ETV Bharat / state

ପିପିପି ମୋଡ଼ରେ ବିକଶିତ ହେବ ନୂଆପଡ଼ା ତିଖାଲି ଡ୍ୟାମ

author img

By ETV Bharat Odisha Team

Published : Sep 6, 2023, 9:40 AM IST

ନୂଆପଡା ଜିଲ୍ଲାର ଡ୍ୟାମ ପ୍ରକଳ୍ପର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ନିବେଶ କରିବ ୧ କୋଟି ଟଙ୍କା । ଅଧିକ ପଢନ୍ତୁ

ବିକଶିତ ହେବ ନୂଆପଡ଼ା ତିଖାଲି ଡ୍ୟାମ
ବିକଶିତ ହେବ ନୂଆପଡ଼ା ତିଖାଲି ଡ୍ୟାମ
ବିକଶିତ ହେବ ନୂଆପଡ଼ା ତିଖାଲି ଡ୍ୟାମ

ଭୁବନେଶ୍ବର: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ନୂଆପଡା ଜିଲ୍ଲା । ସେଠଆରେ ପ୍ରକୃତି ଖୋଲି ଦେଇଛି ଭଣ୍ଡାର । ଜିଲ୍ଲାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟର ବିକାଶ ପାଇଁ ଓ ଅନନ୍ୟ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଉପରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଆରୋପ କରିଛି । ଏହି କ୍ରମରେ ବିକଶିତ ନୂଆପଡ଼ା ଜିଲ୍ଲାରେ ଥିବା ତିଖାଲି ଡ୍ୟାମ ଅନ୍ୟତମ । ଡ୍ୟାମ ପ୍ରକଳ୍ପର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ୧ କୋଟି ଟଙ୍କା ନିବେଶ କରିବ । ପବ୍ଲିକ-ପ୍ରାଇଭେଟ ସହଭାଗିତା(ପିପିପି)ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆନୁକୂଲ୍ୟରେ ତିଖାଲି ଡ୍ୟାମ ପ୍ରକଳ୍ପର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ ହୋଇଛି । ଭିସି ଜରିଆରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଯୋଗ ଦେଇଛନ୍ତି । ସେ କହିଛନ୍ତି ଯେ, ''ଲୋୟର ଇନ୍ଦ୍ର ପ୍ରକଳ୍ପର ତିଖାଲି ଡ୍ୟାମ ସୌନ୍ଦର୍ଯ୍ୟକରଣ କରାଗଲେ ଏହା ଅଗଣିତ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ । ଅଞ୍ଚଳର ପ୍ରଗତି ସାଧିତ ହେବ । ସ୍ଥାନୀୟ ଜନସାଧାରଣ ମଧ୍ୟ ଉପକୃତ ହେବେ । ଦିନରେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବୋଟ କ୍ଲବ, ଫ୍ଲୋଟିଂ ଜେଟି, ବୋଟିଂ, ଶୌଚାଳୟ, କାଫେ ଓ ଫୁଡ ଲାଉଞ୍ଜ, ଷ୍ଟାଫ କ୍ୱାର୍ଟର, ୱାଟର ସ୍ଲାଇଡ, ୱାଟର ପ୍ଲେ ମସରୁମ ଆଦିର ବ୍ୟବସ୍ଥା କରାଯିବ । ପରିବେଶ ପର୍ଯ୍ୟଟନ ସହାୟତା କେନ୍ଦ୍ର, ୱାଟର ଫ୍ରଣ୍ଟ ଡେଭଲପମେଣ୍ଟ ଓ ସଂଗ୍ରହାଳୟର ପ୍ରତିଷ୍ଠା କରାଯିବା ନେଇ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।''

ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୧ କୋଟି ଟଙ୍କା ଅନୁମୋଦନ କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ପିପିପି ମୋଡ଼ରେ ଏହି ପ୍ରକଳ୍ପ କାର୍ଯ୍ୟ କରିବେ । ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ଲୋକଙ୍କ ନିରନ୍ତର ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ ମସିହାରେ ତିଖାଲି ଡ୍ୟାମ ନିର୍ମାଣ ହୋଇଛି । ଇନ୍ଦ୍ର ନଦୀ ଉପରେ ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି ।
ଏହା ବି ପଢନ୍ତୁ...Mission indradhanush: ସେପ୍ଟେମ୍ବର ୧୧ରୁ ମିଶନ ଇନ୍ଦ୍ରଧନୁଷ ଅଭିଯାନ ୫.୦

ଏହି ସ୍ଥାନକୁ ଏକ ରାଜ୍ୟସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଂକଳ୍ପବଦ୍ଧ । ବୈଠକରେ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ କୁମାର ମିଶ୍ର, ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏ, ବୈଷୟିକ ପରାମର୍ଶଦାତା ସୁନୀଲ ନାୟକ ଯୋଗଦେଇ ପ୍ରକଳ୍ପ ସମ୍ବନ୍ଧରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.