ETV Bharat / state

ରମାଦେବୀ ବିଶ୍ବବିଦ୍ୟାଳୟରେ ନୂତନ ପିଜି କୋର୍ସ ପ୍ରସ୍ତାବ

author img

By

Published : Feb 8, 2023, 9:20 AM IST

ରମାଦେବୀ ବିଶ୍ବବିଦ୍ୟାଳୟରେ ଖୋଲିବ ନୂତନ ବିଭାଗରେ ପିଜି ପାଠ୍ୟକ୍ରମ । ନୂଆ ବିଷୟ ଓ ନୂତନ ବିଲ୍ଡିଂ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିବା ସୂଚନା । ଅଧିକ ପଢନ୍ତୁ

ରମାଦେବୀ ବିଶ୍ବବିଦ୍ୟାଳୟରେ ନୂତନ ପିଜି କୋର୍ସ ପ୍ରସ୍ତାବ
ରମାଦେବୀ ବିଶ୍ବବିଦ୍ୟାଳୟରେ ନୂତନ ପିଜି କୋର୍ସ ପ୍ରସ୍ତାବ
ରମାଦେବୀ ବିଶ୍ବବିଦ୍ୟାଳୟରେ ନୂତନ ପିଜି କୋର୍ସ ପ୍ରସ୍ତାବ

ଭୁବନେଶ୍ବର: ରମାଦେବୀ ରାଜ୍ୟରେ ଏକମାତ୍ର ମହିଳା ବିଶ୍ଵବିଦ୍ୟାଳୟ । ଏଠାରେ ଅନେକ ସମସ୍ୟା ରହିଥିବା ବେଳେ ସମସ୍ତ ସମସ୍ୟାକୁ ଧୀରେ ଧୀରେ ସମାଧାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ନେଉଛି । ତେବେ ରମାଦେବୀ ବିଶ୍ଵବିଦ୍ୟାଳୟ ହୋଇଛି ସତ କିନ୍ତୁ ଏଠାରେ ଅନେକ ୟୁଜି ଏବଂ ପିଜି ବିଷୟ ନାହିଁ । ଯାହାଫଳରେ ଛାତ୍ରୀମାନେ ଅନେକ ସମସ୍ୟାରେ ପଡୁଛନ୍ତି । ଏହି ଦୃଷ୍ଟିରୁ ଆଗକୁ ଏହି ମହିଳା ବିଶ୍ଵବିଦ୍ୟାଳୟରେ ଅନେକ ନୂତନ ସ୍ନାତକତ୍ତୋର କୋର୍ସ(ପିଜି) ଯୋଡି ହେବାକୁ ଯାଉଛି । ଏନେଇ ବିଚାର ବିମର୍ଷ କରାଯାଉଛି ।

ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି ଯେ, ରମାଦେବୀ ବିଶ୍ଵବିଦ୍ୟାଳୟ ନୂଆ ବିଷୟ ବା ନୂଆ ସିଟ ପିଜି ଓ ୟୁଜି ପାଇଁ ପ୍ରସ୍ତାବ ଦେଲେ ତାହା ଉପରେ ବିଚାର କରାଯାଏ । ଆମର ଚେଷ୍ଟା ରହିଛି ଆଗକୁ କିଭଳି ଭାବରେ ଷ୍ଟୁଡେଣ୍ଟ୍ ସ୍ପୋର୍ଟସ୍‌ ପଲିସ କରିବା । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରକୁ ଏକ ସ୍ପୋର୍ଟସ୍‌ ହବ୍ କରିଛନ୍ତି । ନିକଟରେ ହକି ବିଶ୍ଵକପ ବହୁତ ଭଲ ଭାବରେ ଆୟୋଜନ କରାଯାଇଥିଲା । ତେବେ ଆମେ ଖେଳାଳିଙ୍କୁ ଅଧିକରୁ ଅଧିକା କିଭଳି ଭାବରେ ପ୍ରୋତ୍ସାହିତ କରିପାରିବା ସେନେଇ ଷ୍ଟୁଡେଣ୍ଟ୍ ସ୍ପୋର୍ଟସ୍‌ ପଲିସକୁ ନଜର ଦେଉଛୁ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଅନ୍ୟପଟେ ରମାଦେବୀ ବିଶ୍ଵବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି, ''ବିଶ୍ଵବିଦ୍ୟାଳୟରେ ଯେଉଁସବୁ ବିଷୟ ଗୁଡ଼ିକ ନାହିଁ ସେହି ବିଷୟ ପାଇଁ ସିଣ୍ଡିକେଟରେ ପ୍ରସ୍ତାବ ଅନୁମୋଦନ ହୋଇଛି । ଏ ସମସ୍ତ ପ୍ରସ୍ତାବ ସରକାରଙ୍କ ନିକଟକୁ ଖୁବଶୀଘ୍ର ପଠାଯିବ । ରମାଦେବୀରେ ଅନେକ ୟୁଜି କୋର୍ସ ରହିଛି ତାହାର ପିଜି କୋର୍ସ ନାହିଁ । ଭୌତିକ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଜୀବ ବିଜ୍ଞାନ, ଜିଓଲୋଜି, ଗଣିତ, ପରିସଂଖ୍ୟାନ ଇତ୍ୟାଦି ବିଷୟ ଗୁଡ଼ିକର ପିଜି ବିଭାଗ ନାହିଁ । ଏହାସହ ଆନ୍ତ୍ରୋପୋଲୋଜି, ସୋସିଓଲୋଜି ଭଳି ଅନେକ ବିଷୟ ପିଜିରେ ନାହିଁ । ଯାହାଫଳରେ ଛାତ୍ରୀମାନେ ଏଠାରେ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ।''

ଏହାଛଡ଼ା ରମାଦେବୀ ବିଶ୍ୱବିଦ୍ୟାଳୟ ଛୋଟ ଜାଗାରେ ରହିଛି । ଏଥିପାଇଁ ଜି ପ୍ଲସ ୨୫ ବିଲ୍ଡିଂ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରଖାଯିବ ବୋଲି ରମାଦେବୀ ପ୍ରେକ୍ଷାଳୟ ଉଦଘାଟନ ସମୟରେ ଆଲୋଚନା ହୋଇଥିବା କୁଳପତି କହିଛନ୍ତି । ପ୍ରକାଶଥାଉ କି, ଆସନ୍ତା ୧୦ ତାରିଖରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବ ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି । ତାଙ୍କ ଗସ୍ତ ପୂର୍ବରୁ ମଙ୍ଗଳବାର ରମାଦେବୀ ବିଶ୍ବବିଦ୍ୟାଳୟରେ ପ୍ରେକ୍ଷାଳୟକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.