ETV Bharat / state

ଆଗକୁ ରାଜନୀତି କରିବେ, ସେଥିପାଇଁ ସରକାରୀ ଅର୍ଥ ଖର୍ଚ୍ଚ କରି ନିଜକୁ ଲଞ୍ଚ କରୁଛନ୍ତି: ଅପରାଜିତା ଷଡଙ୍ଗୀ

author img

By ETV Bharat Odisha Team

Published : Aug 27, 2023, 5:53 PM IST

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ଅନ୍ୟପଟେ ସୌମ୍ୟରଞ୍ଜନଙ୍କୁ ସମର୍ଥନ ଜଣାଇଛନ୍ତି ବିରୋଧୀ । ସରକାରୀ ଅର୍ଥରେ ସଚିବ ନିଜକୁ ଲଞ୍ଚ କରୁଥିବା କହିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢ଼ନ୍ତୁ

mla soumya ranjan editorial
ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ଅପରାଜିତା ଷଡଙ୍ଗୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ୫T ସଚିବଙ୍କୁ ସୌମ୍ୟରଞ୍ଜନଙ୍କ ସିଧା ନିଶାନା । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସମ୍ପାଦକୀୟରେ ଲେଖିଥିବା ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଆଲେଖ୍ୟକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଗତଥର ଜନ୍ମଦିନର ଅନୁଚିନ୍ତା ଶୀର୍ଷକ ଲେଖାରେ ସେ ପାଣ୍ଡିଆନଙ୍କ ହେଲିକପ୍ଟର ଉଡାଣ ଖର୍ଚ୍ଚ ଆକଳନ କରିଥିବାବେଳେ ଏଥର 30 ଜିଲ୍ଲା ଭ୍ରମଣର ମୋଟ ଖର୍ଚ୍ଚ ଆକଳନ କରିଛନ୍ତି । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏହି ଆଲେଖ୍ୟ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ୫T ସଚିବଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ।

ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, "ସୌମ୍ୟ ରଞ୍ଜନ ପଟ୍ଟନାୟକ ଜଣେ ବରିଷ୍ଠ ବିଧାୟକ ବହୁ ଅଭିଜ୍ଞ ଲୋକ । ସବୁ କ୍ଷେତ୍ରରେ ତାଙ୍କର ବହୁ ଅଭିଜ୍ଞତା ରହିଛି । ସେ ଠିକ ବାଟରେ ବିଜେଡିକୁ ନେବାକୁ ଚାହୁଁଛନ୍ତି । ଦଳ ତାଙ୍କ କଥାକୁ ଗୁରୁତ୍ବ ଦେଇ ବିଚାର କରିବା ଦରକାର । ସରକାରୀ କଳ ବ୍ୟବହାର କରି ଏହି ସଚିବ ସ୍ତରର କର୍ମଚାରୀ ନିଜକୁ ଲଞ୍ଚ କରୁଛନ୍ତି । ସେ ଆଜି ନହଲେ କାଲି ରାଜନୀତିକୁ ଯିବେ । ସାଢ଼େ ଚାରି କୋଟି ଲୋକ ତାହା ବୁଝି ସାରିଲେଣି ।"
ଏହା ମଧ୍ୟ ପଢ଼ନ୍ତୁ: ପାଣ୍ଡିଆନଙ୍କୁ ସୌମ୍ୟଙ୍କ ତେରେଚ୍ଛା ବାଣ, ପ୍ରଶଂସାରେ ପୋତିଲା ବିଜେପି

ସେପଟେ ବିଜେଡି ବିଧାୟକ ଉମା ଶଙ୍କର ସାମନ୍ତରାୟ କହିଛନ୍ତି, ୫T ସଚିବ ଗସ୍ତକୁ କେହି ବି ବିରୋଧ କରୁ ନାହାନ୍ତି ବରଂ ହଜାର ହଜାର ଲୋକ ଏହି ବିକାଶ ପ୍ରକ୍ରିୟାକୁ ସମର୍ଥନ କରୁଛନ୍ତି । ସଚିବ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଉଛନ୍ତି । ସେ ଯେଉଁଠାକୁ ଯାଉଛନ୍ତି ସେଠି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ତା' ଉପରେ ପଦକ୍ଷେପ ନିଆଯାଉଛି । ବିରୋଧୀ ତାଙ୍କ କାମ କରୁଛନ୍ତି, କହିବା ଛଡ଼ା ତାଙ୍କର ଆଉ କୌଣସି କାମ ନାହିଁ । ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରକାଶ କରିଛନ୍ତି, ସୌମ୍ୟ ବାବୁ କାହିଁକି ଏତେ ଉଡ଼ୁଛନ୍ତି ସ୍ଥିର ରୁହନ୍ତୁ । ଧୈର୍ଯ୍ୟ ଧରିଲେ ଭଲ ହେବ। ସେ ଜଣେ ଜ୍ଞାନୀ ଲୋକ । ତେଣୁ ସେ ଧୈର୍ଯ୍ୟ ଧରନ୍ତୁ ବୋଲି ସୁର ମତ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଜେଡିର ବିଧାୟକ ସୌମ୍ୟ ପଟ୍ଟନାୟକ ଆଜି ତାଙ୍କ ସମ୍ପାଦକୀୟରେ ଲେଖିଛନ୍ତି, "୩୦ଟି ଜିଲ୍ଲାରେ ୫T ସଚିବଙ୍କର ଖର୍ଚ୍ଚ ଚନ୍ଦ୍ରଯାନ ଖର୍ଚ୍ଚ ସହିତ ସମାନ । ଆଜି ସାରା ଦେଶ ଚନ୍ଦ୍ରାବତରଣର ସଫଳତାରେ ଉତ୍ସବମୁଖର ହୋଇ ପଡ଼ିଥିବା ବେଳେ ୫T ସଚିବଙ୍କ ଓଡ଼ିଶା ଭ୍ରମଣର ଖର୍ଚ୍ଚ ଆମକୁ ଅଧିକ ଆନ୍ଦୋଳିତ କରୁଛି । ଇସ୍ରୋ ସମୁଦାୟ ଚନ୍ଦ୍ରାବତରଣ ଅଭିଯାନରେ ମାତ୍ର ୬ ଶହ କୋଟି ଖର୍ଚ୍ଚ କରିଛି । ହେଲେ ୫T ସଚିବ ୩୦ଟି ଜିଲ୍ଲାର ଓଡ଼ିଶା ଭ୍ରମଣରେ ପାଖାପାଖି ସେତିକି ଖର୍ଚ୍ଚ କରିଥିବେ ବୋଲି ଅଭିଯୋଗ କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.