାଇଁ ଆମେ ରାଜ୍ୟର ବ୍ୟବସ୍ଥାକୁ ଦୃଢ କରିଛୁ । ତା’ସହ କୋଭିଡ ମହାମାରୀ ସମୟରେ ଆରମ୍ଭ ହେଇଥିବା ‘ଆଶୀର୍ବାଦ ଯୋଜନା’ ଅଧୀନରେ ପିତାମାତାଙ୍କୁ ହରାଇଥିବା ପଚାଶ ହଜାରରୁ ଅଧିକ ପିଲାଙ୍କୁ ସହାୟତା ପ୍ରଦାନ କରିଛୁ ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି ଯେ, ଆମେ ସମସ୍ତେ ମିଶି କେବଳ ଆମ ପିଲାମାନଙ୍କର ଅଧିକାରର ସୁରକ୍ଷା କରୁନାହୁଁ । ବରଂ ସେମାନଙ୍କ ସାମର୍ଥ୍ୟକୁ ମଧ୍ୟ ପରିପୁଷ୍ଟ କରୁଛୁ । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ମନ୍ଦାକିନୀ କର ସ୍ବାଗତ ଭାଷଣରେ ଶିଶୁ ଅଧିକାର ସୁରକ୍ଷା ପାଇଁ ସାମୂହିକ ଦାୟିତ୍ବ ପାଇଁ ଆହ୍ବାନ ଦେଇଛନ୍ତି । ପରସ୍ପର ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ଦ୍ବାରା ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହେଇପାରିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ଦୃଢ ଆଶା କରିଛନ୍ତି । ଏହି ଅବସରରେ ଶିଶୁ ସୁରକ୍ଷା ଅଧିକାର ଉଦ୍ଦେଶ୍ୟର ଉତ୍ତମ କାର୍ଯ୍ୟ କରିଥିବା ପୁରୀକୁ ସର୍ବୋତ୍ତମ ଶିଶୁ ଅଧିକାର ଜିଲ୍ଲା ଓ କବିସୂର୍ଯ୍ୟନଗରର ବିଧାୟକ ଲତିକା ପ୍ରଧାନଙ୍କୁ ସମ୍ମାନପତ୍ର ସହ ପୁରସ୍କୃତ କରାଯାଇଛି ।

ଅଧିକ ପଢନ୍ତୁ- ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଝାରସୁଗୁଡା ଗସ୍ତ

ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ସହ ଲଢି ଆଜି ସମାଜରେ ସମ୍ମାନର ସହ ଜୀବନ ବିତାଉଥିବା ବିଭିନ୍ନ ଜିଲ୍ଲାର ବାଲ୍ୟଯୋଦ୍ଧାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ଏହି ଅବସରରେ ଶିଶୁ ଅଧିକାର ଓ ଅଦ୍ବିକା ଓ ବାଲ୍ୟ ବିବାହ ସଂପର୍କିତ ବିଭିନ୍ନ ପୋଷ୍ଟର ଉନ୍ମୋଚିତ ହୋଇଛି । ‘ଆହ୍ବାନ - ଆସନ୍ତୁ ଶିଶୁ ଅଧିକାର ସୁରକ୍ଷା ପାଇଁ ହାତ ମିଳେଇବା’ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଛି । ଏହି ଉତ୍ସବରେ ଉତ୍ତର ଭୁବନେଶ୍ବରର ବିଧାୟକ ସୁଶାନ୍ତ ରାଉତ, ୟୁନିସେଫର ମୁଖ୍ୟ ଫିଲଡ଼ ଅଫିସର ୱିଲିୟମ ହାନଲନ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁମିତ୍ରା ଜେନା ଓ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଚିବ ପ୍ରଭାତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.