ETV Bharat / state

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଆସିବ ନୂଆ ନିୟମ, ଆନ୍ଦୋଳନରୁ ଓହରିଲେ ସନଲିସା - ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଆସିବ ନୂଆ ନିୟମ । ଚଳିତ ଆର୍ଥିକ ବର୍ଷରେ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ନୀତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା । ଅଧିକ ପଢ଼ନ୍ତୁ

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଆସିବ ନୂଆ ନିୟମ

author img

By ETV Bharat Odisha Team

Published : Nov 28, 2023, 10:33 PM IST

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଆସିବ ନୂଆ ନିୟମ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ଆସିବ ନୂଆ ନିୟମ । ଓଡ଼ିଆ ଭାଷାରେ ପ୍ରସ୍ତୁତ ଚଳଚ୍ଚିତ୍ରର ପ୍ରୋତ୍ସାହନ ପାଇଁ ଚଳିତ ଆର୍ଥିକ ବର୍ଷରେ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ନୀତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା । ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ମାଧ୍ୟମରେ ହୋଇଥିବା ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରମୁଖ ଶାସନ ସଚିବ ।

ଆଜି ଏହି ଅଭିଯାନର ପ୍ରାଥମିକ ଆଲୋଚନା ହୋଇଥିବା ବେଳେ ସିନେମା ଶିଳ୍ପର ବିକାଶ ଦିଗରେ ସରକାର କ'ଣ ପଦକ୍ଷେପ ନେବେ ସେ ସମ୍ବନ୍ଧରେ ଆଲୋଚନା ହୋଇଛି । ଚଳଚ୍ଚିତ୍ର ଶିଳ୍ପର ପ୍ରଯୋଜକ ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ନେଇ ଏହି ଆଲୋଚନା ହୋଇଛି । ଯେଉଁଥିରେ ଚଳଚ୍ଚିତ୍ର ଶିଳ୍ପରେ ହେଉଥିବା ସମସ୍ୟା ଦିଗରେ ନିଜ ନିଜର ଅଭିଯୋଗ ଓ ପରାମର୍ଶ ରଖିଥିଲେ ପ୍ରଯୋଜକ ନିର୍ଦ୍ଦେଶକ ଓ ବରିଷ୍ଠ କଳାକାର । ସେମାନଙ୍କ ସହ ସଫଳ ଆଲୋଚନା ପରେ ହେମନ୍ତ ଶର୍ମା କହିଛନ୍ତି ଯେ, ଓଡ଼ିଆ ଚଳଚ୍ଚିତ୍ରର ପଦର୍ଶନ ଓ ବିତରଣର କିପରି ସୁଧାର ଆସିପାରିବ ଓ ଓଡ଼ିଶାରେ ସିନେମା ହଲର ସଂଖ୍ୟା ହ୍ରାସ ହେଉଥିବା ବେଳେ କିଭଳି ବଢ଼ିବ ବିଶେଷ କରି ସିନେମା ଶିଳ୍ପର ବିକାଶ କିଭଳି ହେବ ସେନେଇ ସରକାର ନୂଆ ନିୟମ ଆଣିବାକୁ ଯାଉଛନ୍ତି ।

ନୂଆ ନିୟମ ଅନୁଯାୟୀ ୨୦୧୯ର ଓଡ଼ିଶା ଫିଲ୍ମ ନିୟମକୁ ପରିବର୍ତ୍ତନ କରାଯାଇ ଆଗାମୀ ଆର୍ଥିକ ବର୍ଷରେ ଏକ ନୂଆ ନିୟମ ଆସିବ । ଯେଉଁଥିରେ ବିତରଣ ଓ ପଦର୍ଶନ କ୍ଷେତ୍ରରେ ଦେଖା ଯାଉଥିବା ସମସ୍ୟା ଦୂର ହେବ । ନୂଆ ନିୟମ ସରଳୀକରଣ, ଅନ୍‌ଲାଇନ୍‌ ସହ ଗୋଟିଏ ଆପ୍ଲିକେସନ୍‌ ଚଳଚ୍ଚିତ୍ର ପ୍ରାବଧାନ ଆସିବ । ବିତରଣ ଓ ପ୍ରଦର୍ଶନରେ ସୁଧାର ଆଣିବା ପାଇଁ ନୂଆ ହଲ କରାଯାଇ ହଲର ସଂଖ୍ୟା ବଢାଯିବ । ଗ୍ରାମାଞ୍ଚଳ ସହରର ଉପକୂଳ ଅଞ୍ଚଳରେ ସିଙ୍ଗିଲ ସ୍କ୍ରିନ୍‌ ଥିଏଟର (single screen theater) ହଲ ପ୍ରସ୍ତୁତ ହେବ । ବନ୍ଦ ପଡିଥିବା ହଲର ପୁନଃରୁଦ୍ଧାର କରାଯିବ । ଏଥିପାଇଁ ସବସିଡ଼ିର ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ବୋଲି କହିଛନ୍ତି । ଏହି ପରିବର୍ତ୍ତନ ଗୋଟିଏ ଲମ୍ବା ଧାରା । ଆମେ ଆଜି ପ୍ରଯୋଜକ କଳାକାର ଓ ନିର୍ଦେଶକଙ୍କ ସହ କଥା ହେଉଛୁ । ଆଗକୁ ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନଶିଳ୍ପ ସହ ଯୋଡି ହୋଇଥିଲା ଅନ୍ୟ ଷ୍ଟେକ ହୋଲଡ଼ରଙ୍କ ସହ ଆଲୋଚନା କରି ଖୁବଶୀଘ୍ର ଏହି ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ହେମନ୍ତ ଶର୍ମା ।

ଏହା ମଧ୍ୟ ପଢ଼ନ୍ତୁ...ତୃତୀୟ ଦିନରେ ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ; ବଢୁଛି ସମର୍ଥକଙ୍କ ସଂଖ୍ୟା, ଆମରଣ ଅନଶନରେ ପ୍ରଯୋଜିକା

ଅନ୍ୟପଟେ ଓଡ଼ିଆ ଚଳଚ୍ଚିତ୍ର ନିଗମ ଅଧକ୍ଷ୍ୟ କୁନା ତ୍ରିପାଠୀ ସହ ଏହି ଆଲୋଚନାରେ ବରିଷ୍ଠ ପ୍ରଯୋଜକ ଓ କଳାକାର ସବ୍ୟସାଚୀ ମହାପାତ୍ର, ଅଭିନେତ୍ରୀ ମହେଶ୍ୱତା ମହାନ୍ତି ପ୍ରଯୋଜକ ତାପସ ସରଗରିଆ, ଅଭିନେତା ସୁକାନ୍ତ ରଥ, ବୁଦ୍ଧାଦିତ୍ୟ, ଅଖିଳ ପଟନାୟକଙ୍କ ପରି ଜଣାଶୁଣା ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ଆନ୍ଦୋଳନ ମାଧ୍ୟମରେ ଆସିଥିବା ୫ ଦଫା ଦାବି ସହ ଓଡ଼ିଆ ସିନେମାର ବିକାଶରେ ବାଧକ ସାଜୁଥିବା ବିଭିନ୍ନ ଦିଗରେ ସମସ୍ୟା ବିଷୟରେ ନିଜର ମତ ରଖିଥିଲେ । ତାହା ପ୍ରଶାସନିକ ଅଧିକାରୀମାନେ ଶୁଣିଥିଲେ । ଉଭୟଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଥିବା ବେଳେ ଆଗକୁ ସିନେମାର ବିକାଶ ଦିଗରେ ସରକାର ପଦକ୍ଷେପ ନେବେ ପାଇଁ ପ୍ରତିଶୃତି ଦେଇଥିବା ବୋଲି କହିଛନ୍ତି ଓଏଫଡିସି ଅଧ୍ୟକ୍ଷ । ସେପଟେ ପ୍ରଯୋଜିକା ସନଲିସାଙ୍କ ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନର ଆନିର୍ଦ୍ଦିଷ୍ଟ କାଳ ଧାରଣା ପାଇଁ ଏହି ଆଲୋଚନା ହୋଇଥିବା ବେଳେ ସଫଳ ଆଲୋଚନାକୁ ନେଇ ଧାରଣାରୁ ହଟାଇଛନ୍ତି ପ୍ରଯୋଜିକା । ସରକାରୀ ପ୍ରତିଶୃତି ଓ ସକରାତ୍ମକ ଆଲୋଚନାକୁ ନେଇ ୫ ଦିନର ଧାରଣାକୁ ସେ ପ୍ରତ୍ୟାହାର କରିଛନ୍ତି ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.