ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ହାତରୁ ଖସିଯାଉଛି ଶାସନ ଭାର ଆଉ କେହି ଜୋର ଜବରଦସ୍ତ ଚଳାଉଛି : ପ୍ରଦୀପ

author img

By ETV Bharat Odisha Team

Published : Sep 29, 2023, 7:47 AM IST

5ଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଗୋଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀଙ୍କ ହାତରୁ ଖସିଯାଉଛି ଶାସନ ଭାର ବୋଲି କହିଛନ୍ତି ବିଧାୟକ । ଅଧିକ ପଢ଼ନ୍ତୁ

gopalpur mla targets govt ovet 5 t
5ଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଧାୟକଙ୍କ ଟାର୍ଗେଟ
ରାଜ୍ୟ ସରକାରଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ଟୀର୍ଗେଟ

ଭୁବନେଶ୍ବର: ପ୍ରଥମେ ବିଧାନସଭାରେ ପ୍ରଶ୍ନ ପଚାରିବାକୁ ସୁଯୋଗ ନମିଳିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ 5T ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଗୋଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । 5T ସଚିବଙ୍କ ଜିଲ୍ଲା ଗସ୍ତ ଓ ହେଲିକପ୍ଟର ଖର୍ଚ୍ଚ ବାବଦରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଥିବା ବିବୃତ୍ତିକୁ ନେଇ ରାଜ୍ୟ ସରକରାଙ୍କୁ ଟାର୍ଗେଟ କରିଛନ୍ତି ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ହାତରୁ ଶାସନ ଭାର ଖସି ଯାଉଛି । ଆଉ କେହି ଜଣେ ଜୋର ଜବରଦସ୍ତ ଏହାକୁ ଚଳାଉଛି ବୋଲି କହିଛନ୍ତି ବିଧାୟକ ।

ସେ କହିଛନ୍ତି, "ନିକଟରେ ମୋତେ କିଛି ସରପଞ୍ଚ ଦେଖା କରିବାକୁ ଆସିଥିଲେ । ତୃଣମୂଳ ବିକାଶର ଆଧାର ହେଉଛନ୍ତି ସରପଞ୍ଚ । ବିଜୁ ବାବୁ ସେମାନଙ୍କୁ ସଶକ୍ତ କରିଥିଲେ । ତୃଣମୂଳରେ ସର୍ବାଧିକ ସରପଞ୍ଚ ହେଉଛନ୍ତି ବିଜେଡିର ଲୋକ । ବିଜେଡିର ଏହି ଲୋକ ଏବେ ରାଜରାସ୍ତାକୁ ଆସିଛନ୍ତି । ଦୀର୍ଘ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି । 15ରୁ 18 ଦଫା ଦାବି ପୂରଣ କରିବା ଲାଗି ଅନୁରୋଧ କରୁଛନ୍ତି । ସେମିତି ସମିତି ସଭ୍ୟ ମଧ୍ୟ 11 ଦଫା ଦାବି ଧରି ବସିଛନ୍ତି । ପ୍ରାଥମିକ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଡ୍ରାଇଭର ସଂଘ, ଆୟୁଷ ଡାକ୍ତର ଆନ୍ଦୋଳନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗଲା କୁଆଡେ ? 5T ଗଲେ କୁଆଡେ ? 5ଟିରେ ମନ୍ତ୍ରୀ ଓ ବିଧାୟକ ଟୁର୍‌ କରିବେ । ତାଙ୍କ ନାଁ ଉଠୁନାହିଁ । 5T ନାଁ ଚାଲିଛି । ଯାହା ଲାଗୁଛି, ଆଗୁଆ ନିର୍ବାଚନ କରିବା ଲାଗି ଯେଉଁ ଯୋଜନା ଥିଲା, ତାହା ଅମିତ ଶାହ ଆସି ବନ୍ଦ କରିଦେଲେ ।"

ସେ ଆହୁରି କହିଛନ୍ତି, 5T ସଚିବଙ୍କ ଗସ୍ତରେ ଯେଉଁ ଟଙ୍କା ଖର୍ଚ୍ଚ କଲେ ତାହା ସମ୍ପୂର୍ଣ୍ଣ ପାଣି ହୋଇଗଲା । ସ୍ୱାଭାବିକ ସମୟରେ ନିର୍ବାଚନ ହେବ । ତେଣୁ ଅତିରିକ୍ତ ବଜେଟ ପରେ ନୂଆ ଯୋଜନା ହେବ । ଏହି ବଜେଟରେ 5T ନାଁରେ ଯେତିକି ଅଭିଯୋଗ ଶୁଣାଣୀ କଲେ, ଏନେଇ ସୂଚନା ଅଧିକାରରେ ସିଏମଓ ଉତ୍ତରରେ କହିଥିଲା ଆମର ସେମିତି 5T କନସେପ୍ଟ ନାହିଁ । ହେଲିକପ୍ଟର କଥା ପରିବହନ ବିଭାଗକୁ ପଚାରିବାକୁ କହିଥିଲେ । ହେଲେ ବିନା ବିଧାନସଭା ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଉତ୍ତର ଦେଇ ଦେଲେ । ଏଥିରୁ ଜଣାପଡୁଛି ମୁଖ୍ୟମନ୍ତ୍ରୀଙ୍କ ହାତରୁ ଶାସନ ଭାର ଖସି ଯାଉଛି । ତାଙ୍କୁ ଜବରଦସ୍ତ ଆଉ ଜଣେ କିଏ ଚଳାଉଛି ।

ଏହା ବି ପଢନ୍ତୁ...ନବୀନ ସରକାରରେ ଅବକ୍ଷୟ ହୋଇଛି ଗଣତନ୍ତ୍ର: ପ୍ରଦୀପ

2009ରୁ ମୁଁ ବିଧାୟକ ହେଲିଣି । ସେବେଠାରୁ 2020 ଭିତରେ ମୁଁ ଯେଉଁ ପ୍ରସ୍ତାବ ଦେଉଥିଲି ତାହା 15 ଦିନ ଭିତରେ ଗୃହିତ ହୋଇ ଆସୁଥିଲା । ବର୍ତ୍ତମାନ ସବୁ ବିଧାୟକଙ୍କର ଗୃହିତ ହେଉଛି । କେବଳ ଗୋପାଳପୁର ବିଧାୟକଙ୍କର ହେଉନାହିଁ । ଅଗଷ୍ଟ 25ରେ ଯେତେବେଳେ ରାଜ୍ୟ ସରକାର ମୋ ନିର୍ବାଚନ ମଣ୍ଡଳୀରେ ଅଭିଯୋଗ ଶୁଣାଣୀ କରୁଥିଲେ ସେତେବେଳେ ଆକ୍ସନ ଓ ସ୍ଵାଧୀନ ବିଧାୟକଙ୍କ ପ୍ରତି ତାଙ୍କ ବିଚାର ସମ୍ପୂର୍ଣ୍ଣ ଭାବେ ଜଳଜଳ ହୋଇ ଦେଖାଯାଉଥିଲା । ଏଭଳି ସରକାର ରାଜ୍ୟର କଦାପି ବିକାଶ କରିପାରିବେ ନାହିଁ । ସରକାରକୁ ବଜାୟ ରଖିବା ପାଇଁ ପୁଣି ନିର୍ବାଚିତ ହେବା ଲାଗି ଯେଉଁ ଯୋଜନା ମାନ ଦରକାର ଅଛି । ସେମାନେ କରିବେ । ଯେଉଁମାନେ ଲୋକପ୍ରିୟ, ତାଙ୍କ କଥା ଯିଏ ନମାନିଲା ତାଙ୍କୁ ହଇରାଣ କରିବେ । ଏଭଳି ସରକାର ବର୍ତ୍ତମାନ ଚାଲିଛି ବୋଲି କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.