ETV Bharat / state

Biju Patnaik International Airport: ନୂଆବର୍ଷ ପୂର୍ବରୁ କାର୍ଯ୍ୟକ୍ଷମ ହେବ ଟର୍ମିନାଲ ଲିଙ୍କ ବିଲ୍ଡିଂ

author img

By ETV Bharat Odisha Team

Published : Nov 4, 2023, 7:41 PM IST

ନୂଆବର୍ଷ ପୂର୍ବରୁ ଟର୍ମିନାଲ ଲିଙ୍କ ବିଲ୍ଡିଂ କାର୍ଯ୍ୟକାରୀ ହେବ ଭୁବନେଶ୍ବର ବିମାନ ବନ୍ଦରର ଲିଙ୍କ ବିଲ୍ଡିଂ । ଅଧିକ ପଢନ୍ତୁ

Biju Patnaik International Airport: ନୂଆବର୍ଷ ପୂର୍ବରୁ କାର୍ଯ୍ୟକ୍ଷମ ହେବ ଟର୍ମିନାଲ ଲିଙ୍କ ବିଲ୍ଡିଂ
Biju Patnaik International Airport: ନୂଆବର୍ଷ ପୂର୍ବରୁ କାର୍ଯ୍ୟକ୍ଷମ ହେବ ଟର୍ମିନାଲ ଲିଙ୍କ ବିଲ୍ଡିଂ
Biju Patnaik International Airport: ନୂଆବର୍ଷ ପୂର୍ବରୁ କାର୍ଯ୍ୟକ୍ଷମ ହେବ ଟର୍ମିନାଲ ଲିଙ୍କ ବିଲ୍ଡିଂ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରରେ ଯୋଡି ହେବ ନୂଆ ଓ ପୁରୁଣା ଟର୍ମିନାଲ ବିଲ୍ଡିଂ । ନୂଆବର୍ଷ ପୂର୍ବରୁ ନୂଆ ଟର୍ମିନାଲ ଲିଙ୍କ ବିଲ୍ଡିଂ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏଥିପାଇଁ ସିକ୍ୟୁରିଟି କ୍ଳିୟରାନ୍ସ ପାଇଁ ଆବେଦନ କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । କ୍ଳିୟରାନ୍ସ ମିଳିବା ପରେ ପ୍ରସ୍ତୁତ ହେବ ଏସଓପି । ସମସ୍ତ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା ପରେ କାମ କରିବ ଟର୍ମିନାଲ । ସିଆଇଏସଏଫ, କଷ୍ଟମ, ଏୟାରଲାଇନ୍ସ, ଇମିଗ୍ରେସନ ବିଭାଗ ସହ ବୈଠକ ହେବ । ବର୍ତ୍ତମାନ ବିମାନ ବନ୍ଦର ନୂଆ ଟର୍ମିନାଲ ଲିଙ୍କ ବିଲ୍ଡିଂ କାମ ଶେଷ ହୋଇସାରିଛି । ନୂଆବର୍ଷ ପୂର୍ବରୁ ଅନ୍ତର୍ଜାତୀୟ ନୂଆ ଟର୍ମିନାଲ ଲିଙ୍କ ବିଲ୍ଡିଂ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ବିମାନ ବନ୍ଦର ନିର୍ଦ୍ଦେଶ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି ।

ଭୁବନେଶ୍ୱରରୁ ବର୍ତ୍ତମାନ ସମୟରେ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କଂକୁ ବିମାନ ଉଡାଣ କରୁଛି । ତେବେ ଆଗକୁ ଅନ୍ୟ ଦେଶକୁ ଏହି ତାଲିକାରେ ଯୋଡାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧାକୌଣସି ସ୍ପଷ୍ଟ ନିଷ୍ପତି ହୋଇନାହିଁ । ଅନ୍ୟପଟେ ଖୁବଶୀଘ୍ର ସୁରଟ, ଡେରାଡୁନ, ଚଣ୍ଡିଗଡ, ଜମ୍ମୁକୁ ଉଡିବ ନୂଆ ଫ୍ଳାଇଟ୍ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ସୁରଟ ପାଇଁ ସ୍ଲଟ ଦେବାକୁ ଏୟାରଲାଇନ୍ସ କୁ କୁହାଯାଉଛି ।

ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୨୧ଟି ସହରକୁ କନେକ୍ଟ କରିଛି ଭୁବନେଶ୍ୱର ବିମାନ ବନ୍ଦର । ରାଜ୍ୟ ସରକାର ଭୁବନେଶ୍ବରରୁ ବିଦେଶକୁ ଅଧିକ ବିମାନ ଉଡ଼ାଣ ପାଇଁ ଦୀର୍ଘ ବର୍ଷ ହେଲା ଉଦ୍ୟମ କରୁଥିଲେ ହେଁ ଏବେ ବିଦେଶ ଯାତ୍ରାକୁ ଗ୍ରୀନ ସିଗନାଲ ମିଳିବା ପରେ ତିନୋଟି ଦେଶକୁ ବିମାନ ସେବା ଯୋଗାଇ ଦିଆଯାଉଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁଇ ବର୍ଷରେ ତିନିଟି ବିମାନ ବିଦେଶକୁ ଉଡ଼ାଣ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ମୁହୁର୍ତ୍ତରେ ଏହା ବନ୍ଦ କରି ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ୱେବ ମିଡିଆ ସଙ୍ଘର ବିକ୍ଷୋଭ

ଏବେ ବି ବିଦେଶକୁ ଯାଉଥିବା ୯୫%ରୁ ଅଧିକ ଯାତ୍ରୀ ଦିଲ୍ଲୀ, କୋଲକତା, ମୁମ୍ବାଇ, ବେଙ୍ଗାଲୁରୁ ହୋଇ ବିଦେଶକୁ ଯାଉଛନ୍ତି । ଏହାରି ମଧ୍ୟରେ ଏବେ ଇଣ୍ଡିଗୋ ବିମାନ ଆଗକୁ ଆସିଛି । ପ୍ରଥମ ଥର ପାଇଁ ଭୁବନେଶ୍ବରରୁ ଦୁବାଇକୁ ବିମାନ ଉଡାଣ କରିଛି । ଏବେ ଦୁଇ ଟର୍ମିନାଲ (ନୂଆ ଓ ପୁରୁଣା) ଯୋଡି ହେବା ପରେ ଯାତ୍ରୀମାନେ ଆହୁରି ତ୍ବରିତ ସେବା ପାଇପାରିବେ । ଏହା ବିମାନ ବନ୍ଦର ଭିତ୍ତିଭୂମିକୁ ମଧ୍ୟ ନୂଆ ଆଧାର ଦେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.