ETV Bharat / state

ପ୍ରଚାର ମୈଦାନରେ ଅପରାଜିତା, ଗାଁରେ ବୁଲି ବୁଲି କଲେ ଭୋଟ୍ ଭିକ୍ଷା - ଖୋର୍ଦ୍ଧାରେ ଅପରାଜିତା ଷଡଙ୍ଗୀଙ୍କ ନିର୍ବାଚନୀ ପ୍ରଚାର

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସାଂସଦ ଅପରାଜିତା । ଖୋର୍ଦ୍ଧାରେ ନିର୍ବାଚନୀ ପ୍ରଚାର କରିବା ସହ ନିର୍ବାଚନରେ ଟଙ୍କା କାରବାର ନ କରିବାକୁ ଅପିଲ୍ କଲେ ସାଂସଦ । ଅଧିକ ପଢନ୍ତୁ

ପ୍ରଚାର ମୈଦାନରେ ଅପରାଜିତା, ଗାଁରେ ବୁଲି ବୁଲି କଲେ ଭୋଟ୍ ଭିକ୍ଷା

author img

By

Published : Feb 4, 2022, 8:46 AM IST

ଖୋର୍ଦ୍ଧା: ଗାଁ ଗାଁରେ ବଢ଼ିଲାଣି ନିର୍ବାଚନୀ ଉଷ୍ମତା । ଫୁଲ୍ ଦମରେ ଚାଲିଛି ପ୍ରଚାର ପ୍ରସାର । ଘର ଘର ବୁଲୁଛନ୍ତି ପ୍ରାର୍ଥୀ । ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ଭୋଟରଙ୍କୁ ପ୍ରଭାବିତ କରିବାକୁ କସରତ୍ କରୁଛନ୍ତି ସଭିଏଁ । ଏହାଭିତରେ ଏବେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ହେଭିୱେଟ୍ ନେତା । ଗୁରୁବାର ବିଜେପି ପ୍ରାର୍ଥୀଙ୍କ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଜୋରସୋରରେ ପ୍ରଚାର କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ପ୍ରଚାର ମୈଦାନରେ ଅପରାଜିତା, ଗାଁରେ ବୁଲି ବୁଲି କଲେ ଭୋଟ୍ ଭିକ୍ଷା

ଗାଁ ଦାଣ୍ଡରେ ଚାଲି ଚାଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ସାଂସଦ । ସେହିପରି ନିର୍ବାଚନୀ ପ୍ରଚାର ସମୟରେ ରାଜ୍ୟରେ ତମାମ୍ ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଓଡିଶାରେ ଚାଲିଥିବା ଦୁର୍ନୀତିକୁ ନେଇ ଜନସାଧାରଣ ଅତିଷ୍ଠ ହୋଇଗଲେଣି । ଏବେ ସେମାନେ ପରିବର୍ତ୍ତନ ଚାହୁଁଛନ୍ତି । ଟଙ୍କା ବଦଳରେ ପ୍ରାର୍ଥୀ ଟିକେଟ୍ ଦିଆଯାଉଛି । ଚଳିତ ନିର୍ବାଚନରେ ଟଙ୍କା କାରବାର ନ ହେଲେ ଯୋଗ୍ୟ ପ୍ରାର୍ଥୀମାନେ ନିର୍ବାଚିତ ହୋଇ ଲୋକଙ୍କ ସେବା କରିପାରିବେ ବୋଲି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଅବସରରେ କହିଛନ୍ତି ଅପରାଜିତା ଷଡଙ୍ଗୀ ।

ଖୋର୍ଦ୍ଧାରୁ ଗୋବିନ୍ଦ୍ର ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.