ETV Bharat / state

ଖୋର୍ଦ୍ଧାରେ କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା - କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ସ୍ବାସ୍ଥ୍ୟ ବିଭାଗ, ପୋଲିସ କର୍ମଚାରୀ ଏବଂ ସାମ୍ବାଦିକମାନେ ନିଃସ୍ବାର୍ଥପର ଭାବେ ସେବା କରି ଆସୁଛନ୍ତି । ସେମାନଙ୍କ ମନୋବଳ ବଢାଇବା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧାରେ କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

author img

By

Published : May 16, 2020, 7:03 PM IST

ଖୋର୍ଦ୍ଧା: ବିପତ୍ତି ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସେବାକୁ ପ୍ରଶଂସା କରି ସେମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ବେଗୁନିଆର ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ଵାଭିମାନ ଟ୍ରଷ୍ଟ ପକ୍ଷରୁ ଶନିବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟ ପରିସରରେ କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଖୋର୍ଦ୍ଧାରେ କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

କୋରୋନା ସଙ୍କଟ ସମୟରେ ସ୍ବାସ୍ଥ୍ୟ ବିଭାଗ, ପୋଲିସ କର୍ମଚାରୀ ଏବଂ ସାମ୍ବାଦିକମାନେ ନିଃସ୍ବାର୍ଥପର ଭାବେ ସେବା କରି ଆସୁଛନ୍ତି । ସେମାନଙ୍କ ମନୋବଳ ବଢାଇବା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ସେନା ବାହିନୀର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ଯୋଗ ଦେଇଥିଲେ । ଏହାସହ ସମସ୍ତଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ସେହିପରି ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ସହ ଲକଡାଉନ ନିୟମ ପାଳନ କଲେ କୋରୋନାକୁ ହରାଇବା ସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଶିବ ପ୍ରସାଦ ମିଶ୍ର ଓ ଜିତେନ୍ଦ୍ର କୁମାର ରାଉତ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.