ETV Bharat / state

ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା; ବଢାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା - ଖୋର୍ଦ୍ଧା ଖବର

ଖୋର୍ଦ୍ଧାରେ ଡ୍ରେନେଜ ସମସ୍ୟା । ଅସ୍ବାସ୍ଥ୍ୟକର ପରିବେଶ ଯୋଗୁଁ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଚିନ୍ତାରେ ସହରବାସୀ । ଅଧିକ ପଢନ୍ତୁ....

ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା; ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

author img

By

Published : Aug 2, 2021, 9:41 AM IST

ଖୋର୍ଦ୍ଧା: କୋରୋନା ମହାମାରୀ କାଳରେ ଏବେ ରାଜ୍ୟରେ କାୟା ବିସ୍ତାର କରିଛି ଡେଙ୍ଗୁ । ଦିନକୁ ଦିନ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଆଉ ସେଥିରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଆଉ ଏହାର ପ୍ରମୁଖ କାରଣ ପାଲଟିଛି ଅସ୍ୱାସ୍ଥ୍ୟକର ପରିବେଶ ଆଉ ନାଳ ନର୍ଦ୍ଦମା । ଯାହା ଏବେ ଖୋର୍ଦ୍ଧା ବାସୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଜିଲ୍ଲାର 22 ଗୋଟି ୱାର୍ଡରେ ରହିଛି ଜଳ ନିଷ୍କାସନ ପାଇଁ ଡ୍ରେନ । ମାତ୍ର ଏହି ଡ୍ରେନ ଗୁଡିକ ଏବେ ଆବର୍ଜନାରେ ରହିଛି ପୋତି ହୋଇଛି । ଆଉ ଏହି ଆବର୍ଜନାମୟ ପରିବେଶ ଯୋଗୁଁ ଡେଙ୍ଗୁ ମଶାଙ୍କ ବଂଶ ବୃଦ୍ଧି ପାଉଛି ।

ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା; ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ସହରର ଉନ୍ନତିକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଆସୁଛି ଆଉ ଖର୍ଚ୍ଚ ବି ହେଉଛି । ହେଲେ ଅବସ୍ଥାରେ ଆସୁନି ସୁଧାର। ଆବର୍ଜନା ନିଷ୍କାସନ ପାଇଁ ପୌରପରିଷଦ ପକ୍ଷରୁ 6ଟି ବ୍ୟାଟେରୀ ଚଳିତ ଗାଡି, 30 ଟ୍ରାଇ ସାଇକେଲ ଓ ଟ୍ରାକ୍ଟର ସହ 22 ଟି ୱାର୍ଡ ପାଇଁ 17 ଜଣ ସ୍ଵଚ୍ଛ ସାଥି,3 ସୁପର ଭାଇଜର ନିଯୁକ୍ତି ହୋଇଛନ୍ତି।

ଏପରିକି ଗତ ବର୍ଷ ଏହି ସବୁ ଆବର୍ଜନାରୁ ଜୈବ ଖତ ପ୍ରସ୍ତୁତି ପାଇଁ 56 ଲକ୍ଷ ବ୍ୟୟରେ ମକୁନ୍ଦପ୍ରସାଦ ଠାରେ ନିର୍ମାଣ ହୋଇଥିଲା ଅଣୁ ଜୈବ ପ୍ରକ୍ରିୟା କରଣ କେନ୍ଦ୍ର। ମାତ୍ର ଏସବୁ ବ୍ୟବସ୍ଥା ସ୍ୱତ୍ତ୍ବେ ଖୋର୍ଦ୍ଧାର ସ୍ବଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଡ୍ରେନ ଠିକ ଭାବରେ ସଫା ନ ହେବା କାରଣରୁ ଓଳିଏ ବର୍ଷା ହେଲେ ଘରେ ପାଣି ପଶୁଛି । ସହରର ସୌନ୍ଦର୍ଯ୍ୟକରଣରେ ଶୀର୍ଷ ସ୍ଥାନ ପାଇଁ ଲକ୍ଷାଧିକ ଟଙ୍କା ପେଣ୍ଟିଙ୍ଗ ,ପୋଷ୍ଟର,ଆଦିରେ ଖର୍ଚ୍ଚ ହେଉଥିବା ବେଳେ,ପ୍ରକୃତ ସମସ୍ୟାର ସମାଧାନ ଅବହେଳା ଦେଖା ଦେଇଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.