ETV Bharat / state

ମଞ୍ଚେଶ୍ବର ଥାନାଧିକାରୀଙ୍କ ଗୁଣ୍ଡାରାଜ, ଡିସିପି ଅଫିସ ଆଗରେ ଛାତ୍ର କଂଗ୍ରେସର ଧାରଣା

author img

By

Published : Oct 23, 2022, 4:22 PM IST

Updated : Oct 23, 2022, 7:13 PM IST

ମଞ୍ଚେଶ୍ବର ଥାନାଧିକାରୀଙ୍କ ବିରୋଧରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଅଭିଯୋଗକାରୀଙ୍କ ସହ ଥାନାକୁ ଯାଇଥିବା ନିର୍ଦ୍ଦୋଷ ଦଳିତ ଛାତ୍ରଙ୍କୁ ଗିରଫ କରିଥିଲା ପୋଲିସ । ଏହାର ପ୍ରତିବାଦ କରି ଡିସିପିଙ୍କୁ ଭେଟି ଥାନାଧିକାରୀ ସୁଧିର ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଛାତ୍ର କଂଗ୍ରେସ । ଅଧିକ ପଢ଼ନ୍ତୁ

ମଞ୍ଚେଶ୍ବର ଥାନାଧିକାରୀଙ୍କ ଗୁଣ୍ଡାରାଜ, ଡିସିପି ଅଫିସରେ ଛାତ୍ର କଂଗ୍ରେସର ଧାରଣା

ଭୁବନେଶ୍ବର: ଟଙ୍କା ପାଇଁ ଅପରାଧୀଙ୍କ ସହ ପୋଲିସର ମସୁଧା । ମଞ୍ଚେଶ୍ବର ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କୁ ଭେଟିଲା ଛାତ୍ର କଂଗ୍ରେସ । ଜଣେ ଅଭିଯୋଗକାରୀଙ୍କ ସହ ଥାନାକୁ ଯାଇଥିବା ବେଳେ ନିର୍ଦ୍ଦୋଷ ଦଳିତ ଛାତ୍ରଙ୍କୁ ଗିରଫ କରିଥିଲା ପୋଲିସ । ଏହାକୁ ତୀବ୍ର ବିରୋଧ କରିବା ସହ ଥାନାଧିକାରୀଙ୍କ ଏଭଳି ଗୁଣ୍ଡାରାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଡିସିପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ ।

ସୂଚନା ଅନୁସାରେ ୩ ଦିନ ତଳେ ଚକେଇସିଆଣିରେ ଏକ ଫାଷ୍ଟଫୁଡ ଦୋକାନୀଙ୍କୁ ମାଡ଼ ମରାଯିବା ସହ ବଟି ଆଦାୟ ପାଇଁ ଆକ୍ରମଣ ଘଟଣାରେ ମଞ୍ଚେଶ୍ବର ଥାନାର ଦ୍ବାରସ୍ତ ହୋଇଥିଲେ ସେହି ଫାଷ୍ଟଫୁଡ ଦୋକାନୀ । ଏପରିକି ଏହି ଘଟଣାରେ ଜଣେ ପୋଲିସ ମିତ୍ରଙ୍କର ହାତ ଥିବା ମଧ୍ୟ ଅଭିଯୋଗ କରିଥିଲେ । ତେବେ ଥାନାଧିକାରୀ ସୁଧିର ସାହୁ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ମିତ୍ରଙ୍କୁ ଘଣ୍ଟ ଘୋଡ଼ାଇବାକୁ ଯାଇ ଅଭିଯୋଗକାରୀଙ୍କ ସହ ଥାନାକୁ ଯାଇଥିବା ଜଣେ ଦଳିତ ଛାତ୍ରନେତାଙ୍କୁ ଘଟଣାର ମାଷ୍ଟରମାଇଣ୍ଡ ଦର୍ଶାଇ ଅଟକ ରଖିଥିଲେ ।

ଥାନାରେ ନିର୍ଦ୍ଦୋଷଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ରଖି ଅତ୍ୟାଚାର କରିବା ଅଭିଯୋଗ କରି ଡିସିପି ଅଫିସ ଘେରାଉ କରିଛି ଛାତ୍ର କଂଗ୍ରେସ । ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସର ଏକ ଟିମ ଡିସିପିଙ୍କୁ ଭେଟି ସମ୍ପୃକ୍ତ ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଛାତ୍ର କଂଗ୍ରେସର ଅଭିଯୋଗ ଅନୁସାରେ ମଞ୍ଚେଶ୍ବର ଥାନାଧିକାରୀ ସୁଧିର ସାହୁ ବିଲଡରଙ୍କଠାରୁ ଟଙ୍କା ସଂଗ୍ରହ, ଦେହବେପାରୀଙ୍କୁ ସୁରକ୍ଷା, ଅଯଥାରେ ଟ୍ରକ ଓ ଶିଳ୍ପାଞ୍ଚଳର ମାଲିକଙ୍କ ଠାରୁ ବଟି ଆଦାୟ କରିଥାନ୍ତି ।

ବଡ଼ବଡ଼ିଆଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅଭିଯୋଗକାରୀ ବିରୋଧରେ ପାଲଟା କେସ କରିଥାନ୍ତି । କେବଳ ସେତିକି ନୁହେଁ, ନିଶା ମାଫିଆଙ୍କ ସହ ମସୁଧା, ବେଆଇନ ଭାବେ ମଞ୍ଚେଶ୍ବର ଅଞ୍ଚଳରେ ଜମି କିଣାବିକା ମାମଲାରେ ମଧ୍ୟ ହସ୍ତକ୍ଷେପ କରିଥାନ୍ତି । ତେବେ ତୁରନ୍ତ ଥାନାଧିକାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 23, 2022, 7:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.