ETV Bharat / state

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବା ନେଇ ସୁପ୍ରିମକୋର୍ଟଙ୍କର କ୍ଷମତା ନାହିଁ କହିଲେ ନରସିଂହ ମିଶ୍ର

author img

By

Published : Dec 16, 2022, 9:40 PM IST

ସଂସଦରେ ବିଲ୍ ପାସ ନହେବା ଯାଏ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ ନା ନାହିଁ, ସୁପ୍ରିମକୋର୍ଟଙ୍କର ସେ କ୍ଷମତା ନାହିଁ ବୋଲି କହିଲେ କଂଗ୍ରେସ ବିଧାୟକ ଦଳର ନେତା ତଥା ବରିଷ୍ଠ ଆଇନଜୀବୀ ନରସିଂହ ମିଶ୍ର । ଅଧିକ ପଢନ୍ତୁ

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ  ମତାମତ ଦେଉଛନ୍ତି ନରସିଂହ ମିଶ୍ର
ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ମତାମତ ଦେଉଛନ୍ତି ନରସିଂହ ମିଶ୍ର
ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବା ନେଇ ସୁପ୍ରିମକୋର୍ଟଙ୍କର କ୍ଷମତା ନାହିଁ କହିଲେ ନରସିଂହ ମିଶ୍ର

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବ ନା ନାହିଁ ଏ ନିଷ୍ପତି ରାଜ୍ୟ ସରକାର ନେବେ । ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବେ । ତାପରେ କେନ୍ଦ୍ର ସରକାର ଆଇନ ଆଣିବେ । ସଂସଦରେ ବିଲ୍ ପାସ ନହେବା ଯାଏଁ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ ନା ନାହିଁ ସ୍ପଷ୍ଟ ହେବ । ସୁପ୍ରିମକୋର୍ଟଙ୍କର ସେ କ୍ଷମତା ନାହିଁ । ଏହା କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ତଥା ବରିଷ୍ଠ ଆଇନଜୀବୀ ନରସିଂହ ମିଶ୍ର ।

ନରସିଂହ ମିଶ୍ର କହିଛନ୍ତି, "ସ୍ଥାୟୀ ବେଞ୍ଚ ନେଇ ନିକଟରେ ସୁପ୍ରିମକୋର୍ଟ ଦେଇଥିବା ଅର୍ଡର ପଢ଼ିଛି । ସମ୍ବଲପୁରରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଅନୁସାରେ ବଲାଙ୍ଗୀର ଓ କୋରାପୁଟରେ ବେଞ୍ଚ ପ୍ରତିଷ୍ଠା ନେଇ ବିଚାରଯୋଗ୍ୟ । କିନ୍ତୁ ଯେଉଁଭଳି ଭାବେ ଓକିଲମାନେ ବ୍ୟବହାର କଲେ, ସେଥିପାଇଁ ବେଞ୍ଚ କେଉଁଠି ବି ହୋଇନପାରେ । ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବ ନା ନାହିଁ, ଏହାର ନିଷ୍ପତ୍ତି ରାଜ୍ୟ ସରକାର ନେବେ । ଏ ନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦିଷ୍ଟ ତଥ୍ୟ ଦେଇ ସୁପାରିଶ କରିବ ରାଜ୍ୟ । ମତାମତ ପାଇଁ ଏହାର କପି ହାଇକୋର୍ଟକୁ ପଠାଇବେ । ଏହାସହ ରାଜ୍ୟପାଳଙ୍କ ପାଖକୁ ମଧ୍ୟ କପି ପଠାଇବେ । ଏହାପରେ କେନ୍ଦ୍ର ସରକାର ଆଇନ ତିଆରି କରିବେ । ସଂସଦରେ ବିଲ ପାସ୍ ନହେବା ଯାଏଁ ସ୍ଥାୟୀ ବେଞ୍ଚ ହେବ ନା ନାହିଁ, ସୁପ୍ରିମକୋର୍ଟଙ୍କର ସେ କ୍ଷମତା ନାହିଁ ।"

ସେ ଆହୁରି ମଧ୍ୟ କହିଛନ୍ତି "ସ୍ଥାୟୀ ବେଞ୍ଚ ହେଉ ବୋଲି ରାଜ୍ୟ ସରକାର ଚାହୁଁନାହାଁନ୍ତି । ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ ଓଡ଼ିଶା କଂଗ୍ରେସ ଭବନରେ କହିଥିଲେ ଯେ, ରାଜ୍ୟ ସରକାର ଯଦି ଆଇନ ଅନୁଯାୟୀ କେନ୍ଦ୍ରକୁ ଅନୁରୋଧ କରିବେ, ତାହାଲେ ସ୍ଥାୟୀ ବେଞ୍ଚ ପଶ୍ଚିମ ଓଡ଼ିଶାରେ ପ୍ରତିଷ୍ଠା ହେବ । ମନମୋହନଙ୍କ ମନ୍ତବ୍ୟ ପରେ ତତ୍କାଳୀନ ଆଇନ ମନ୍ତ୍ରୀ କପିଳ ସିବଲ୍ ରାଜ୍ୟ ସରକାରଙ୍କୁ ଚିଠି ଲେଖି ପ୍ରସ୍ତାବ ଦେବାକୁ କହିଥିଲେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.